www.samajalive.in
Wednesday, December 10, 2025
18.1 C
Bhubaneswar

ସାରା ଭାରତରେ ମାଓ ଦମନ ଅଭିଯାନରେ ଓଡିଶା ପୁଲିସର ରହିଛି ସ୍ବତନ୍ତ୍ର ସୁନାମ – ଆରକ୍ଷୀ ମହାନିର୍ଦେଶକ

ଭୁବନେଶ୍ବର: ଆଜି ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀ ଠାରେ ପ୍ରଥମ ବ୍ୟାଚ କ୍ୟାଡେଟ୍ ସବ୍-ଇନ୍ସପେକ୍ଟର(ସଶସ୍ତ୍ର)ଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି କ୍ଷ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ସୁନୀଲ କୁମାର ବଂଶଲ ଯୋଗ ଦେଇ ସମସ୍ତଙ୍କୁ ସ୍ବାଗତ ଏବଂ ଅଭିନନ୍ଦନ ଜଣାଇବା ସହ ଦେଶ, ସମାଜ ତଥା ସାଧାରଣ ଲୋକଙ୍କ ପାଇଁ ସାଧୁତା ଓ ସଚ୍ଚୋଟତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଡିଜିପି ଶ୍ରୀ ବଂଶଲ କହିଥିଲେ ଯେ ସାରା ଭାରତରେ ମାଓ ଦମନ ଅଭିଯାନରେ ଓଡିଶା ପୁଲିସର ସ୍ବତନ୍ତ୍ର ସୁନାମ ରହିଛି। ଆଗାମୀ ଦିନରେ ମାଓ ଦମନ ଅଭିଯାନରେ ଏହି କ୍ୟାଡେଟ୍ ସବ୍-ଇନ୍ସପେକ୍ଟର(ସଶସ୍ତ୍ର)ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଡିଜିପି ଶ୍ରୀ ବଂଶଲ ନିଜ ଅଭିଭାଷଣରେ ମତବ୍ୟକ୍ତ କରିଛନ୍ତି। ମାଓ ଦମନ ଅଭିଯାନରେ ଓଡିଶା ପୁଲିସକୁ ଆହୁରି ବହୁତ ରାସ୍ତା ଯିବାକୁ ବାକି ରହିଛି। ଦାୟିତ୍ବ ଏବଂ ବଳିଷ୍ଠ ନେତୃତ୍ବ ନେଇ ଏହି ଅଭିଯାନକୁ ଆହୁରି ବ୍ୟାପକ କରିବାପାଇଁ ଡିଜିପି ଶ୍ରୀ ବଂଶଲ ଆହ୍ବାନ ଦେଇଥିଲେ। ଦୁର୍ଗମ ଅଞ୍ଚଳରେ ମାଓ ଦମନ ଅଭିଯାନ ସମୟରେ ସ୍ଥାନୀୟ ବାସୀନ୍ଦାଙ୍କ ପ୍ରତି ଯତ୍ନବାନ ହେବାକୁ ମଧ୍ୟ ଡିଜିପି ପରାମର୍ଶ ଦେଇଥିଲେ। ସାରା ଦେଶରେ ଓଡିଶା ପୁଲିସର ସ୍ପେଶାଲ ଅପରେସନ ଗ୍ରୁପ ସର୍ବଶ୍ରେଷ୍ଠ ମାଓ ବିରୋଧୀ ବାହିନୀ। ସାହସ, ନେତୃତ୍ବ ଏବଂ ଦକ୍ଷତା ପ୍ରତିପାଦନ କରିବାରେ କ୍ୟାଡେଟ୍ ସବ୍-ଇନ୍ସପେକ୍ଟର (ସଶସ୍ତ୍ର)ମାନଙ୍କୁ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିବ ବୋଲି ଡିଜିପି କହିଥିଲେ।

ଏକ ନୂତନ ଆଶା, ଉତ୍ସାହ ଏବଂ ଉଦ୍ଦୀପନାର ସହ କାର୍ଯ୍ୟ କ୍ଷେତ୍ରରେ ଯୋଗଦେଇ ଓଡିଶା ପୁଲିସ ପାଇଁ ସୁନାମ ଆଣିବାକୁ ଡିଜିପି ପରାମର୍ଶ ଦେଇଥିଲେ। ଏକାଡେମୀରେ ପ୍ରଦାନ କରାଯାଇଥିବା ତାଲିମ ଆଗାମୀ ଦିନରେ ନବନିଯୁକ୍ତ କ୍ୟାଡେଟ ସବ୍ ଇନ୍ସପେକ୍ଟର (ସଶସ୍ତ୍ର)ଙ୍କୁ ଆହୁରି ଦାୟିତ୍ବବାନ ଏବଂ କର୍ତ୍ତବ୍ୟ ସମ୍ପାଦନ କରିବାରେ ସହାୟକ ହେବ ବୋଲି ଡିଜିପି ଆଶାବ୍ୟକ୍ତ କରିଥିଲେ। ଏହି ଅବସରରେ ଡିଜିପି ଓଡିଶା ପୋଲିସରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ। ଚଳିତ ବର୍ଷ ୪୫୦୦ କନେଷ୍ଟବଳଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ସେମାନଙ୍କୁ ଏବେ ତାଲିମ ପ୍ରଦାନ କରାଯାଉଛି।

- Advertisement -

ସେହିପରି ୪୭୦ ସବ୍-ଇନ୍ସପେକ୍ଟର ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି ଏବଂ ଖୁବ ଶୀଘ୍ର ଏହି ପ୍ରକ୍ରିୟାକୁ ସମାପ୍ତ କରାଯିବ ବୋଲି ଡିଜିପି ନିଜ ଅଭିଭାଷଣରେ କହିଛନ୍ତି। ଏହି ଦୀକ୍ଷାନ୍ତ ସମାରୋହରେ ବିଜୁ ପଟ୍ଟନାୟକ ଷ୍ଟେଟ୍ ପୁଲିସ ଏକାଡେମୀର ନିର୍ଦେଶକ ତଥା ସ୍ବତନ୍ତ୍ର ଆରକ୍ଷୀ ମହାନିର୍ଦେଶକ ଅରୁଣ କୁମାର ଷଡଙ୍ଗୀ, ଆଇଜିପି ଶ୍ରୀମତୀ ସାଇନି ଏସ୍‌ଙ୍କ ସମେତ ପୁଲିସ ବିଭାଗର ବହୁ ବରିଷ୍ଠ ପଦଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ କ୍ୟାଡେଟ୍ ସବ୍-ଇନ୍ସପେକ୍ଟର (ସଶସ୍ତ୍ର)ଙ୍କ ଦ୍ଵାରା ଚିତ୍ତାକର୍ଷକ ପ୍ୟାରେଡ ପ୍ରଦର୍ଶନ କରାଯାଇଥିଲା। ଟ୍ରେନିଂ ସମୟରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ସଂକଳ୍ପ ରାଜ ଶ୍ରେଷ୍ଠ, ଦିଲ୍ଲୀପ କୁମାର ବେହେରା , ଜିତେନ୍ଦ୍ରିୟ ସିଂ, ସୁଶାନ୍ତ କୁମାର ବାରିକ, ପ୍ରୀତମ କୁମାର ପ୍ରତିହାରୀଙ୍କୁ ଡିଜିପି ପୁରସ୍କାର ଓ ସମ୍ବର୍ଦ୍ଧିତ କରିଥିଲେ। ଏହାସହ ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀର ଇନ୍ସପେକ୍ଟର କାବେରୀ ପ୍ରଧାନ, ଏଏସଆଇ ବାବୁଲା ସାମଲ, ହାବିଲଦାର ପଦ୍ମଚରଣ ଜେନାମଣି, ଇନ୍ସପେକ୍ଟର (ସଶସ୍ତ୍ର) ସୁଜିତ ମିଶ୍ର , ଏସଆଇ (ସଶସ୍ତ୍ର) ଅନ୍ତର୍ଯ୍ୟାମୀ ସାହୁ ଏବଂ କନେଷ୍ଟବଳ ଦୂର୍ଗାପ୍ରସାଦ ନନ୍ଦଙ୍କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଟ୍ରେନିଂ ମେଡାଲ (୨୦୨୦-୨୧) ଡିଜିପି ଶ୍ରୀ ବଂଶଲ ପ୍ରଦାନ କରିଥିଲେ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories