www.samajalive.in
Wednesday, December 10, 2025
16.1 C
Bhubaneswar

ଶୀତଳଷଷ୍ଠୀରେ ଦୁଲୁକିଲା ସମ୍ବଲପୁର ; ଯୁଗଳ ଦର୍ଶନ ଦେଲେ ଦେବଦମ୍ପତି

ସମ୍ବଲପୁର : ନାଚଗୀତରେ କମ୍ପୁଛି ସମ୍ବଲପୁର। ଦେବାଧିଦେବ ମହାଦେବ ଏବଂ ମାତା ପାର୍ବତୀ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ନଗର ପରିକ୍ରମା କରୁଛନ୍ତି। ଗୁରୁବାର ରାତିରେ ନନ୍ଦପଡ଼ାର ବମବରାଡ଼ ବାଲୁଙ୍କେଶ୍ବର ବାବା, ଝାଡୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ବର ବାବା, ବଡ଼ବଜାରର ଶୀତଳେଶ୍ବର ବାବା ଓ ଠାକୁରପଡ଼ାର ଗୁପ୍ତେଶ୍ବର ବାବା ମନ୍ଦିରରୁ ବାହାରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। ଶୋଭାଯାତ୍ରାରେ ସ୍ଥାନୀୟ ତଥା ରାଜ୍ୟ ଓ ରାଜ୍ୟ ବାହାରରୁ ଆସିଥିବା ପ୍ରାୟ ୧୦ ହଜାର କଳାକାର ସାମିଲ ହୋଇଛନ୍ତି। ଲୋକବାଦ୍ୟ, ଲୋକନୃତ୍ୟ, ରଥ ନାଚ, ପ୍ରଜ୍ଞାପନ ମେଢ଼ ତଥା ମହାଦେବ ଓ ପାର୍ବତୀଙ୍କ ଯୁଗଳ ପରଭା ସହ ଶୋଭାଯାତ୍ରା ରାତିତମାମ ଚାଲିଥିଲା। ଭୋରୁ ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ଶୋଭାଯାତ୍ରା ଅଟକିଥିଲା। ଶୁକ୍ରବାର ୯ଟାରୁ ପୁଣି ଯାତ୍ରାରମ୍ଭ ହୋଇ ଅନୁମୋଦିତ ଯାତ୍ରାପଥ ଦେଇ ଅପରାହ୍ଣରେ ଦେବଦମ୍ପତି ମନ୍ଦିର ପ୍ରବେଶ କରିବା କାର୍ଯ୍ୟକ୍ରମ ରହିଛି।
ଗୁରୁବାର ବ୍ରାହ୍ମ ମୁହୂର୍ତ୍ତରେ ଦେବ ଦମ୍ପତିଙ୍କ ବିବାହ ପରେ ସକାଳେ କନ୍ୟାଳୟରେ ନବବିବାହିତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ। ପରେ ସ୍ବମନ୍ଦିର ଅଭିମୁଖେ ପ୍ରସ୍ଥାନ କରିଥିଲେ। ନଗର ପରିକ୍ରମା ଶୋଭାଯାତ୍ରା ହେଉଥିବା ୫ଟି ମନ୍ଦିର ବ୍ୟତୀତ ଅନ୍ୟ ସମସ୍ତ ଶିବାଳୟରେ ମନ୍ଦିର ପ୍ରବେଶ ହୋଇ ପୂଜାର୍ଚ୍ଚନା ଓ ଅାଳତି କରାଯାଇଥିଲା। ନନ୍ଦପଡ଼ା, ଝାଡ଼ୁଆପଡ଼ା, ମୁଦିପଡ଼ା, ବଡ଼ବଜାର ଓ ଠାକୁରପଡ଼ାର ଦେବଦମ୍ପତିଙ୍କୁ ସାଜସଜ୍ଜା କରି ପୁଣି ଗୁରୁବାର ରାତିରେ ଯୁଗଳ ଦର୍ଶନ ଶୋଭାଯାତ୍ରା ବାହାରିଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories