www.samajalive.in
Sunday, December 14, 2025
26.1 C
Bhubaneswar

ସମସ୍ତ କାର୍ଯ୍ୟାଳୟରେ କାମ ଠପ୍, ସାଧାରଣ ଲୋକ ହନ୍ତସନ୍ତ 

ଆଠଗଡ :  ରାଜ୍ୟ ଅମଲା ମିଳିତ ମଞ୍ଚର ନିଷ୍ପତ୍ତି କ୍ରମେ ଜୁନ ୧ ତାରିଖରୁ ଗ୍ରେଡ ପେ’ ବୃଦ୍ଧି ଦାବିରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ସରକାରୀ ହାଇସ୍କୁଲରେ କାର୍ଯ୍ୟରତ ଅମଲାମାନେ (କିରାଣି) ସାମୁହିକ ଛୁଟି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି। ଆନ୍ଦୋଳନ ୭ ଦିନ ବିତିଯାଇଥିଲେ ମଧ୍ୟ  ସରକାର ସେମାନଙ୍କ ଦାବି ପୂରଣ ପାଇଁ କୌଣସି ପଦକ୍ଷେପ ନେଉ ନଥିବାରୁ ଆନ୍ଦୋଳନକୁ ଆହୁରି ଯୋରଦାର କରାଯିବ ବୋଲି ମଞ୍ଚ ପକ୍ଷରୁ ଚେତାଇ ଦିଆଯାଇଛି । ଆଠଗଡର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ହାଇସ୍କୁଲର ଅମଲାମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିବାରୁ ସବୁ କାର୍ଯ୍ୟାଳୟ ଏବେ ପ୍ରାୟତଃ କର୍ମଚାରୀ ଶୂନ୍ୟ ହୋଇଯାଇଛି । ବିଭିନ୍ନ ଅଞ୍ଚଳ ବିଶେଷକରି ବଡମ୍ବା ଓ ନରସିଂହପୁର ଭଳି ଦୂରଦୂରାନ୍ତରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଗୁରୂତ୍ଵପୂର୍ଣ୍ଣ କାମରେ ଆସୁଥିବା ଲୋକ ନିରାଶ ହୋଇ ଫେରୁଛନ୍ତି ।
ବୁଧବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ ମଞ୍ଚର ଆଠଗଡ ଶାଖା ସଭାପତି ଅଜୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଆନ୍ଦୋଳନରତ ଅମଲାମାନେ ଧାରଣା ଦେବା ସହ ପ୍ରତିବାଦ ସଭା କରିଥିଲେ। ସରକାରଙ୍କ ତୃଟିପୂର୍ଣ୍ଣ ନୀତିକୁ ସେମାନେ ସମାଲୋଚନା କରିବା ସହ ସେମାନଙ୍କର ନାଯ୍ୟ  ଦାବିକୁ ସରକାର ଅବିଳମ୍ବେ ପୂରଣ କରିବାକୁ ସେମାନେ ଦାବି ଦୋହରାଇ ଥିଲେ। ଷଷ୍ଠ ବେତନ କମିଶନ ସୁପାରିଶ ଆଧାରରେ ସେମାନଙ୍କ ଗ୍ରେଡ ପେ’ ୧୯୦୦ ରୁ ୪୨୦୦ କରିବା ଏବଂ ୭ମ ବେତନ କମିଶନଙ୍କ ସୁପାରିଶ ଆଧାରରେ ଲେଭେଲ ୪ ରୁ ଲେଭେଲ ୯ କରିବା ଲାଗି ଅମଲା ମଞ୍ଚ ଦୀର୍ଘ ଦିନ ହେବ ଦାବି କରି ଆସୁଛି । ଦାବି ପୂରଣ ନହେବାରୁ ମଞ୍ଚର ପୂର୍ବ ନିଷ୍ପତ୍ତି ଅନୁଯାଇ ଗତ ମେ ୨୨ ରୁ ୩୧ ତାରିଖ ପର୍ଯ୍ୟନ୍ତ ଅମଲାମାନେ ପ୍ରତିବାଦ ସ୍ୱରୂପ କଳାବ୍ୟାଚ ପରିଧାନ କରି କାମ କରିଥିଲେ। ତଥାପି ସରକାର ସେମାନଙ୍କ ଦାବିଗୁଡିକ ପୂରଣ ଦିଗରେ ପଦକ୍ଷେପ ନ ନେବାରୁ ଜୁନ ୧ ତାରିଖରୁ ସାମୁହିକ ଛୁଟି ନେଇ ଅମଲାମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିଛନ୍ତି। ଆଉ ପ୍ରତିଶୃତି ନୁହେଁ ସରକାର ତୁରନ୍ତ ସେମାନଙ୍କ ଗ୍ରେଡ ପେ’ ବୃଦ୍ଧି କରି ବିଜ୍ଞପ୍ତି ପ୍ରକାଶ କରନ୍ତୁ ବୋଲି ଆଠଗଡ ଶାଖା ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ । ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଅମଲାମାନେ ତୁରନ୍ତ କାର୍ଯ୍ୟରେ ଯୋଗଦେଇ ଆନ୍ଦୋଳନ ସମୟର ବକେୟା କାମକୁ ରାତିଦିନ ଏକାକାର କରି ସମ୍ପୂର୍ଣ୍ଣ କରିବେ ବୋଲି ସେ ପ୍ରକାଶ କରିଥିଲେ । ଆୟୋଜିତ ପ୍ରତିବାଦ ସଭାରେ ମଞ୍ଚର କର୍ମକର୍ତ୍ତା ଦିନେଶ କୁମାର ବେହେରା, ଚନ୍ଦନ କୁମାର ବରାଳ, ତନ୍ମୟ ଦାସ, ପ୍ରତାପ କୁମାର ଲେଙ୍କା, ସୂର୍ଯ୍ୟମଣି ସାହୁ, ଅରବିନ୍ଦ ରାଉତ, ସୌମ୍ୟରଞ୍ଜନ ମିଶ୍ର, କୁଳମଣି ପଣ୍ଡା, ସୌମ୍ୟରଞ୍ଜନ ବେହେରା ଓ ଆଦିତ୍ୟ ପ୍ରଧାନ ପ୍ରମୁଖ ନିଜ ବକ୍ତବ୍ୟ ରଖିଥିଲେ ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories