www.samajalive.in
Sunday, December 7, 2025
15.1 C
Bhubaneswar

ନାତିର ଠେଙ୍ଗା ମାଡ଼ରେ ଅଜା ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ବତିସୁଆଁ ପଞ୍ଚାୟତ ଅନ୍ତର୍ଗତ ହାତୀମୁଣ୍ଡ ଗାଁରେ ଗତକାଲି ରାତିରେ ଘଟିଛି ଏକ ଅଭାବନୀୟ ଘଟଣା । ନାତିର ଠେଙ୍ଗା ମାଡ଼ରେ ଅଜାଙ୍କ ମୃତ୍ୟୁ ଘଟିଥିବା ଘଟଣା ସ୍ଥାନୀୟ ଆଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଅଭିଯୁକ୍ତ ନାତି ସମେତ ଆଉ ଜଣଙ୍କୁ ମଧ୍ୟ ଅଟକ ରଖିଛି ପୁଲିସ ।ସୂଚନା ଅନୁସାରେ ବତିସୁଆଁ ପଞ୍ଚାୟତ ହାତୀମୁଣ୍ଡ ଗାଁର ଧନୁରାମ ମହାକୁଡ଼, ଦୀର୍ଘ ବର୍ଷ ହେଲା ସେହି ଗାଁରେ ନିଜର ପୁଅ ,ବୋହୁ, ନାତି ଓ ନାତୁଣୀ ବୋହୁ ସହିତ ରହି ଆସୁଥିଲେ । ଗତ କିଛି ଦିନ ଧରି ନାତି ନବୀନ ମହାକୁଡ ପାରିବାରିକ ଗଣ୍ଡୋଗଳକୁ ନେଇ ଅଲଗା ରହି ଆସୁଥିଲେ । ଗତକାଲି କୌଣସି କାରଣକୁ ନେଇ ଉଭୟ ଅଜା ଓ ନାତି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ନାତି ନବୀନ ମହାକୁଡ଼ ରାଗି ଯାଇ ଏକ ଠେଙ୍ଗାରେ ଧନୁରାମକୁ ଆକ୍ରମଣ କରିଥିଲା। ଫଳରେ ଷାଠିଏ ବର୍ଷୀୟ ବୃଦ୍ଧ ଧନୁରାମ ମୃତ୍ୟୁ ବରଣ କରିଥିଲେ । ଗାଁ ଲୋକଙ୍କ ସହାୟତାରେ ପାଲଲହଡା ପୁଲିସ ଖବର ପାଇ ଆଜି ସକାଳୁ ଘଟଣା ସ୍ଥଳରେ ପହଞ୍ଚିଥିଲା । ପୁଲିସ ହତ୍ୟା ଅଭିଯୁକ୍ତ ନାତି ନବୀନ ମହାକୁଡ଼କୁ ଘଟଣା ସ୍ଥଳରୁ ଗିରଫ କରିବା ସହ ଆଉ ଜଣେ ତାଙ୍କ ସମ୍ପର୍କୀୟ ଜ୍ୱାଇଁକୁ ଥାନାକୁ ଆଣି ଅଟକ ରଖିଥବା ଜଣାପଡ଼ିଛ । ପୁଲିସ ଘଟଣା ସ୍ଥଳରୁ ହତ୍ୟାରେ ବ୍ୟବହାର ହୋଇ ଥିବା ଠେଙ୍ଗାକୁ ମଧ୍ୟ ଜବତ କରିଛି ।  ଧନୁରାମର ମୃତ ଦେହକୁ ପାଲଲହଡା ଡାକ୍ତରଖାନାକୁ ଆଣି ଶବ ବ୍ୟବଚ୍ଛେଦ କରି ଅଧିକ ତଦନ୍ତ କରୁଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଅଭିଯୁକ୍ତ ନବୀନ ମହାକୁଡ଼ ସିଧାସଳଖ ହତ୍ୟା କରିଥିବା ସ୍ୱୀକାର କରିଥିବା ବେଳେ ତାର ସ୍ତ୍ରୀକୁ ଅନେକ ଥର ଦୁର୍ଭାଵ୍ୟବାର କରୁଥିବାରୁ ହତ୍ୟା କରିଥିବା ପ୍ରକାଶ କରିଛି । ଅନ୍ୟପକ୍ଷରେ ତାଙ୍କ ସ୍ତ୍ରୀ ମଧ୍ୟ ସମାନ ଅଭିଯୋଗ କରିଛି । ତଦନ୍ତ ପରେ ହତ୍ୟାକାଣ୍ଡର ସତ୍ୟାସତ୍ୟ ଜଣା ପଡିବ ବୋଲି ପୁଲିସ କହିଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories