www.samajalive.in
Sunday, December 14, 2025
14.1 C
Bhubaneswar

ବାହାରିନରେ ଓଡ଼ିଆ ପାଳିଲେ ରଜ

ମାନାମା/ନୂଆଦିଲ୍ଲୀ – ବାହାରିନର ରାଜଧାନୀ ମାନାମା ଠାରେ ପ୍ରବାସୀ ଓଡ଼ିଆମାନଙ୍କ ସଂଗଠନ , ଓଡ଼ିଆ ସମାଜ ତରଫରୁ ବହୁ ଆଡମ୍ବର ସହକାରେ ରଜ ମଉଜ ଉତ୍ସବ ପାଳନ କରାଯାଇଛି ।

ଏହି ଅବସରରେ ଓଡ଼ିଶାର ପାରମ୍ପରିକ ପିଠାପଣାକୁ ନେଇ ସ୍ୱତନ୍ତ୍ର ରଜ ପିଠାର ଆୟୋଜନ କରାଯାଇ ଥିଲା । ମହିଳାମାନେ କୁଆଁରୀ ଝିଅ ମାନଙ୍କୁ କୁଙ୍କୁମ ଓ ଅଳତା ଲଗାଇ ବେଶ କରାଇଥିଲେ , ମହିଳା ଓ ଝିଅମାନେ ସୁସଜ୍ଜିତ ଦୋଳିର ମଜା ନେଇଥିଲେ , ସଦସ୍ୟମାନେ  ଓଡିଶା ମିଠା ପାନର ମଜା ନେବା ସହିତ , କବାଡି , ପୁଚି ଖେଳ ତଥା ସଂସ୍କୁତିକ କାର୍ଯ୍ୟକର୍ମକୁ ମନ ଭରି ଉପଭୋଗ କରିଥିଲେ ।

- Advertisement -

ଏହି କାର୍ଯ୍ୟକର୍ମରେ ପ୍ରାୟ ୧୩୦ରୁ ଅଧିକ ସଦସ୍ୟ ସପରିବାରେ ଯୋଗ ଦେଇ ବିଦେଶ ମାଟିରେ, ଗାଁ ରଜକୁ ମନଭରି ଉପଭୋଗ କରିଥିଲେ  । ଏହି ଅବସରରେ ବାହାରିନ ଓଡ଼ିଆ ସମାଜର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ମହାନ୍ତି ସମସ୍ତ ଓଡ଼ିଆ ପରିବାରକୁ ରଜ ଶୁଭେଛା ଜଣାଇବ ସହ, ଓଡ଼ିଆ ବାହାରେ ରହି ଓଡ଼ିଆ ପରମ୍ପରାକୁ ଓ ପର୍ବ ପର୍ବାଣୀ ପାଳନ କରିଥିବାରୁ ସମସ୍ତ ସଦସ୍ୟ ଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।

Hot this week

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

Related Articles

Popular Categories