ଆଇସିଆଇସିଆଇ ବ୍ୟାଙ୍କକୁ ୫୮.୯ କୋଟିର ଜୋରିମାନା

0

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିର୍ଦେଶାବଳୀ ପାଳନରେ ଅବହେଳା ପାଇଁ ଆଇସିଆଇସି ବ୍ୟାଙ୍କ ଉପରେ ୫୮୯ ନିୟୁତ (୫୮.୯ କୋଟି) ଟଙ୍କାର ଜୋରିମାନା (ଅର୍ଥଦଣ୍ଡ) ଲଗାଯାଇଛି। ଏଚ୍‌ଟିଏମ୍‌ ଶ୍ରେଣୀର ପ୍ରତ୍ୟକ୍ଷ ସିକ୍ୟୁରିଟି ବିକ୍ରି ଏବଂ ଏ ସମ୍ପର୍କିତ ନିର୍ଦ୍ଧାରିତ ତଥ୍ୟ ପ୍ରଘଟ କରିନଥିବାରୁ ଆଇସିଆଇସିଆଇ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ଏହି ଜୋରିମାନା ଲଗାଇଛି । ଚଳିତ ବର୍ଷ ମାର୍ଚ୍ଚ ୨୬ରେ ଏକ ନିର୍ଦେଶ ବଳରେ ଆରବିଆଇ ଏହି ଜୋରିମାନା ଲାଗୁ କରିଛି । ନିର୍ଦେଶ ଅନୁପାଳନରେ ଅବହେଳା ପାଇଁ ଆଇସିଆଇସିଆଇ ବ୍ୟାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।

Leave A Reply