www.samajalive.in
Tuesday, December 9, 2025
16.1 C
Bhubaneswar

ବାହାନଗା ରେଳ ଦୁର୍ଘଟଣାରେ ୨୭୫ ନୁହେଁ ୨୮୮ ଯାତ୍ରୀଙ୍କ ମୃତ୍ୟୁ, ୨୦୫ଟି ମୃତଦେହ ପରିବାରକୁ ହସ୍ତାନ୍ତର: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାରେ ୨୭୫ ନୁହେଁ ବରଂ ୨୮୮ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଏନେଇ ସବିଶେଷ ତଥ୍ୟ ହସ୍ତଗତ ହୋଇଛି। ଜିଲାପାଳଙ୍କ ଚୂଡାନ୍ତ ରିପୋର୍ଟ ଆଧାରରେ ମୃତକଙ୍କ ବାବଦରେ ସ୍ପଷ୍ଟ ସୂଚନା ମିଳିଛି ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି। ମୋଟ ୨୮୮ରୁ ୨୦୫ଟି ମୃତଦେହ ଚିହ୍ନଟ ହୋଇଛି ଏବଂ ପରିବାରକୁ ହସ୍ତାନ୍ତର ହୋଇଛି। ଆଉ ୮୩ଟି ମୃତଦେହ ରହିଛି, ସେସବୁର ଡିଏନଏ ନମୂନା ରଖାଯାଇଛି। ସେସବୁ ମୃତଦେହର ଦାବିଦାର ଆସିଲେ ଡିଏନଏ ମ୍ୟାଚିଂ କରି ହସ୍ତାନ୍ତର ହେବ। ଯେଉଁମାନଙ୍କର ଡିଏନଏ ନମୂନା ରଖାଯାଉଛି । ଆସନ୍ତାକାଲି ଭିତରେ ଅଧିକ ମୃତଦେହ ଚିହ୍ନଟ ହୋଇଯିବ। ଏବେ ଜଣେ ଆହତ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଛନ୍ତି ଯେ ଜିଲାପାଳଙ୍କ ଚୂଡ଼ାନ୍ତ ରିପୋର୍ଟ ଆଧାରରେ ଏବଂ ସମସ୍ତ ପ୍ରକାର ଯାଞ୍ଚ ପରେ ବାହାନଗା ରେଳ ଦୁର୍ଘଟଣାର ଚୂଡ଼ାନ୍ତ ମୃତ୍ୟୁ ସଂଖ୍ୟା ୨୮୮ ବୋଲି ଜଣାପଡ଼ିଛି। ଭୁବନେଶ୍ବରକୁ ମୋଟ ୧୯୩ଟି ମୃତଦେହ ଆସିଥିଲା। ଭୁବନେଶ୍ବରକୁ ଆସିଥିବା ୧୯୩ ମୃତଦେହରୁ ୧୧୦ଟି ଚିହ୍ନଟ କରାଯାଇଛି ଏବଂ ଚିହ୍ନଟ ହୋଇଥିବା ସମସ୍ତ ୧୧୦ଟି ମୃତଦେହ ପରିବାରକୁ ଦିଆଯାଇଛି। ବାଲେଶ୍ବରରେ ୯୪ଟି ମୃତଦେହ ପରିବାର ଲୋକଙ୍କୁ ଦିଆଯାଇଥିଲା। ଭଦ୍ରକ ମେଡ଼ିକାଲରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ଏବଂ ମୃତଦେହ ପରିବାରକୁ ଦିଆଯାଇଛି।

- Advertisement -

ବାହାନଗା ରେଳ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ, ଚିକିତ୍ସା ଖର୍ଚ୍ଚ, ମୃତଦେହ ପଠାଇବା ବ୍ୟବସ୍ଥା, ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଯାହା ଖର୍ଚ୍ଚ ତାହା ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ଭରଣା କରାଯାଉଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ପ୍ରକାଶ କରିଛନ୍ତି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories