www.samajalive.in
Sunday, December 14, 2025
23.1 C
Bhubaneswar

କୁଳପତିଙ୍କ ସହିତ ବିଶ୍ୱବିଦ୍ୟାଳୟର ଶିକ୍ଷା ଓ ଗବେଷଣାର ବିକାଶ ଉପରେ ଆଲୋଚନା

ବୁର୍ଲା : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅବସରପ୍ରାପ୍ତ କର୍ମଚାରୀ ସଂଘର ଏକ ପ୍ରତିନିଧି ଦଳ ସଭାପତି ପ୍ରଫେସର ଶଙ୍କର ପ୍ରସାଦ ପତିଙ୍କ ନେତୃତ୍ୱରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୁଷଣ ମିଶ୍ର, କୁଳସଚିବ ଡକ୍ଟର ନୃପରାଜ ସାହୁ ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ଭେଟି ବିଶ୍ୱବିଦ୍ୟାଳୟର ଉନ୍ନତି, ବିଶେଷ ଭାବରେ ଶିକ୍ଷା ଓ ଗବେଷଣାର ବିକାଶ ତଥା ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ସହ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି । ସଂଘର ଉପଦେଷ୍ଟା ପ୍ରଫେସର ଅଦିତ୍ୟ ପ୍ରସାଦ ପାଢ଼ୀ, ବିଗତ ଦିନରେ ଶିକ୍ଷା ଓ ଗବେଷଣାରେ ଯେଉଁ ଗୁରୁତର ବାଧା ସୃଷ୍ଟି ହୋଇଥିଲା ତାକୁ ସୁଧାରି ବିଶ୍ୱବିଦ୍ୟାଳୟର ସୁନାମ କିପରି ଭାବରେ ଫେରି ପାଇବ ସେଥିପାଇଁ ବିଭିନ୍ନ ପଦକ୍ଷେପର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ସାଧାରଣତଃ ଛାତ୍ରମାନଙ୍କର ବିକାଶ, ଶିକ୍ଷା ଓ ଗବେଷଣାର ବିକାଶ ଉପରେ ବିଶ୍ୱବିଦ୍ୟାଳୟର ସୁନାମ ନିର୍ଭର କରିଥାଏ। ଏଥିପାଇଁ ପ୍ରଫେସର ପାଢ଼ୀ ସମୟ ଉପଯୋଗୀ ବିଷୟ ଗୁଡ଼ିକର ପ୍ରଚଳନ(ଏମଏସସି/ବିଏସସି ସାଇନ୍ସ ଇନ ଆର୍ଟିଫିସିଏଲ ଇଣ୍ଟେଲିଜେନ୍ସ, ଡ଼ାଟା ପ୍ରୋକମିଙ୍ଗ)ର ଆବଶ୍ୟକତାକୁ ନେଇ କର୍ତ୍ତୃପକ୍ଷଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ସର୍ବୋପରି ଛାତ୍ରମାନଙ୍କର ନିଯୁକ୍ତି ପ୍ରତି ଦୃଷ୍ଟିଦେଇ ବିଷୟ ଚୟନ ତଥା ଏହାର ପାରିପାର୍ଶ୍ବକ ଅନୁଷ୍ଠାନ ଯଥା ଆଇଆଇଏମ-ସମ୍ବଲପୁର, ଭିସୁଟ, ଭିମସାର, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଏବଂ ବିଭିନ୍ନ ଉଦ୍ୟୋଗର ସହାୟତାରେ ସମାଜର କଲ୍ୟାଣ ପାଇଁ ଗବେଷଣାର ପ୍ରାଧାନ୍ୟ ଉପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଅନ୍ୟତମ ଉପଦେଷ୍ଟା ତଥା ପୁର୍ବତନ ଲୋକସଭା ସଦସ୍ୟ ଭବାନି ଶଙ୍କର ହୋତା ଗନ୍ଧମାର୍ଦନ ପର୍ବତରେ ଥିବା ବିଭିନ୍ନ ମୁଲ୍ୟବାନ ଔଷଧିୟ ବୃକ୍ଷଲତା ଉପରେ ଗବେଷଣା କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହା ବ୍ୟତିତ କୃଷି ସମ୍ବନ୍ଧିୟ ଏବଂ ମହୁଲର ବିଭିନ୍ନ ଉପଯୋଗିତା ବିଶେଷ ଭାବରେ ତାର ପୋଷଣ ଶକ୍ତିର ଗବେଷଣା ବିଶ୍ୱବିଦ୍ୟାଳୟର ସୁନାମ ଆଣିବାରେ ସହାୟକ ହୋଇପାରିବ ବୋଲି କହିଥିଲେ। ଏତଦ ବ୍ୟତିତ ଅବସରପ୍ରାପ୍ତ କର୍ମ·ରୀ ସଂଘର ବିଭିନ୍ନ ସମାସ୍ୟାର ଆଲୋଚନା ନେଇ କର୍ତ୍ତୃପକ୍ଷ ସମୟସୀମା ମଧ୍ୟରେ ସମାଧାନ ପାଇଁ ଦୃଢ଼ ପ୍ରତିଶୃତି ଦେଇଥିଲେ। ସମସ୍ତ ଆଲୋଚନା ସୌହାର୍ଦ୍ଦ୍ୟପୁର୍ଣ୍ଣ, ଶୃଙ୍ଖଳିତ ଏବଂ ସନ୍ତୋଷଜନକ ହୋଇଥିଲା। ଆଲୋଚନା ପୁର୍ବରୁ କୁଳସଚିବ ଡ ସାହୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ ସ୍ୱାଗତ ଭାଷଣ ଦେଥିଲେ ଏବଂ କୁଳପତି ପ୍ରଫେସର ମିଶ୍ର ବିଶ୍ୱବିଦ୍ୟାଳୟର ସର୍ବବିଧ ବିକାଶ ପାଇଁ ଅବସରପ୍ରାପ୍ତ କର୍ମ·ରୀ ସଂଘର ସହଯୋଗ କାମନା କରିଥିଲେ। ସଂଘ ତରଫରୁ ମଧ୍ୟ କର୍ତ୍ତୃପକ୍ଷଙ୍କୁ ସାହାଯ୍ୟ ଓ ସହଯୋଗ ପାଇଁ ପ୍ରତିଶୃତି ଦିଆଯାଇଥିଲା। ଏହି ଆଲୋଚନାରେ ପ୍ରଫେସର ନକୁଲ କୁମାର ଚୌଧିରୀ, ପ୍ରଫେସର ଆଶୁତୋଷ ନାଏକ, ପ୍ରଫେସର ଦେବାନନ୍ଦ େ·ପଦାର, ସାଧାରଣ ସମ୍ପାଦକ ନୀଳକଣ୍ଠ ମହାପାତ୍ର, ସହ ସମ୍ପାଦକ ଭବାନି ପ୍ରସାଦ ସିଂହ ଓ ଡ ସନ୍ତୋଷ କାନୁନଗୋ, ଶେଷଦେବ ଦୀପ, ତ୍ରିବିକ୍ରମ ମିଶ୍ର, ହେମନ୍ତ ଆ·ର୍ଯ୍ୟ, ଅରୁଣ କୁମାର ତ୍ରିପାଠୀ, ଅଶୋକ ପଣ୍ଡା, କାହ୍ନୁଚରଣ ପାଣିଗ୍ରାହୀ, ଶଙ୍କର ଭାନୁ ସାହୁ ଓ ଅଶ୍ୱିନୀ କୁମାର ସାହୁଙ୍କ ସମେତ ଆନେକ ସଦସ୍ୟ ଅଂଶଗ୍ରହଣ କରିଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories