www.samajalive.in
Sunday, December 14, 2025
26.1 C
Bhubaneswar

କଂଗ୍ରେସ ନେତାଙ୍କ ହତ୍ୟା ମାମଲାରେ ମୁଖତାର ଅଂସାରୀଙ୍କୁ ଆଜୀବନ କାରାଦଣ୍ଡ

ଲକ୍ଷ୍ମୌ – କଂଗ୍ରେସ ନେତା ଅବଧେଶ ରାୟଙ୍କ ହତ୍ୟା ମାମଲାରେ ମୁଖତାର ଅନସାରୀ ଦୋଷୀ ସାବ୍ୟସ୍ତ । ଏହି ହତ୍ୟାମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି । ୧୯୯୧ ମସିହା ଅଗଷ୍ଟ ୩ ତାରିଖରେ ଅବଧେଶଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ମାମଲାରେ ୩୧ ବର୍ଷ ପରେ ଅଦାଲତ ଅନସାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ବାରଣାସୀର ଏମ୍‌ପି -ଏମ୍‌ଏଲ୍‌ଏ ଅଦାଲତ ଏହି ନିର୍ଦେଶ ଦେଇଛନ୍ତି ।

ପୁଲିସର ଚାର୍ଜ ସିଟ୍‌ ସହ ଲମ୍ବା ସମୟ ଧରି ଚାଲିଥିବା ଶୁଣାଣୀ ପରେ ଏହି ରାୟ ପ୍ରକାଶ ପାଇଛି । ଦାଦାବଟି ଆଦାୟ ସହ ଚାନ୍ଦା ମାଗିବା ଘଟଣା ତଥା ନିଜର ପତିଆରା ବୃଦ୍ଧି ପାଇଁ ଏହି ହତ୍ୟା କରାଯାଇଥିଲା । ଅବଧେଶ ପାୟ ବ୍ରଜେଶ ସିଂଙ୍କର ପାଖ ଲୋକ ଥିଲେ । ସାରା ବାରଣାସୀରେ ତାଙ୍କର ବେଶ୍‌ ଦବଦବା ଥିଲା । ମୁଖାତାର ଅଂସାରୀଙ୍କର ପାଇଁ ସେ ପ୍ରତିଦ୍ୱନ୍ଦୀ ଥିଲେ ।

- Advertisement -

ଚନ୍ଦାସୀ କୋଇଲା ମଣ୍ଡିରେ ବ୍ୟବସାୟୀ ନନ୍ଦକିଶୋର ରୁଙ୍ଗୁଟାଙ୍କ ଅପହରଣ ଏବଂ ହତ୍ୟା ଅଭିଯୋଗ ମୁଖତାର ଅଂସାରୀଙ୍କ ଉପରେ ଲାଗିଥିଲା । ଏହି ସମୟରେ ଅବଧେଶ ରାୟ ମୁଖତାରକୁ ବିରୋଧ କରିବା ସହ ତାଙ୍କ ପାଇଁ ବଡ ପ୍ରତିବନ୍ଧକ ବନିଯାଇଥିଲେ ।ଏଥିପାଇଁ ମୁଖତାର ଅବଧେଶଙ୍କୁ ହତ୍ୟା କରିଥିଲା । ଏବେ ମୁଖତାର ବାନ୍ଦା ଜେଲ୍‌ରେ ରହିଛନ୍ତି । ଏହି ହତ୍ୟା ମାମଲାରେ ମୁଖତାର ପୁଲିସ କେଶ୍‌ ଫାଇଲ୍‌ ଗାୟବ କରି ଦେଇଥିବା ଅଭିଯୋଗ ହୋଇଥିଲା । ପରେ ଅବଧେଶଙ୍କ ଭାଇଙ୍କ ପ୍ରମାଣ ଏବଂ ପୁଲିସ ଦାଖଲ କରିଥିବା ଚାର୍ଜସିଟ୍‌ ଆଧାରରେର ମୁଖତାରଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories