www.samajalive.in
Monday, December 8, 2025
20.1 C
Bhubaneswar

କଚ୍ଛପ ଗତିରେ ଚାଲିଛି ହରଭଙ୍ଗା ବୃହତ ପାଇପ୍‌‌ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ

ହରଭଙ୍ଗା: ବହୁଦିନର ଦାବୀ ପରେ ହରଭଙ୍ଗାଠାରେ ଜଳ ଜୀବନ ମିଶନ ଯୋଜନାରେ ବୃହତ୍‌‌ ପାଇପ୍‌‌ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ନିର୍ମାଣାଧିନ ରହିଛି। ପ୍ରକଳ୍ପ ନିର୍ମାଣ ମିଆଦି ୨ବର୍ଷ ରହିଛି। ନିର୍ମାଣର ୧୮ମାସ ପରେ ମଧ୍ୟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କଚ୍ଛପ ଗତିରେ ଚାଲିଥିବା ଦେଖିବାକୁ ମିଳିଛି। ଜଣେମାତ୍ର ଅଧିକ୍ଷଣ ଯନ୍ତ୍ରୀ ଏବଂ ଜଣେ ମାତ୍ର ସହକାରୀ ଯନ୍ତ୍ରୀରେ ଏତେବଡ଼ ପ୍ରକଳ୍ପ କାର୍ଯ୍ୟ ତଦାରଖ କରିବା ମୁସ୍କିଲ ଯୋଗୁ ଟେଣ୍ଡରଧାରୀ କମ୍ପାନୀ ପ୍ରକଳ୍ପ କାର୍ଯ୍ୟ ମନଇଚ୍ଛା ଚଳାଇଛି। ଏପରିକି ପ୍ରକଳ୍ପ ତଦାରଖ ପାଇଁ ଥାର୍ଡପାର୍ଟି କନସଲଟାଣ୍ଟ ନିୟୋଜିତ ଥିବା କୁହାଯାଉଛି। ମାତ୍ର ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ଦିଗରେ ସମୀକ୍ଷା କରିବା ପାଇଁ ଏକ କୋର କମିଟି ଗଠନ କରାଯିବାର ଜରୁରୀ ରହିଛି। ପ୍ରତ୍ୟେକ ମାସରେ ପ୍ରକଳ୍ପ ଅଗ୍ରଗତି ଦିଗରେ ଏହି କମିଟି ଠିକାସଂସ୍ଥା, ଥାର୍ଡପାଟି କନସଲଟାଣ୍ଟ ଏବଂ ବିଭାଗୀୟ ଯନ୍ତ୍ରୀଙ୍କ ସହିତ ସମୀକ୍ଷା କରିବାର ଜରୁରୀ ହୋଇପଡ଼ିଛି। ତୁରନ୍ତ ବିଡିଓ, ଅନ୍ୟାନ୍ୟ ଯନ୍ତ୍ରୀ ଏବଂ ସ୍ଥାନୀୟ ଲୋକପ୍ରତିନିଧିଙ୍କୁ ନେଇ ଏକ କୋର କମିଟି କରାଗଲେ ହରଭଙ୍ଗା ବୃହତ ପାଇପ ଜଳ ଯୋଗାଣ ଅଗ୍ରଗତିର ଅସଲ ଚିତ୍ର ସାମ୍ନାକୁ ଆସିପାରନ୍ତା ବୋଲି ସାଧାରଣରେ ଦାବୀ ହେଉଛି। ନଚେତ୍‌‌ କଂଟାମାଳ ବ୍ଲକରେ କିଛି ବର୍ଷ ପୂର୍ବରୁ ନିର୍ମାଣ ସରିଥିବା ମେଗା ପାଇପ ପ୍ରକଳ୍ପର ଅବସ୍ଥାକୁ ଲକ୍ଷ୍ୟକଲେ ଏହି ପ୍ରକଳ୍ପ ମଧ୍ୟ ପଡ଼ୋଶୀ ବ୍ଲକ ଭଳି ଫସର ଫାଟିବା ଆଶଙ୍କା କରାଯାଉଛି।

ସୂଚନା ଅନୁସାରେ, ଜଳ ଜୀବନ ମିଶନ ଯୋଜନାରେ ହରଭଙ୍ଗା ବ୍ଲକର ସମସ୍ତ ଜନସାଧାରଣଙ୍କ ପିଇବା ପାଣି ସମସ୍ୟା ଦୂର ପାଇଁ ୧୯୫କୋଟି ୭୦ଲକ୍ଷ ଟଙ୍କା ବ୍ୟୟବରାଦରେ ବୃହତ ପାଇପ୍‌‌ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣକାର୍ଯ୍ୟ ଗତ ୧୫ ନଭେମ୍ବର ୨୦୨୧ରୁ ଆରମ୍ଭ ହୋଇଛି। ପ୍ରକଳ୍ପ ନିର୍ମାଣ ସମୟ ୨ବର୍ଷ ରହିଥିବାବେଳେ ଏହାର ମିଆଦି ଆସନ୍ତା ୧୪ ନଭେମ୍ବର ୨୦୨୩ରେ ଶେଷ ହେବ। ନିର୍ମାଣକାର୍ଯ୍ୟର ୧୮ମାସପରେ ୩୮ଟି ଓଭରହେଡ ଟ୍ୟାଙ୍କ ନିର୍ମାଣ ଆବଶ୍ୟକତା ଥିବାବେଳେ ସେଥିରୁ ୫୦ପ୍ରତିଶ୍ରତ ଓଭରହ୍ୟାଡ ଟ୍ୟାଙ୍କ ନିର୍ମାଣକାର୍ଯ୍ୟ ଏଯାବତ୍‌‌ ସରିନାହିଁ। ଗୋଟିଏ ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ କାର୍ଯ୍ୟ ମଧ୍ୟ ଏଯାଏଁ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଅନ୍ୟପଟେ ୩୮ଟି ଓଭର ହ୍ୟାଡ ଟ୍ୟାଙ୍କ ନିର୍ମାଣ ହେବାକୁଥିବାବେଳେ ବର୍ତମାନ ସୁଦ୍ଧା ୨ଟିର କାର୍ଯ୍ୟ ଶେଷହୋଇଛି। ମିଆଦି ପୁରିବାକୁ ଆଉ ୬ ମାସ ସମୟ ବାକି ରହିଥିବା ବେଳେ ବର୍ତମାନ ସୁଦ୍ଧା ୫୦ ପ୍ରତିଶତରୁ କମ୍‌‌ ନିର୍ମାଣ କାର୍ଯ୍ୟ ସରିଛି। ଯଦି ସମୟ ମିଆଦି ଆଉ ୬ମାସ ବି ବୃଦ୍ଧି କରାଯାଏ, ତଥାପି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ କି ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାକୁ ନେଇ ଗତ ୬ ତାରିଖ ହରଭଙ୍ଗା ପଂଚାୟତ ସମିତି ବୈଠକରେ ପଂଚାୟତରାଜ ମନ୍ତ୍ରୀ ଠିକାସଂସ୍ଥା କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ। ମାତ୍ର ଆହୁରି ଏକବର୍ଷରୁ ଊର୍ଦ୍ଧ୍ବ ସମୟ ନିର୍ମାଣ କାର୍ଯ୍ୟ ଲାଗିବ ବୋଲି ଠିକାସଂସ୍ଥା କର୍ମଚାରୀଙ୍କ ସୂଚନା ପରେ ପ୍ରକଳ୍ପ କାର୍ଯ୍ୟର କଚ୍ଛପ ଗତି ବୁଝାପଡୁଛି। ଏହାକୁ ଦୃଷ୍ଟିରେ ରଖି ତୁରନ୍ତ କୋର କମିଟି ଗଠନ କରାଯିବାର ଆବଶ୍ୟକତା ରହିଛି ବୋଲି ଦାବୀ ହେଉଛି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories