ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଶିବଶଙ୍କର ପରିବାରକୁ ଆର୍ଥିକ ସହାୟତା
ଯାଜପୁର: ବାହାନଗା ଟ୍ରେନ ଦୁର୍ଘଟଣାରେ ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ରାଛିପୁର ପଞ୍ଚାୟତର ଶିବଶଙ୍କର ସାହୁଙ୍କ ପରଲୋକ ଘଟିଥିଲା। ଅମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କର ଅନ୍ତିମ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ। ଆଜି ମନ୍ତ୍ରୀ ଘଡେଇ ପ୍ରଶାସନିକ ଅଧିକାରୀଙ୍କ ସହ ଶିବଶଙ୍କରଙ୍କ ଘରେ ପହଞ୍ଚି ସରକାରୀ ସହାୟତା ପ୍ରଦାନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଅର୍ଚନା ଦାସ,ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ମହାନ୍ତି ଉପସ୍ଥିତ ଥିଲେ।
Comments are closed.