www.samajalive.in
Saturday, December 13, 2025
26.1 C
Bhubaneswar

ଗ୍ରେଡପେ ବୃଦ୍ଧି ଦାବୀ ; ଆଠ ଦିନରେ ପହଞ୍ଚିଲା ଅମଲାଙ୍କ ଆନ୍ଦୋଳନ

ବୌଦ୍ଧ : ସାରା ରାଜ୍ୟରେ ମିଳିତ ଅମଲା ମଞ୍ଚ ପକ୍ଷରୁ ଅମଲା ମାନେ ମୁଳ ଦରମା ଗ୍ରେଡପେ ୪୨୦୦ ବୃଦ୍ଧି ଦାବୀରେ ଗତ ୧ ତାରିଖ ଠାରୁ ଆନ୍ଦୋଳନ ଚଳାଇ ଆସୁଛନ୍ତି। ଏହି ଆନ୍ଦୋଳନରେ ବୌଦ୍ଧ ଜିଲ୍ଲା ମିଳିତ ଅମଲା ମଂଚ ମଧ୍ୟ ସାମିଲ ହୋଇଛି। ଦୀର୍ଘ ଆଠ ଦିନ ବିତିଯାଇଥିଲେ ସୁଦ୍ଧା ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଅମଲା ମାନଙ୍କ ଆନ୍ଦୋଳନ ଯୋଗୁ ବୌଦ୍ଧ ଜିଲ୍ଲାରେ ପୁରାପୁରି ସରକାରୀ କାମ ଠପ ହୋଇପଡିଛି। ଜିଲ୍ଲାରେ ୨୬୦ରୁ ଅଧିକ ଅମଲା ମାନେ ଆନ୍ଦୋଳନ କରି ଆସୁଅଛନ୍ତି। ଏପେଟ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାବେଳେ ଦିନ ୯ ଟା ହେଲେ ଘରୁ ବାହାରି ହେଉନଥିବା ବେଳେ ଗରୀବ ଜନସାଧାରଣ ନିଜର ଜରୁରୀ କାମରେ କାର୍ଯ୍ୟାଳୟ ଗୁଡିକ ଆସି ଦେଖିବାକୁ ଗଲେ ଅମଲାମାନଙ୍କ ଆନ୍ଦୋଳନ ଯୋଗୁଁ ଅଫିସ ଗୁଡିକ ପୁରାଖାଲି ପଡିଛି। ଫଳରେ ଟାଣ ଖରାରେ କାମ ନହୋଇ ନିରାଶ ହୋଇ ଫେରିବାକୁ ପଡୁଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories