www.samajalive.in
Thursday, December 11, 2025
23.1 C
Bhubaneswar

ଓଟିଇଟି ଫର୍ମପୂରଣ ୧୨ରୁ

କଟକ : ଚଳିତ ବର୍ଷ ଓଡ଼ିଶା ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା) ନିମନ୍ତେ ଫର୍ମ ପୂରଣ ଚଳିତମାସ ୧୨ ତାରିଖରୁ ଆରମ୍ଭ ହେବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପ୍ରସ୍ତୁତି ଶେଷ କରିଛି। ବୋର୍ଡ ୱେବସାଇଟ୍‍ www.bseodisha.ac.inରେ ଉପଲବ୍ଧ ଲିଙ୍କ୍‌ ଦ୍ୱାରା କେବଳ ଅନ୍‍ଲାଇନ୍‍ ମାଧ୍ୟମରେ ଆବେଦନକାରୀ ଫର୍ମ ପୂରଣ କରିପାରିବେ। ୧୨ ତାରିଖ ପୂର୍ବାହ୍ଣ ୮ଟାରୁ ୱେବସାଇଟ୍‍ରେ ଲିଙ୍କ୍‌ ଉପଲବ୍ଧ ହେବ। ଅନ୍‍ଲାଇନ୍‍ ଟ୍ରାଞ୍ଜାକସନ୍‍ ମାଧ୍ୟମରେ ଆବେଦନକାରୀ ପରୀକ୍ଷା ଦେୟ ପଇଠ କରିପାରିବେ। ଏହା ୨୭ ତାରିଖ ରାତି ୧୧.୪୫ ପର୍ଯ୍ୟନ୍ତ ଖୋଲା ରହିବ। ଆବେଦନକାରୀ ଷ୍ଟେଟ ବ୍ୟାଙ୍କ ଚାଲାଣ ମାଧ୍ୟମରେ ଅଫ୍‍ ଲାଇନରେ ଦେୟ ପଇଠ କରିପାରିବେ। ୨୮ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଫର୍ମ ପୂରଣ କରିପାରିବେ। ଫର୍ମ ପୂରଣ ଅବଧି ବୃଦ୍ଧି କରାଯିବ ନାହିଁ ବୋଲି ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡ. ନୀହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

Hot this week

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

Related Articles

Popular Categories