www.samajalive.in
Saturday, December 6, 2025
19.1 C
Bhubaneswar

ଧମାକା! ଜୁଲାଇରେ ବଜାରକୁ ଆସୁଛି ଓଲାର ନୂଆ ଇଲେକ୍ଟ୍ରିକ ସ୍କୁଟର

ନୂଆଦିଲ୍ଲୀ : କ୍ୟାବ୍‌‌ ସେବା ପ୍ରଦାନ କରୁଥିବା କମ୍ପାନୀ ଭାବେ ନିଜର ଯାତ୍ରା ଆରମ୍ଭ କରିଥିବା ଓଲା ବର୍ତ୍ତମାନ ଏକ ଉନ୍ନତ ଧରଣର ଦୁଇ ଚକିଆ ନିର୍ମାତା ଭାବେ ନିଜକୁ ପ୍ରମାଣିତ କରିବା ପାଇଁ ଅନେକ ପରିମାଣରେ ସଫଳ ହେଉଛି।
ଓଲା ଖୁବ କମ୍‌‌ ସମୟରେ ଦେଶର ବଡ ଇଲେକ୍ଟ୍ରିକ ଦୁଇ ଚକିଆ ଗାଡି ପ୍ରସ୍ତୁତ କରୁଥିବା କମ୍ପାନୀ ହୋଇ ସାରିଛି। ଖୁବ୍‌‌ ଶୀଘ୍ର ଓଲା ନିଜର ନୂଆ ଇଲେକ୍ଟ୍ରିକ ସ୍କୁଟର ବଜାର ପ୍ରବେଶ (ଲଞ୍ଚ) କରିବାକୁ ଯାଉଛି।
ସିଇଓ ଭାବିଶ ଅଗ୍ରୱାଲ ସୋସିଆଲ ମିଡିଆରେ ଟ୍ୱିଟ ଯୋଗେ ସ୍କୁଟରର ବଜାର ପ୍ରବେଶ (ଲଞ୍ଚ) କରିବା ନେଇ ଘୋଷଣା କରିଛନ୍ତି।
ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଆସିବାକୁ ଥିବା ଏହି ନୂଆ ସ୍କୁଟର ବିଷୟରେ ଅଧିକ ସୂଚନା ମିଳି ନାହିଁ। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ସ୍କୁଟର ଏସ୧ର ନୂଆ ପ୍ରକରଣ ବା ରୂପ ହୋଇପାରେ।
ଫଟୋ ଅନୁଯାୟୀ, ଏହି ସ୍କୁଟରର ମଡେଲ ପ୍ରାୟ ଏସ୧ର ନୂଆ ଏକ ପ୍ରକରଣ ଭଳି।
ଗତ ୧ ଜୁନରେ କିଛି ସ୍ୱତନ୍ତ୍ର କାରଣରୁ ଇଲେକ୍ଟ୍ରିକ ଗାଡିର ମୂଲ୍ୟରେ ପ୍ରଭାବ ପକାଉଛି। କୁହାଯାଉଛି, ଓଲାର ଆସୁଥିବା ଏହି ସ୍କୁଟର ଦ୍ୱାରା ଅନେକ ପରିମାଣରେ ଲାଭ ମିଳିପାରିବ।
କିଛି ମିଡିଆ ରିପୋର୍ଟ ଅନୁଯାୟୀ, କମ୍ପାନୀ ଏହି ସ୍କୁଟରକୁ ପ୍ରାୟ ୧ ଲକ୍ଷ ଟଙ୍କା ପାଖାପାଖି ମୂଲ୍ୟରେ ବଜାର ପ୍ରବେଶ କରିପାରେ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories