www.samajalive.in
Friday, December 12, 2025
27.1 C
Bhubaneswar

ଛତିଶଗଡ ବିଧାନ ସଭାର ନିର୍ବାଚନ; ୪୩୩୬ଟି କେନ୍ଦ୍ରରେ ଚାଲିଛି ମତଦାନ

ରାୟପୁର: ଛତିଶଗଡ ବିଧାନ ସଭାର ନିର୍ବାଚନ ପାଇଁ ସୋମବାର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ବିଧାନ ସଭାର ମୋଟ୍ ୯୦ଟି ଆସନ ମଧ୍ୟରୁ ନକ୍ସଲ ପ୍ରଭାବିତ ଅଞ୍ଚଳରେ ୧୮ଟି ଆସନ ପାଇଁ ମତଦାନ ଜାରି ରହିଛି । ରଜ୍ୟର ମୁଖ୍ୟ ନିର୍ବାଚନ ପଦାଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୧୦ଟି ଆସନ ପାଇଁ ଆଜି ସକାଳ ୭ଟାରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ପରେ ୮ଟି ଆସନ ପାଇଁ ଏକ ଘଣ୍ଟା ପରେ ମତଦାନ ହୋଇଥିଲା।

ନକ୍ସଲ ପ୍ରଭାବିତ ଅଞ୍ଚଳ ମାନପୁର, ଅନ୍ତାଗଡ, ଭାନୁପ୍ରତାପପୁର, କାଙ୍କେର, କେଶକାଳ, କୋଣ୍ଡଗାଁ, ନାରାୟଣପୁର, ଦନ୍ତେୱାଡା, ବିଜାପୁର ଏବଂ କୋଣ୍ଡା ଆଦି ସ୍ଥାନରେ ସକାଳ ୭ଟାରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ଅପରାହ୍ନ ୩ଟା ଶେଷ ହେବ । ସେହିପରି ବିଧାନସଭା କ୍ଷେତ୍ର ଖେରାଗଢ, ଡୋଙ୍ଗରଗଢ, ରାଜନନ୍ଦଗାଁ, ଡୋଙ୍ଗରଗାଁ, ଖୁଜ୍ଜୀ, ବସ୍ତର, ଜଗଦଲପୁର ଏବଂ ଚିତ୍ରକୋଟ ସକାଳ ୮ଟାରେ ମତଦାନ ଆରମ୍ଭ ହୋଇ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଜାରି ରହିବ ।

- Advertisement -

ମତଦାନ ଚାଲିଥିବା ୧୮ଟି ଆସନ ମଧ୍ୟରୁ ୧୨ଟି ବସ୍ତର ଜିଲାର ଏବଂ ୬ଟି ରାଜନନ୍ଦଗାଁ ଜିଲାର । ଏହି ୧୮ଟି ଆସନ ପାଇଁ ୧୯୦ ଜଣ ଆଶାୟୀ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ୩୧ ଲକ୍ଷ ୮୦ ହଜାର ୧୪ ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ସେମାନଙ୍କ ମଧ୍ୟରେ ୧୫ ଲକ୍ଷ ୫୭ ହଜାର ୪୩୫ ପୁରୁଷ ଭୋଟର ଏବଂ ୧୬ ଲକ୍ଷ ୨୨ ହଜାର ୪୯୨ ମହିଳା ଭୋଟର ରହିଛନ୍ତି । ସେହିପରି ୮୭ ଭୋଟର ତୃତୀୟ ଲିଙ୍ଗ ରହିଥିବା ଜଣାପଡିଛି । ଅଧିକାରୀଙ୍କ ସୂଚନା ଅନୁଯାୟୀ ୪୩୩୬ଟି କେନ୍ଦ୍ରରେ ମତଦାନ ହେଉଛି ।

ସୂଚନାଯୋଗ୍ୟ, ୨୦୧୩ ବିଧାନ ସଭା ନିର୍ବାଚନରେ ଏହି ୧୮ଟି ଆସନ ମଧ୍ୟରୁ କଂଗ୍ରେସ ୧୨ଟି ଦଖଲ କରିଥିବା ବେଳେ ୬ଟି ବିଜେପି ଖାତାକୁ ଯାଇଥିଲା ।

 

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories