www.samajalive.in
Saturday, December 6, 2025
26.1 C
Bhubaneswar

ସାକ୍ଷୀ, ବଜରଙ୍ଗ, ବିନେଶ ଅଟକ

ନୂଆଦିଲ୍ଲୀ : ଭାରତୀୟ କୁସ୍ତି ସଂଘର ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କୁ ଗିରଫ କରିବା ଦାବିରେ କୁସ୍ତିଯୋଦ୍ଧାମାନେ ଜନ୍ତରମନ୍ତରରେ ଚଳାଇଥିବା ଆନ୍ଦୋଳନ ଉଗ୍ର ରୂପ ନେଇଛି। ରବିବାର ଆନ୍ଦୋଳନକାରୀମାନେ ଜନ୍ତରମନ୍ତରର ନୂତନ ସଂସଦ ଭବନ ସମ୍ମୁଖରେ ମହିଳା ମହାପଞ୍ଚାୟତ ବସାଇବା ନେଇ ଉଦ୍ୟମ କରୁଥିବାବେଳେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। କୁସ୍ତିଯୋଦ୍ଧାମାନେ ବ୍ୟାରିକେଡ ଅତିକ୍ରମ କରି ନୂତନ ସଂସଦ ଭବନ ସମ୍ମୁଖରେ ଧାରଣା ଦେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସହିତ ଧସ୍ତାଧସ୍ତି ହୋଇଥିଲା। ଏହାକୁ ନେଇ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। କୁସ୍ତିଯୋଦ୍ଧାମାନେ ପ୍ରଥମ ଦୁଇ ବ୍ୟାରିକେଡ ଅତିକ୍ରମ କରି ନୂତନ ସଂସଦ ଭବନ ଆଡକୁ ଯାଉଥିବାବେଳେ ପୁଲିସ ପ୍ରତିରୋଧ କରିଥିଲା। ପୁଲିସ ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ଓ ବିନେଶ ଫୋଗତଙ୍କ ସହ ଆଉ କିଛି କୁସ୍ତିଯୋଦ୍ଧାଙ୍କୁ ଅଟକ ରଖିଛି। ପୁଲିସ କୁସ୍ତିଯୋଦ୍ଧାମାନଙ୍କୁ ଅଟକ ରଖିବା ସହ ଜନ୍ତରମନ୍ତରରୁ ତମ୍ବୁକୁ ହଟାଇ ଦେଇଛି। ପୁଲିସ ବିନେଶ ଫୋଗତ, ସାକ୍ଷୀ ମଲିକ, ବଜରଙ୍ଗ ପୁନିଆକୁ ଗିରଫ କରିବା ପରେ ଅନ୍ୟ କୁସ୍ତିଯୋଦ୍ଧାମାନେ ରାସ୍ତା ଉପରେ ବସି ରହିଥିଲେ।
ଦିଲ୍ଲୀ ପୁଲିସ ଅଟକ ରଖିଥିବା ବିନେଶ, ବଜରଙ୍ଗ, ସାକ୍ଷୀଙ୍କୁ ଭିନ୍ନଭିନ୍ନ ସ୍ଥାନରେ ରଖିଥିବା ଜଣାପଡିଛି। ବିନେଶ ଏହା ପୂର୍ବରୁ ଏକ ଭିଡ଼ିଓ ଜାରି କରି ମହିଳା ମହାପଞ୍ଚାୟତରେ ସାମିଲ ହେବାକୁ ଆସୁଥିବା ନେତାଙ୍କୁ ପୁଲିସ ଗିରଫ କରିଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ। କୁସ୍ତିଯୋଦ୍ଧାମାନଙ୍କ ଅଭିଯୋଗକ୍ରମେ ବ୍ରିଜଭୂଷଣଙ୍କ ନାମରେ ମାମଲା ରୁଜୁ କରାଯାଇଛି। ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜନୈକ ପୁଲିସ ଅଧିକାରୀ କହିଛନ୍ତି। ଟିକରୀ ସୀମା ନିକଟରେ ଦିଲ୍ଲୀ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି। ଖାପ ପଞ୍ଚାୟତ ନେତା , କୃଷକମାନେ କୁସ୍ତିଯୋଦ୍ଧମାନଙ୍କ ଆନ୍ଦୋଳନକୁ ସମର୍ଥନ କରିବା ସହ ନୂତନ ସଂସଦ ଭବନ ଯାତ୍ରା​‌େ​‌ର ସାମିଲ ହେବେ ବୋଲି ଘୋଷଣା କରିଥିଲେ। ବଜରଙ୍ଗ ପୁନିଆ କହିଛନ୍ତି ଯେ, ଆମକୁ ଗୁଳି କରିଦିଅ। ନ୍ୟାୟ ପାଇଁ ଲଢେଇ କରିବାକୁ ଯାଇ ଗୁଳି ଖାଇବାରେ କୌଣସି ଦ୍ବିଧା ନାହିଁ ବୋଲି ବଜରଙ୍ଗ କହିଛନ୍ତି। ସୂଚନାଯୋଗ୍ୟ, ଯୌନ ନିର୍ଯାତନା ଅଭିଯୋଗରେ ଭାରତୀୟ କୁସ୍ତି ସଂଘର ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କୁ ଗିରଫ କରିବା ଲାଗି କୁସ୍ତିଯୋଦ୍ଧାମାନେ ଗତ ଏପ୍ରିଲ ୨୩ରୁ ଜନ୍ତରମନ୍ତରରେ ଧାରଣାରେ ବସିଛନ୍ତି। ଘଟଣାର ତଦନ୍ତ ପାଇଁ ଭାରତୀୟ ଅଲିମ୍ପିକ୍‌ସ ସଂଘ ପକ୍ଷରୁ ସ୍ବତନ୍ତ୍ର କମିଟି ଗଠନ କରାଯାଇଥିଲେ ମଧ୍ୟ କୌଣସି ନିର୍ଯ୍ୟାସ ବାହାରି ପାରିନାହିଁ। ବ୍ରିଜଭୂଷଣଙ୍କ ନାମରେ ଦିଲୀ ପୁଲିସ ଦୁଇଟି ମାମଲା ରୁଜୁ କରିଥିଲେ ମଧ୍ୟ ଚୁପ୍‌ ବସିଛି। ଅଭିଯୋଗକାରୀଙ୍କ ବୟାନ ରେକର୍ଡ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବ୍ରିଜଭୂଷଣଙ୍କ ବିରୁଦ୍ଧରେ କାଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ବ୍ରିଜଭୂଷଣଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ଆମେ ଆନ୍ଦୋଳନରୁ ଓହରିବୁ ନାହିଁ ବୋଲି କୁସ୍ତିଯୋଦ୍ଧାମାନେ କହିଛନ୍ତି।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories