ଭୁବନେଶ୍ବର : ଦେଶର ୮ଟି ରାଜ୍ୟରେ ଗୁରୁବାର ପ୍ରଚଣ୍ଡ ବିପଦ ଜନକ ବିଜୁଳି ଘଡ଼ଘଡ଼ି ମାରିଛି। ବିଜୁଳିର ତୀବ୍ରତା ଏତେ ପରିମାଣରେ ଥିଲା ଯେ, ଚାରି ଆଡ଼େ ଆଲୋକିତ କରି ପକାଉ ଥିଲା । ଭୁବନେଶ୍ବର ସହିତ କଟକ, ସାକ୍ଷୀଗୋପାଳ, ପିପିଲି, କଟକ, ନୟାଗଡ଼, ଢେଙ୍କାନାଳରେ ପ୍ରଚଣ୍ଡ ବଜ୍ରପାତ ହୋଇଛି । କେବଳ ଓଡ଼ିଶାରେ ବଜ୍ରପାତ ପ୍ରଭାବ ଦେଖିବାକୁ ମିଳିଛି ତାହା ନୁହେଁ ବରଂ ଆରବ ସାଗର ଅଞ୍ଚଳ ସହିତ ଉତ୍ତର ଭାରତରେ ବିପଦ ଜନକ ବଜ୍ରପାତ ମାରିଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଓଡ଼ିଶା, ଉତ୍ତର ପ୍ରଦେଶ, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଉପକୂଳ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ କେରଳରେ ବିଜୁଳି ଘଡ଼ଘଡ଼ି ମାରିଛି।
Popular Categories



