www.samajalive.in
Saturday, December 6, 2025
26.1 C
Bhubaneswar

ମହାନଦୀରେ ବୁଡ଼ିଯାଇ ନାବାଳକ ମୃତ

ବଡ଼ମ୍ବା : ନଦୀରେ ବୁଡିଯାଇ ନାବାଳକ ମୃତ। ଭଟ୍ଟାରିକା ପୀଠ ସନ୍ନିକଟ ମହାନଦୀରେ ବୁଡ଼ିଯାଇ ଜଣେ ୧୪ ବର୍ଷୀୟ ନାବାଳକର ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ଥାନୀୟ ଶଶାଙ୍ଗ ଗ୍ରାମର କୁଞ୍ଜବିହାରୀ ନାୟକଙ୍କର ପୁତ୍ର । ସେ ନବମ ଶ୍ରେଣୀରେ ପାଠ ପଢୁଥିଲେ। ଘଟଣାରୁ ପ୍ରକାଶ ଗୁରୁବାର ସକାଳ ପ୍ରାୟ ୯ଟା ସମୟରେ ସାଙ୍ଗସାଥୀଙ୍କ ସହିତ ନଦୀରେ ଗାଧୋଉଥିଲେ, ହେଲେ ହଠାତ୍ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ବୁଡ଼ିଯାଇଥିଲେ। ଏହି  ଖବରପାଇ ବଡ଼ମ୍ବା ଏବଂ ନିକଟସ୍ଥ ବାଲିଝରୀର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟରେ ଲାଗିଥିଲେ । ସଫଳ ନହେବାରେ ପରେ ପରେ ବାଙ୍କୀ ଅଗ୍ନିଶମ କେନ୍ଦ୍ରର ସ୍ଵତନ୍ତ୍ର ସ୍କୁବା ଡାଇଭର ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୂର୍ବାହ୍ନ ପ୍ରାୟ ୧୧ଟାରେ ବାଙ୍କୀର ଆଗ୍ନିକ ସରୋଜ କୁମାର ସାମଲ ନଦୀରେ ବୁଡ଼ି ଉକ୍ତ ନାବାଳକକୁ ଗଭୀର ଜଳରୁ ଉଦ୍ଧାର କରିଥିଲେ । ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ବଡ଼ମ୍ବା ଡାକ୍ତରଖାନା ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଘଟଣାକୁ ନେଇ ଭଟ୍ଟାରିକା, ଶଶାଙ୍ଗ ଗ୍ରାମ ସମେତ ସମଗ୍ର ବଡମ୍ବାରେ ଗଭୀର ଶୋକର ଛାୟା ଖେଳିଯାଇଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories