www.samajalive.in
Thursday, December 11, 2025
16.1 C
Bhubaneswar

‘ବିବାହ ପରେ ଶାରୀରିକ ସମ୍ପର୍କ ନ ରଖିବା ନିଷ୍ଠୁରତା’

ବେଙ୍ଗାଲୁରୁ : ହିନ୍ଦୁ ବିବାହ ଆଇନ୍‌ ଅନୁସାରେ ବିବାହ ପରେ ଶାରୀରିକ ସମ୍ପର୍କ ରଖିବାକୁ ଅରାଜି ହେବା ଅପରାଧ । ତେଣୁ ଏହି ମାମଲାରେ କ୍ରିମିନାଲ କେସ୍‌ ରୁଜୁ ହୋଇ ପାରିବନି ବୋଲି କର୍ଣ୍ଣାଟକ ହାଇକୋର୍ଟ ରାୟ ଦେଇଛନ୍ତି। ସ୍ୱାମୀ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ଜଣେ ମହିଳା ଅପରାଧିକ ମାମଲା ରୁଜୁ କରିଥିଲେ। ତେବେ ମହିଳାଙ୍କ ସ୍ବାମୀ ଏହାକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହି ମାମଲାର ଶୁଣାଣି କରି ଜଷ୍ଟିସ୍‌ ଏମ୍‌ ନାଗାପ୍ରସନ୍ନା କହିଛନ୍ତି, ବ୍ୟକ୍ତିଜଣକ ଏକ ନିର୍ଦ୍ଦିଷ୍ଟ ଧର୍ମ ପାଳନ କରୁଥିବାବେଳେ ତାଙ୍କ ଅନୁଯାୟୀ, ବିବାହ ହେଉଛି ଆତ୍ମା ସହ ଆତ୍ମାର ମିଳନ । ଏଥିପାଇଁ ଶାରୀରିକ ସମ୍ପର୍କର ଆବଶ୍ୟକତା ନାହିଁ। ଏପରି ମତ ରଖିଥିବା ଜଣେ ବ୍ୟକ୍ତିଙ୍କ ପତ୍ନୀ ନ୍ୟାୟ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏପରିକି ନିଜ ସ୍ୱାମୀଙ୍କ ସମେତ ଶାଶୂ, ଶ୍ୱଶୁରଙ୍କ ନାଁରେ ୨୦୨୦ ମସିହାରେ କ୍ରିମିନାଲ କେସ୍‌ ରୁଜୁ କରିଛନ୍ତି। ହେଲେ ପତ୍ନୀଙ୍କ ଅଭିଯୋଗକୁ ବିରୋଧ କରି ତାଙ୍କ ସ୍ୱାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହି ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ବିବାହ ପରେ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ନ ରଖିବା ନିଶ୍ଚିତ ରୂପେ ନିଷ୍ଠୁରତା। ହିନ୍ଦୁ ବିବାହ ଆଇନର ସେକ୍ସନ-୧୨ (ଏ) ଅନୁଯାୟୀ, ଏହା ନିଷ୍ଠୁରତା ବୋଲି ବିବେଚିତ ହେବ। ଏହି ଦମ୍ପତି ୨୦୧୯ ମସିହା ଡିସେମ୍ବର ୧୮ ତାରିଖରେ ବିବାହ କରିଥିଲେ। ପରେ ମହିଳାଜଣକ ୨୦୨୦ ମସିହା ଫେବୃୟାରୀ ୫ ତାରିଖରେ ଯୌତୁକ ନିର୍ଯାତନା ମାମଲା ରୁଜୁ କରିଥିଲେ। ଏତେ ସବୁ ପରେ ବି ସେମାନଙ୍କ ବିବାହ ତିଷ୍ଠି ପାରି ନ ଥିଲା। ଗତବର୍ଷ ନଭେମ୍ବର ୧୬ ତାରିଖରେ ଏହି ବିବାହରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଅନ୍ୟପକ୍ଷରେ ମହିଳାଜଣକ ନିଜ ସ୍ୱାମୀ ଓ ଶାଶୁ, ଶ୍ୱଶୁରଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରିବାକୁ ଅପିଲ୍‌ କରିଥିଲେ। ହେଲେ କର୍ଣ୍ଣାଟକ ହାଇକୋର୍ଟ ଏହି ମାମଲାରେ କ୍ରିମିନାଲ କେସ୍‌ ରୁଜୁ କରିବାକୁ ମନା କରି ଦେଇଛନ୍ତି। ଏହା ଆଇନ୍‌ର ଅବମାନନା ବୋଲି ସେ କହିଛନ୍ତି।
ନ୍ତି। ଏହା ଆଇନ୍‌ର ଅବମାନନା ବୋଲି ସେ କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories