www.samajalive.in
Sunday, December 14, 2025
23.1 C
Bhubaneswar

ମଙ୍ଗଳ ଗ୍ରହରୁ ଏଲିଏନର ସଙ୍କେତ ପ୍ରସାରିତ

ନୂଆଦିଲ୍ଲୀ : ପୃଥିବୀ ବ୍ୟତୀତ ଅନ୍ୟଗ୍ରହରେ ଜୀବସତ୍ତାର ସନ୍ଧାନ ନିମନ୍ତେ ବୈଜ୍ଞାନିକମାନେ ଉଦ୍ୟମ ଜାରି ରଖିଥିବାବେଳେ ପ୍ରଥମ କରି ମଙ୍ଗଳ ଗ୍ରହରୁ ଏଲିଏନର ସଙ୍କେତ ପ୍ରସାରିତ ହୋଇଛି। ୟୁରୋପର ମହାକାଶ ଏଜେନ୍ସି ଏକ୍ସୋମାର୍ସ ଟ୍ରେସ୍ ଗ୍ୟାସ ଅର୍ବିଟର (ଟିଜିଓ) ଏକ ସାଙ୍କେତିକ ବାର୍ତ୍ତାକୁ ମଙ୍ଗଳ ଗ୍ରହରୁ ପୃଥିବୀ ପୃଷ୍ଠକୁ ପ୍ରସାରଣ କରିଛି। ବୁଧବାର ରାତି ୯ଟାରେ ଏହି ବାର୍ତ୍ତାକୁ ପ୍ରସାରଣ କରାଯାଇଥିଲା। ବାର୍ତ୍ତାଟି ଏପରି ଏକ ଭାବନା ସୃଷ୍ଟି କରିଛି ଯେତେବେଳେ ଗୋଟିଏ ସଭ୍ୟତା ଆଉ ଏକ ସଭ୍ୟତାର ସଙ୍କେତ ପାଇଥାଏ। ବାୟୁମଣ୍ଡଳର ବହିର୍ଭାଗରୁ ଆସିଥିବା ଏହି ବାର୍ତ୍ତାକୁ ଭାଷାନ୍ତର କରିବା ଲାଗି ପ୍ରୟାସ ଆରମ୍ଭ ହୋଇଛି। ବାୟୁମଣ୍ଡଳର ବହିର୍ଭାଗରୁ ମିଳିଥିବା ବାର୍ତ୍ତାଟିକୁ ଗ୍ରୀନ ବ୍ୟାଙ୍କ ଟେଲିସ୍କୋପ୍ (ପଶ୍ଚିମ ଭର୍ଜିନିଆ), ଦ ମେଡିସିନା ରେଡିଓ

ଆଷ୍ଟ୍ରୋନୋମିକାଲ ଷ୍ଟେସନ (ଇଟାଲୀ), ଦ ଆଲେନ ଟେଲିସ୍କୋପ ଆରରେ (କାଲିଫର୍ଣ୍ଣିଆ) ଓ ଦି ଭେରି ଲାର୍ଜ ଆରରେ (ନିୟୁ ମେକ୍ସିକୋ) ଗ୍ରହଣ କରିଛନ୍ତି। ସର୍ଚ୍ଚ ଫର ଏକ୍ସଟ୍ରାଟେରେଷ୍ଟ୍ରିଆଲ ଇଣ୍ଟେଲିଜେନ୍ସ (ଏସ୍‌ଇଟିଆଇ)ର ଗବେଷକ ଡାନିଏଲ ଡି ପୌଲିସ୍ କହିଛନ୍ତି ଯେ ଆବାହମାନ କାଳରୁ ମାନବସଭ୍ୟତା ଅସାଧାରଣ ବା ଅଦ୍ଭୁତ ଶକ୍ତିର ସନ୍ଧାନ କରିଆସୁଛି। ତେଣୁ ବାୟୁମଣ୍ଡଳର ବହିର୍ଭାଗରୁ ଆସିଥିବା ଏହି ଅଦ୍ଭୁତ ବାର୍ତ୍ତା ସମ୍ପର୍କରେ ଜାଣିବାକୁ ମାନବସଭ୍ୟତା ବେଶ ଉତ୍ସୁକ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories