www.samajalive.in
Thursday, December 11, 2025
14.1 C
Bhubaneswar

ପୁରୁଣା ୱାରେଣ୍ଟ ବଳରେ ୪ ଗଞ୍ଜେଇ ମାଫିଆ ଗିରଫ

ମୋହନା : ପୁରୁଣା ୱାରେଣ୍ଟ ବଳରେ ଗଜପତି ଜ଼ିଲା ମୋହନା ପୁଲିସ ୪ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି l ଗିରଫ ଅଭିଯୁକ୍ତମାନେ ହେଲେ ମୋହନା ଥାନା ଅନ୍ତର୍ଗତ ଗୁବ୍ରିଗୁଡା ଗ୍ରାମର ଲାଲୁ ମଣ୍ଡଳ ଓ ଗଣେଶ ଶବର ଏବଂ ତରାମାଳ ଗାଁର ମହାଦେବ ଜାନୀ, ପ୍ରଶନ୍ନ ଶବର। ଏହି ଗଞ୍ଜେଇ ଚୋରା ଚାଲାଣକାରୀ ମାଫିଆମାନେ ପୁଲିସ ଆଖିରେ ଧୂଳି ଦେଇ ବହୁ ଦିନ ହେଲା ଫେରାର ଥିଲେ। ପୁଲିସ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି। ସେହିପରି କିଛିଦିନ ତଳେ ସ୍ଥାନୀୟ ଥାନା ଅନ୍ତର୍ଗତ ବୁଲଡ୍ଡାପଙ୍କା ଗ୍ରାମର ସଞ୍ଜୟ ଶବର, ଦେଉଳଖଣି ଗ୍ରାମର ସୋମନାଥ ଶବର, ଭୀମପୁର ଗ୍ରାମର ବିଶ୍ୱନାଥ ନାୟକ ଏବଂ ବୃନ୍ଦାବନ ନାୟକ ଏମାନେ ବିଭିନ୍ନ ସମୟରେ ବେଆଇନ ଗଞ୍ଜେଇ ଚୋରା ଚାଲାଣ କରୁଥିବା ମାମଲାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories