www.samajalive.in
Tuesday, December 9, 2025
16.1 C
Bhubaneswar

ଭଗବାନଙ୍କ ନିକଟରେ ଏବଂ ମନୁଷ୍ୟ ଜୀବନରେ ସୁଗନ୍ଧିତ ଦ୍ରବ୍ୟର ପ୍ରଭାବ

ପୂଜାର୍ଚ୍ଚନା ସମୟରେ ସଭିଏଁ ବିଭିନ୍ନ ଦ୍ରବ୍ୟର ବ୍ୟବହାର କରିଥାଆନ୍ତି। ଏହି ଦ୍ରବ୍ୟମାନଙ୍କ ମଧ୍ୟରେ ଧୂପକାଠି, ଝୁଣା ଧୂପ ଚନ୍ଦନ, ଆଦିର ପ୍ରୟୋଗ କରିଥାଆନ୍ତି। ମାତ୍ର ଭଗବାନଙ୍କୁ ଏହା ଅର୍ପଣ କରିବାର ସ୍ୱତନ୍ତ୍ର କାରଣ ରହିଛି। ଏହି ୩ଟି ଦ୍ରବ୍ୟ ଦ୍ୱାରା ବାତାବରଣ ସୁଗନ୍ଧିତ ହେବା ସହ ସକାରତ୍ମକ ଶକ୍ତି ଗୃହରେ ପ୍ରବେଶ କରିଥାଏ ବୋଲି କୁହାଯାଇଥାଏ। ଏହି ସୁଗନ୍ଧିତ ଦ୍ରବ୍ୟ ଦ୍ୱାରା ମନରେ ଶ୍ରଦ୍ଧା ଓ ଭକ୍ତି ମଧ୍ୟ ଆସିଥାଏ। ପୂଜାରେ ଏକାଗତା ଆସିଥାଏ।
ଜ୍ୟୋତିଷ ଶାସ୍ତ୍ରରେ ସୁଗନ୍ଧିତ ଦ୍ରବ୍ୟର ସମ୍ବନ୍ଧ ବୁଧ ଗ୍ରହଙ୍କ ସହ ରହିଛି। ଏହାକୁ ପ୍ରୟୋଗ କରିବା ଦ୍ୱାରା ଜାତକରେ ବୁଧଙ୍କ ସୁପ୍ରଭାବ ପଡ଼ିଥାଏ। ଏହା ଦ୍ୱାରା ଜୀବନର ବହୁ କଷ୍ଟ ମଧ୍ୟ ଦୂର ହୋଇଥାଏ।
ମନୁଷ୍ୟର ମନ ଉପରେ ମୁଖ୍ୟତଃ ୩ଟି ଜିନିଷର ଅଧିକ ପ୍ରଭାବ ପଡ଼ିଥାଏ। ଏହା ହେଉଛି ଶବ୍ଦ ଅର୍ଥାତ ମନ୍ତ୍ର, ରଙ୍ଗ, ସୁଗନ୍ଧ। ସୁଗନ୍ଧିତ ଦ୍ରବ୍ୟ ଦ୍ୱାରା ମାନସିକ ଅଶାନ୍ତି ଦୂର ହୋଇଥାଏ। ମନରେ ଶାନ୍ତି ଓ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ। ଏକାଗ୍ରତା ମଧ୍ୟ ବଢିଥାଏ। ତେଣୁ ଏହାର ପ୍ରୟୋଗ ଦ୍ୱାରା ଆମ ଜୀବନ ଉପରେ ଉତ୍ତମ ପ୍ରଭାବ ପକାଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories