ସନ୍ଧ୍ୟା ୬ଟା ମୁଖ୍ୟ ଖବର
-ଭୁବନେଶ୍ବର ଝାରପଡ଼ାର ଏକ ପାର୍ଟସ ଦୋକାନରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି, ସର୍ଟସର୍କିଟରୁ ପାର୍ଟସ ଦୋକାନରେ ନିଆଁ ଲାଗିଥିବା ସନ୍ଦେହ
-ଛତିଶଗଡ଼ ବିଳାସପୁର ନିକଟରେ ଅଳ୍ପକେ ଟଳିଳା ରେଳ ଦୁର୍ଘଟଣା, ଜୟରାମନଗର ଓ କୋଟମିସୋନାର ମଝିରେ ଘଟିଥାନ୍ତା ଅଘଟଣ, ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ ଆସୁଥିଲେ, ଉଭୟଙ୍କୁ ଦେଖି ରହିଗଲେ, ଗୋଟିଏ ଟ୍ରାକରେ ଆସୁଥିଲେ ମାଲବାହି ଓ ମେମୁ ଟ୍ରେନ
-ରଥଯାତ୍ରାବେଳେ ଭିଡିଓ ଓ ଫଟୋ ଉଠାଇବା ସମ୍ଭାବନା ଦୃଷ୍ଟିରୁ କଟକଣା ଜାରି, ଜଗନ୍ନାଥ ମନ୍ଦିର ରେଡ ଜୋନରେ ଯାଉଥିବାରୁ ଡ୍ରୋନ ଉଡ଼ାଣ ମନା, ୩ ରଥ ପାଖରେ ଓ ଗୁଣ୍ଡିଚା ମନ୍ଦିର ପାଖରେ ମଧ୍ୟ ଡ୍ରୋନ ଉଡ଼ାଣ ମନା
-ଡବ୍ଲ୍ୟୁଟିସି ଫାଇନାଲରେ ହାରିଲା ଭାରତ, ଅଷ୍ଟ୍ରେଲିଆଠାରୁ ୨୦୯ରେ ହାରିଲା ଭାରତ, ଦ୍ବିତୀୟ ଇନିଂସରେ ଭାରତର ସ୍କୋର ୨୩୪ରେ ସୀମିତ
-ବଣାଇ: ଲହୁଣୀପଡ଼ା ଥାନାର ଠିଆବେର୍ଣ୍ଣା ଛକରେ ଟ୍ରକ-ବାଇକ ମୁହାଁମୁହିଁ ଧକ୍କା; ବାଇକ ଆରୋହୀ ଜଣେ ମୃତ, ଜଣେ ଗୁରୁତର
-ସିଝୁଛି ସାରା ଓଡ଼ିଶା; ଦିନ ୨ ଟା ୩୦ ସୁଦ୍ଧା ଝାରସୁଗୁଡ଼ା ଓ ସମ୍ବଲପୁର ସର୍ବାଧିକ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ଼, ହୀରାକୁଦ ୪୨.୪, ଭୁବନେଶ୍ବର ୪୧.୮
-ମାତ୍ର ୬ ମାସ ତଳେ ବିପୁଳ ଅର୍ଥ ବ୍ୟୟରେ ରାଉରକେଲା ବିମାନ ବନ୍ଦର ଛକରେ ତିଆରି ହୋଇଥିବା ହକି ସ୍ମାରକୀ ଆଜି ଭାଙ୍ଗି ଯାଇଛି..
-ବାହାନଗା ଟ୍ରେନ ଦୁର୍ଘଟଣାକୁ ପୁରିଲା ୧୦ ଦିନ, ଦିବଙ୍ଗତଙ୍କ ଆତ୍ମାର ଶାନ୍ତି ପାଇଁ ହେଉଛି ସର୍ବଧର୍ମ ପ୍ରାର୍ଥନା ସଭା ଓ ସମୂହ ଶ୍ରଦ୍ଧାଞ୍ଜଳି
-ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ, ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବା ସମ୍ଭାବନା
-ମୌସୁମୀ ପ୍ରବେଶ ବିଳମ୍ବ, ଆସନ୍ତା ୧୫ ତାରିଖ ପରେ ଓଡ଼ିଶାକୁ ମୌସୁମୀ ଛୁଇଁବା ସମ୍ଭାବନା
Comments are closed.