www.samajalive.in
Thursday, December 11, 2025
13.1 C
Bhubaneswar

ଉପଜିଲାପାଳଙ୍କ ଦ୍ୱାରା ନବ ନିର୍ମିତ ଧାନମଣ୍ଡି ଉଦ୍‌ଘାଟିତ

କଲମପୁର : ଧର୍ମଗଡ଼ ଉପଜିଲାପାଳ ତଥା ମୁଖିଗୁଡା ନିୟନ୍ତ୍ରୀତ ବଜାର କମିଟିର ଅଧ୍ୟକ୍ଷ ବେଦଭୁଷଣଙ୍କ ଦ୍ୱାରା ବଡକୁଟୃଠାରେ ନବ ନିର୍ମିତ ଧାନ ମଣ୍ଡି ଉଦ୍‌ଘାଟିତ ହେଇଯାଇଛି। ବୁଧବାର ସକାଳେ ଉପଜିଲାପାଳ ବେଦଭୁଷଣ ବଡକୁଟୃ ସମବାୟ ସମିତି କାର୍ଯ୍ୟାଳୟଠାରେ ପହଞ୍ଚିବା ପରେ ବଡକୁଟୃ ପ୍ରାଥମିକ କୃଷି ସମବାୟ ସମିତିର ସଭାନେତ୍ରୀ ମଞ୍ଜୁଳା ସାହୁ, ମୁଖିଗୁଡା ନିୟନ୍ତ୍ରୀତ ବଜାର କମିଟିର ସମ୍ପାଦକ ଅବକାଶ ବେହେରା, ସମିତି ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ସମିତି ସଭ୍ୟ ବିକ୍ରମ କେଶରୀ ନାଏକ, ପ୍ରାଥମିକ କୃଷି ସମବାୟ ସମିତିର ନିର୍ଦ୍ଦେଶିକା ସବିତା ନାଏକ, ଜିଲାପରିଷଦ ସଭ୍ୟା ଦୁହିତା ମାଝୀ, ବଡକୁଟୃ ସରପଞ୍ଚ ଗଣେଶ ଚନ୍ଦ୍ର ପଣ୍ଡା, ପ୍ରାଥମିକ କୃଷି ସମବାୟ ସମିତିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଷଷ୍ଠୀ ପ୍ରସାଦ ସୁନାନୀ ପ୍ରମୁଖ ସ୍ୱାଗତ କରିଥିଲେ। ଏହାପରେ ନବ ନିର୍ମିତ ଧାନ ମଣ୍ଡିକୁ ଉପଜିଲାପାଳ ବେଦଭୁଷଣ ଉଦଘାଟନ କରିଥିଲେ। ଏହି ଅବସରରେ ପ୍ରାଥମିକ କୃଷି ସମବାୟ ସମିତିର ସଭାନେତ୍ରୀ ଶ୍ରୀମତୀ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହେଇଥିଲା। ଏଥିରେ ଉପଜିଲାପାଳ ବେଦଭୁଷଣ ମୁଖ୍ୟଅତିଥି ଭାବେ ଯୋଗଦେଇ ମଣ୍ଡିର ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ ପାଇଁ ଚାଷୀଙ୍କ ସହଯୋଗ କାମନା କରିଥିଲେ। ଏହି ଧାନ ମଣ୍ଡି ନିର୍ମାଣ ପାଇଁ ମୁଖିଗୁଡା ନିୟନ୍ତ୍ରୀତ ବଜାର କମିଟି ମାଧ୍ୟମରେ ପ୍ରାୟ ଦେଢ କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିଲା। ଏହି ମଣ୍ଡି ନିର୍ମାଣ ହେବା ପରେ ଅଂଚଳର ଚାଷୀ ଉପକୃତ ହେଇ ପାରିବେ। କେବଳ ଧାନ ବିକ୍ରୟ ନୁହେଁ ଏହି ମଣ୍ଡି ମାଧ୍ୟମରେ ବିହନ ବିକ୍ରୟ, ସାର ଯୋଗାଣ, ଧାନକୁ ଏଫଏକ୍ୟୁ ମାନର କରାଇବା ପାଇଁ ଆବଶ୍ୟକ ଯନ୍ତ୍ରପାତି ସ୍ଥାପନ କରାଯାଇ ଚାଷୀଙ୍କୁ ସୁବିଧା ଯୋଗାଇ ଦିଆଯିବ ବୋଲି ନିୟନ୍ତ୍ରୀତ ବଜାର କମିଟିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଶ୍ରୀ ବେଦଭୁଷଣ ମତବ୍ୟକ୍ତ କରିଛନ୍ତି। ଏହି ଉଦଘାଟନୀ ଉତ୍ସବରେ ଅଂଚଳର ବହୁ ଚାଷୀଙ୍କ ସମେତ ବଡକୁଟୃ ସମବାୟ ସମିତିର ନିର୍ଦ୍ଦେଶକ, ନିର୍ଦ୍ଦେଶିକା, ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନର ସଦସ୍ୟାମାନେ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories