www.samajalive.in
Monday, December 8, 2025
24.1 C
Bhubaneswar

‘‘ଜ୍ବାଇଁ ସେ ପାକିସ୍ତାନର.. ତାକୁ ତିଳକ ଲଗାଅ.. ନହେଲେ ଏଥର ଯୌତୁକରେ..’’, ସାମ୍ନାକୁ ଆସିଲା ‘ଗଦର-୨’ ଟିଜର୍‌

ମୁମ୍ବାଇ: ସନି ଦେଓଲ-ଅମୀଷା ପଟେଲ ଅଭିନୀତ ‘ଗଦର-୨’ ଏବେ ଚର୍ଚ୍ଚାରେ। ୨୨ ବର୍ଷ ପୂର୍ବେ ‘ଗଦର’ ଯେପରି ହଇଚଇ ସୃଷ୍ଟି କରିଥିଲା, ଠିକ୍‌ ସେହିପରି ଏବେ ଏହାର ଦ୍ବିତୀୟ ଭାଗ ମଧ୍ୟ ଧମାଲ୍‌ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ‘ଗଦର’ରେ ସକୀନା ଏବଂ ତାର ସିଂହଙ୍କ ପ୍ରେମ କାହାଣୀ ଦର୍ଶକଙ୍କ ହୃଦୟକୁ ଗଭୀର ଭାବେ ସ୍ପର୍ଶ କରିଥିଲା। ନିକଟରେ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ପୁନଃ ମୁକ୍ତିଲାଭ କରିଛି। ଇତି ମଧ୍ୟରେ ‘ଗଦର-୨’ର ଟିଜର ରିଲିଜ୍ ହୋଇଛି।

ଟିଜର୍‌ ଆରମ୍ଭରେ ଜଣେ ମହିଳା କହୁଛନ୍ତି ଯେ, ‘‘ସେ ପାକିସ୍ତାନର ଜ୍ବାଇଁ। ତାକୁ ନଡ଼ିଆ ଦିଅ, ତିଳକ ଲଗାଅ, ନହେଲେ ଏଥର ସେ ଯୌତୁକରେ ଲାହୋର ନେଇଯିବ।’’ ଏହାପରେ କ୍ରୋଧିତ ଦେଖାଯାଉଥିବା ସନି ଦେଓଲଙ୍କ ଏଣ୍ଟ୍ରି ହେଉଛି। ଟିଜରରେ ସନି ଦେଓଲ କ୍ରୋଧରେ ଏଥର ଏକ ବିରାଟ ଶଗଡ଼ ଚକ ନେଇ ନିଜ ଶତ୍ରୁମାନଙ୍କୁ ବିନାଶ କରୁଥିବା ଦେଖିବାକୁ ମିଳିଛି। ଏହାପରେ ପରଦାରେ ଲେଖାହେଉଛି, ‘ତାରା ସିଂହ ଇଜ୍‌ ବ୍ୟାକ୍‌’। ଚଳିତ ବର୍ଷ ଅଗଷ୍ଟ ୧୧ରେ ପ୍ରେକ୍ଷାଳୟକୁ ଆସିବ ‘ଗଦର-୨’।

- Advertisement -

ଟିଜର୍‌କୁ ଦର୍ଶକ ବେଶ୍‌ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ସାମାଜିକ ଗଣମାଧ୍ୟମରେ ଲୋକେ ଏହାକୁ ବହୁତ ଭଲ ପ୍ରତିକ୍ରିୟା ଦେଉଛନ୍ତି। ଏଥିସହ ଚଳଚ୍ଚିତ୍ରକୁ ନେଇ ସେମାନଙ୍କ ଉତ୍କଣ୍ଠା ଦ୍ବିଗୁଣିତ ହୋଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories