www.samajalive.in
Friday, December 12, 2025
27.1 C
Bhubaneswar

ରାଫେଲ ସମ୍ପର୍କିତ ଦସ୍ତାବିଜ୍‍ ସୁପ୍ରିମ କୋର୍ଟରେ ଦାଖଲ

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦେଶ ଅନୁଯାୟୀ କେନ୍ଦ୍ର ସରକାର ୩୬ଟି ରାଫେଲ ଯୁଦ୍ଧ ବିମାନ କ୍ରୟ ସମ୍ପର୍କିତ ଦସ୍ତାବିଜ ସୁପ୍ରିମ କୋର୍ଟରେ ଦାଖଲ କରିଛନ୍ତି। ଏହି ଦସ୍ତାବିଜ୍‍ରେ ୨୦୧୩ରେ ଭାରତର ପ୍ରତିରକ୍ଷା ବିଭାଗରେ ନିଆଯାଇ ଥିବା ନିଷ୍ପତ୍ତିକୁ ପାଳନ କରି ଏହି ଡିଲ ହୋଇଛି ବୋଲି କେନ୍ଦ୍ର ସରକାର ଦସ୍ତାବିଜ ଦାଖଲ କରିବା ସହ ଏକ ସତ୍ୟପାଠ ପ୍ରଦାନ କରିଛନ୍ତି। ଯୁଦ୍ଧ ବିମାନ କ୍ରୟ ସମ୍ପର୍କିତ ପ୍ରତିରକ୍ଷା ବିଭାଗର ସ୍ୱୀକୃତି ନେବା ସହ ଭାରତୀୟ ପ୍ରତିନିଧି ମଣ୍ଡଳୀ ଫ୍ରାନ୍ସର ପ୍ରତିନିଧି ମଣ୍ଡଳୀଙ୍କ ସହ ଆଲୋଚନା କରିଥିଲେ। ଉଭୟ ପକ୍ଷଙ୍କ ମଧ୍ୟରେ ଦୀର୍ଘ ୧ବର୍ଷରୁ ଊଦ୍ଧ୍ୱର୍ ସମୟସୀମା ଧରି ଆଲୋଚନା ଚାଲିବା ପରେ ମନ୍ତ୍ରିମଣ୍ଡଳ ଦ୍ୱାରା ଗଠିତ ସୁରକ୍ଷା ସମିତିର ଅନୁମତି ନିଆଯାଇ ଥିଲା। ତେବେ ଏହି ସତ୍ୟପାଠରେ ରାଫେଲ ବିମାନର ମୂଲ୍ୟ ସମ୍ପର୍କିତ କୌଣସି ତଥ୍ୟ ପ୍ରଦାନ କରାଯାଇ ନାହିଁ। ଏପରିକି ମୂଲ୍ୟ ନିର୍ଦ୍ଧାରଣ, ସାମଗ୍ରୀ ହସ୍ତାନ୍ତର ପ୍ରକ୍ରିୟା, ଯୁଦ୍ଧ ଜାହାଜର ମରାମତି ସମ୍ପର୍କିତ ତଥ୍ୟ ସମ୍ପର୍କରେ ଚର୍ଚ୍ଚା ହୋଇଥିଲେ ମଧ୍ୟ ଏ ସମ୍ପର୍କରେ କୌଣସି ତଥ୍ୟ ସତ୍ୟପାଠରେ ଉଲ୍ଲେଖ କରାଯାଇ ନାହିଁ।
୩୧ଅକ୍ଟୋବରରେ ସୁପ୍ରିମ କୋର୍ଟରେ ହୋଇଥିବା ଏହି ମାମଲାର ଶୁଣାଣିରେ ମାନ୍ୟବର କୋର୍ଟ ଏକ ସିଲ ବନ୍ଦ ଲଫାଫାରେ ରାଫେଲ ଯୁଦ୍ଧ ବିମାନର ମୂଲ୍ୟ ୧୦ଦିନ ମଧ୍ୟରେ କୋର୍ଟକୁ ହସ୍ତାନ୍ତର କରିବାକୁ ନିର୍ଦେଶ ଦେଇଥିଲେ।
ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ ଉଦୟ ୟୁ ଲଲିତ ଓ ଜଷ୍ଟିସ ଏମ ଜୋସେଫଙ୍କ ମିଳିତ ଖଣ୍ଡପିଠ ଗୋପନୀୟ ସୂଚନାକୁ ସର୍ବଜନିକ କରିବା ଉଚିତ ନୁହେଁ ବୋଲି ମତବ୍ୟକ୍ତ କରିଥିଲେ। ସରକାରଙ୍କ ପକ୍ଷରୁ ଯୁଦ୍ଧ ବିମାନର ମୂଲ୍ୟ ଏତେ ସମ୍ବେଦନଶୀଳ ଯେ, ଏହାକୁ ସଂସଦରେ ମଧ୍ୟ ପ୍ରକାଶ କରିବା ଉଚିତ ନୁହେଁ ବୋଲି ମତବ୍ୟକ୍ତ କରିଥିଲେ।
ଅପରପକ୍ଷରେ ଆବେଦନକାଳୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଓ କଂଗ୍ରେସ ନେତା ଅରୁଣ ସୌରୀ ଉକ୍ତ ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିବାକୁ ଆବେଦନ କରିଥିଲେ। ତେବେ ଏହି ଆବେଦନରେ ସୁପ୍ରିମ କୋର୍ଟ ଆବେଦନକାରୀଙ୍କୁ କିଛି ସମୟ ଅପେକ୍ଷା କରିବାକୁ କହିବା ସହ ସିବିଆଇ ପ୍ରଥମେ ନିଜ ଘର ସଜାଡ଼ିବାକୁ ସମୟ ଦେବା ଉଚିତ ବୋଲି ଉଲ୍ଲେଖ କରିଥିଲେ।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories