ଚୌଦ୍ୱାର : ସ୍ଥାନୀୟ କଳାପ୍ରକାଶିନୀ ନାଟ୍ୟସଂସଦର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । କଳାପ୍ରକାଶିନୀ କ୍ଲବ ପରିସରରେ ୨ଦିନ ଧରି ଆୟୋଜିତ ଅପେରା କାର୍ଯ୍ୟକ୍ରମକୁ ପୁର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ଓଡିଶା ଫୁଟବଲ ଆସୋସିଏସନର ସଂପାଦକ ଆଶୀର୍ବାଦ ବେହେରା ଓ ହିନ୍ଦ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ ପ୍ରମୁଖ ଉଦଘାଟନ କରିଥିଲେ। ନାଟ୍ୟ ସଂସଦର ସଦସ୍ୟ ଓ ସ୍ଥାନୀୟ ଅଞ୍ଚଳର ଯୁବ କଳାକାର ମାନଙ୍କୁ ନେଇ ବିକ୍ରମ କୁମାର ସ୍ୱାଇଁଙ୍କ ନିର୍ଦ୍ଦେଶନାରେ ‘କଳା କାହ୍ନୁ ମୋର କାଳିଆ ସୁନା’ ଓ ‘ସବୁ ପର ଏଠି ଲୁହ ନିଜର’ ନାଟକ ପରିବେଷଣ ବେଶ ଲୋକାଦୃତ ହୋଇଥିଲା।
ଉଦଯାପନୀ ଉତ୍ସବରେ ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ, ଜଗତପୁର ଥାନା ଅଧିକାରୀ ରବିନ୍ଦ୍ର କୁମାର ମେହେର, ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ସୁବ୍ରତ ସାମଲ, ନୀଳମଣି କର ପ୍ରମୁଖ ଅତିଥି ଭାବେ ଯୋଗଦେଇ ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁସମ୍ବର୍ଦ୍ଧିତ କରିଥିଲେ। ସଂସଦର ସଭାପତି ତଥା ବରିଷ୍ଠ ନାଗରିକ କେଶବ ଚନ୍ଦ୍ର ଦଳାଇଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ ସଭାପତି ବିଷ୍ନୁ ଚରଣ ପରିଡା, ସୁଧାଂଶୁ ପରିଜା, ସୌମ୍ୟ ରଞ୍ଜନ ପରିଡା, ରାଜରତନ ପରିଡା, ମଳୟ ମହାପାତ୍ର, ବଳରାମ ବେହେରା, ବିଶ୍ୱ ରଞ୍ଜନ ପ୍ରଧାନ, ଅମରେଶ ମହାନ୍ତିଙ୍କ ସମେତ କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ। ଅଶୋକ ଦାସ ମଞ୍ଚ ପରିଚାଳନା କରିଥିଲେ।



