୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଫିରିଙ୍ଗିଆ ଗସ୍ତ, ସମୀକ୍ଷା କଲେ ଉନ୍ନୟନ କାର୍ଯ୍ୟ

ଫିରିଙ୍ଗିଆ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗସ୍ତରେ ଆସି ୫ଟି ସଚିବ ଭି.କେ.ପାଣ୍ଡିଆନ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ବ୍ଲକ ଅଧୀନରେ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଆଜି ୫-ଟି ସଚିବ ଶ୍ରୀ ପାଣ୍ଡିଆନ ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ଠାରେ ଥିବା ଆଦର୍ଶ ବିଦ୍ୟାଳୟ ଓ ତାର ନବନିର୍ମିତ ଛାତ୍ର ନିବାସ ବୁଲିଦେଖିଥିଲେ। ଏହାପରେ ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ନବନିର୍ମିତ ମିଶନ ଶକ୍ତିର କାଫେକୁ ବୁଲିଦେଖିବା ସହ କାଫେରେ ମିଶନ ଶକ୍ତି ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଜଳଖିଆ ଖାଇଥିଲେ I ଏହାପରେ ସଚିବ ଶ୍ରୀ ପାଣ୍ଡିଆନ ରତଙ୍ଗ ଠାରେ ଥିବା ଭୋଲେଶ୍ୱର ବିଦ୍ୟାପୀଠ ରତଙ୍ଗର ଉନ୍ନତି କରଣ କାର୍ଯ୍ୟ ବୁଲିଦେଖିବା ସହ ବନ୍ଧଗଡ଼ ଠାରେ ଥିବା ମସଲା ପ୍ରକ୍ରିୟା କରଣ କେନ୍ଦ୍ର କସମକୁ ଯାଇ ବୁଲି ଦେଖିଥିଲେ I ଅନ୍ୟପଟେ ୫-ଟି ସଚିବଙ୍କ ଗସ୍ତ ପାଇଁ ବ୍ଲକ ପ୍ରଶାସନ ଓ ମିଶନ ଶକ୍ତି ର ମିଳିତ ଆନୁକୂଲ୍ୟରେ ଫିରିଙ୍ଗିଆ ନୋଡାଲ ସ୍କୁଲ ପଡିଆରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା I ଏହି ସଭାରେ ଫିରିଙ୍ଗିଆ ବ୍ଲକର ପ୍ରାୟ ୧୦ ହଜାର ମହିଳାଙ୍କ ସହ ଜନସାଧାରଣ ଯୋଗଦେଇଥିଲେ। ଏହି ଅବସରରେ ଶତାଧିକ ଲୋକ ନିଜ ନିଜର ବିଭିନ୍ନ ଅଭିଯୋଗ ପତ୍ର ସଚିବଙ୍କୁ ପ୍ରଦାନ କରିଥିଲେ। ୫-ଟି ସଚିବ ମଧ୍ୟ ଲୋକଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ I ଏହାପରେ ମଞ୍ଚରେ ଫିରିଙ୍ଗିଆ ଅଞ୍ଚଳରେ ଜନସାଧାରଣ ଓ ମିଶନ ଶକ୍ତି ମହିଳାମାନଙ୍କ ଉଦେଶ୍ୟରେ ଉଦବୋଧନ ଦେଇଥିଲେ। ଏହାସହ ରାଜ୍ୟରେ ଏହି ଫିରିଙ୍ଗିଆ ବ୍ଲକକୁ ଏକନମ୍ବର ବ୍ଲକ ଭାବରେ ଗଢିତୋଳିବା ପାଇଁ ଆହ୍ବାନ ଦେଇଥିଲେ। ଏହାସହ ରାଜ୍ୟ ସରକାର ମହିଳାମାନଙ୍କୁ ସ୍ୱାବଲମ୍ବି ଓ ସଶକ୍ତ କରିବା ପାଇଁ କରିଥିବା ଯୋଜନା ମାନଙ୍କ ବିଷୟରେ ଉପସ୍ଥିତ ମହିଳା ମାନଙ୍କୁ ବୁଝାଇ ଥିଲେ I ଅନ୍ୟପଟେ ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ସଦାସର୍ବଦା ସଜାଗ ରହିଛି ଏବଂ ରାଜ୍ୟ ସରକାରଙ୍କୁ ଫିରିଙ୍ଗିଆ ଅଞ୍ଚଳରେ ସାଧାରଣ ସହଯୋଗ କରିବା ସହ ଉନ୍ନୟନ କାମକୁ ଆଗେଇ ନେବାପାଇଁ ଅନୁରୋଧ କରିଥିଲେ I

ଅନ୍ୟପଟେ ଫିରିଙ୍ଗିଆ ବ୍ଲକରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପ୍ରକଳ୍ପ ନିର୍ମାଣ କରିବା ପାଇଁ ସ୍ଥିର କରିଥିବା କହିଥିବା ବେଳେ ବିଶେଷ କରି ପାନିୟ ଜଳ ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ। ତେବେ ଫିରିଙ୍ଗିଆ ବ୍ଲକର ଉପାନ୍ତ ଅଞ୍ଚଳ କୁହାଯାଉଥିବା ତଥା ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ଜନସାଧାରଣ ଦାବିକରି ଆସୁଥିବା ଫିରିଙ୍ଗିଆ ଖେଳ ପଡିଆକୁ ମିନି ଷ୍ଟାଡିୟମ କରିବା ଓ ତାର ଉନ୍ନତି କରଣ, କାଟ୍ରାମାଲା ଜଳପ୍ରପାତର ଉନ୍ନତି କରଣ, ପଞ୍ଚାୟତ ମହାବିଦ୍ୟାଳୟ ଠାରେ ଚାଲିଥିବା ଅଡିଟୋରିୟମ,ରତଙ୍ଗ ଆଦର୍ଶ ପୋଖରୀର ଉନ୍ନତି କରଣ ଓ ଚାଷୀମାନଙ୍କ ସୁବିଧା ପାଇଁ ଶୀତଳ ଭଣ୍ଡାର ନିର୍ମାଣ, ବନ୍ଧଗଡ଼ ଠାରେ ପୁରୁଣା ବନ୍ଧର ଉନ୍ନତି କରଣ, ଫିରିଙ୍ଗିଆ ଠାରେ ଉନ୍ନତମାନର ବଜାର ଗୃହ ନିର୍ମାଣ କାର୍ଯ୍ୟକ୍ରମ ଶେଷ ହୋଇଥିବା ବେଳେ ଗମନା ଗମନର ସୁବିଧା ପାଇଁ ମାଲା ଠାରୁ ସିକେରି ମଧ୍ୟରେ ଏକ ସେତୁ ଓ ରାସ୍ତାର ଉନ୍ନତି କରଣ, ମିଙ୍ଗୁନପଦର ଠାରୁ କଟାଙ୍ଗୀ ଯାଏ ନୂତନ ରାସ୍ତା ନିର୍ମାଣ I ସାଡୀଙ୍ଗିଆ ଠାରୁ ସାଉଟିକିଆ ଭାୟା ତେମାଙ୍ଗିରେ ନୂତନ ରାସ୍ତା ନିର୍ମାଣ, ବ୍ଲକର ଦୁର୍ଗମ ଅଞ୍ଚଳ କୁହାଯାଉଥିବା ଗ୍ଲଟ ଠାରୁ ଡ଼ୁମେରୀକେତା ମଧ୍ୟରେ ଏକ ସେତୁନିର୍ମାଣ ସହ ରାସ୍ତା ନିର୍ମାଣ, ସୁପ୍ଲା ଠାରୁ ଲୁବୁକି ମଧ୍ୟରେ ଏକ ସେତୁ ନିର୍ମାଣ, ତେତେଲପଡା ଠାରୁ ସୁପ୍ଲା ମଧ୍ୟରେ ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାର ମଞ୍ଜୁର କରିସାରିଥିବା ବେଳେ ଖୁବ କମ ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ ହେବା ନେଇ ପ୍ରତିଶ୍ରୁତି ଦେଇଥିଲେ।

prayash

୫-ଟି ସଚିବଙ୍କ ସହ କନ୍ଧମାଳ ଜିଲାପାଳ ଆଶିଷ ଇଶ୍ୱର ପାଟିଲ, ଜିଲା ଆରକ୍ଷୀ ଆଶିକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ମହନ୍ତ, ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବଣୁଆ, ତହସିଲଦାର ଏମ.ଅନୁରାଧା, ଫିରିଙ୍ଗିଆ ବ୍ଲକର ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଫିରିଙ୍ଗିଆ ବ୍ଲକ ପ୍ରଶାସନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I

ଅନ୍ୟପଟେ ୫-ଟି ସଚିବଙ୍କ ଗସ୍ତପାଇଁ ସୁରକ୍ଷା ଦୃଷ୍ଟିକୁ ଆଖିଆଗରେ ରଖି ଜିଲା ପୁଲିସ ଓ ଫିରିଙ୍ଗିଆ ପୁଲିସ ପ୍ରଶାସନ ତରଫରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ଫୁଲବାଣୀ ସଦର ଏସ୍ଡ଼ିପିଓ ସୁପ୍ରସନ୍ନ ମଲ୍ଲିକ ଓ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ I ଅନ୍ୟପଟେ ଫିରିଙ୍ଗିଆ ବ୍ଲକରେ ହୋଇଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସଫଳ ରୂପାୟନ ପାଇଁ ଓ ମିଶନ ଶକ୍ତି ମାଧ୍ୟମରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ସଫଳତା ପାଇଥିବାରୁ ବିଡ଼ିଓ ରଶ୍ମିରଞ୍ଜନ ମହନ୍ତଙ୍କ ସହ ବ୍ଲକ ପ୍ରଶାସନକୁ ୫-ଟି ସଚିବ ଭି.କେ.ପାଣ୍ଡିଆନ ଧନ୍ୟବାଦ ଅର୍ପଣ କରିଥିଲେ।

kalyan agarbati

Comments are closed.