www.samajalive.in
Sunday, December 14, 2025
23.1 C
Bhubaneswar

ଅଭୟକାନ୍ତଙ୍କ ସମ୍ପତ୍ତି ଜବତ

ଭୁବନେଶ୍ୱର : ପୂର୍ବତନ ଅତିରିକ୍ତ ବନ୍ୟପ୍ରାଣୀ ସଂରକ୍ଷକ (ପିସିସିଏଫ)ଅଭୟକାନ୍ତ ପାଠକଙ୍କ ୬୬ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)। ବେଆଇନ ଅର୍ଥ କାରବାର ଆଇନ (ପ୍ରିଭେନସନ୍‌ ଅଫ୍‌ ମନିଲଣ୍ଡରିଂ ଆକ୍ଟ) ବଳରେ ଇଡି ସମ୍ପତ୍ତି ଜବତ ହୋଇଛି। ଶ୍ରୀ ପାଠକଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଓ ଚାକିରି କରାଇ ଦେବା ନାଁରେ ଅର୍ଥ କାରବାର ମାମଲାର ତଦନ୍ତ ଏବେବି ଜାରି ରହିଛି। ଏନେଇ ଇଡି ପକ୍ଷରୁ ଟ୍ବିଟର ଯୋଗେ ସୂଚନା ଦିଆଯାଇଛି। ଇଡି ଜବତ କରିଥିବା ଟଙ୍କା ମଧ୍ୟରୁ ଅଭୟକାନ୍ତଙ୍କ ପୁଅ ଆକାଶର ବିବାହ ନିମନ୍ତେ ଉଦୟପୁର ତାଜ ଲେକ ହୋଟେଲରେ ଅଗ୍ରୀମ ଆକାରରେ ଦେଇଥିବା ୨୦ ଲକ୍ଷ ଟଙ୍କା, ବିବାହ ଉତ୍ସବରେ ସଙ୍ଗୀତ ପରିବେଷଣ ଲାଗି ଅଗ୍ରୀମ ବାବଦରେ ପ୍ରଦାନ କରାଯାଇଥିବା ୨ଲକ୍ଷ ଟଙ୍କା ରହିଛି। ସେହିପରି ପାହାଳଠାରେ ଥିବା ବିଏମଡବ୍ଲ୍ୟୁ ସୋ-ରୁମରୁ ଗାଡ଼ି କିଣିବା ଲାଗି ପାଠକ ବାପପୁଅ ଜମା କରିଥିବା ୧ଲକ୍ଷ ୭୭ ହଜାର ଟଙ୍କା ମଧ୍ୟ ଏହି ତାଲିକାରେ ରହିଛି। ଆକାଶ ପାଠକ ଶିଳ୍ପପତି ରାହୁଲ କନିସ୍କରଙ୍କ ପୁନେସ୍ଥିତ ଏକ ଫାର୍ମହାଉସକୁ ଭଡ଼ାରେ ନେବା ଲାଗି ୯ ଲକ୍ଷ ୩୫ ହଜାର ଜମା କରିଥିଲେ। ଉକ୍ତ ଟଙ୍କାକୁ ମଧ୍ୟ ଇଡି ଜବତ କରିଥିବା ଜଣାପଡିଛି। ଏହାବାଦ ଅଭୟକାନ୍ତଙ୍କ ନାମରେ ବିଭିନ୍ନ ବ୍ୟାଙ୍କ ଖାତାରେ ଥିବା ୩୦ ଲକ୍ଷ ଟଙ୍କାର ସ୍ଥାୟୀ ଜମା ଅର୍ଥ ଜବତ କରିଛି। ବର୍ତ୍ତମାନ ସୁଦ୍ଧା ଅଭୟକାନ୍ତ ପାଠକଙ୍କ ମାମଲାରେ ଇଡି ୨ କୋଟିରୁ ଅଧିକ ଟଙ୍କା ଆଟାଚ କରିଥିବା ଜଣାପଡିଛି।
ସୂଚନାଯୋଗ୍ୟ େଯ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଅଭୟକାନ୍ତ ପାଠକ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଥିବା ୯ କୋଟି ୩୫ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଥିଲା କଟକ ଦୁର୍ନୀତି ନିବାରଣ ସେଲ୍‌। ଏହି ମାମଲାକୁ ନେଇ ତଦନ୍ତ କରୁଥିଲା ଇଡି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ ସେତେବେଳେ ଗିରଫ ହୋଇଥିଲେ। ପରେ ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରିଥିଲା। ଏହି ମାମଲାରେ ସେତେବେଳେ ଗୋପାଳପୁର ବିଧାୟକ ଛନ୍ଦି ହୋଇ ଜେଲ ଯାଇଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories