www.samajalive.in
Tuesday, December 9, 2025
16.1 C
Bhubaneswar

ଏପିଜେ ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ

ଧାମରା : ଧାମରା ନିକଟସ୍ଥ ଚରଦିଆ ଠାରେ ଥିବା ଏପିଜେ ଶିକ୍ଷା କେନ୍ଦ୍ରର ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି। ଗ୍ରାମାଞ୍ଚଳରେ କଳା ଓ ଶିକ୍ଷାର ବିକାଶ ପାଇଁ ପ୍ରଥମ ଲାଗି ଚରଦିଆ ଅଂଚଳର ଶତାଧିକ ମେଧାବୀ ଛାତ୍ରଛାତ୍ରୀଙ୍କୁ ନେଇ ଏହି ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଥିଲା । ନିଜ ଅଂଚଳରେ ଶିକ୍ଷାର ମହତ୍ୱକୁ ପ୍ରସାର କରିବା ଉଦ୍ଦେଶ୍ୟ ନେଇ ଏହି ବାର୍ଷିକ ଉତ୍ସବ ଅନୁଷ୍ଠିତ ପରିପ୍ରେକ୍ଷୀରେ ଉଦଘାଟନୀ ଉତ୍ସବରେ ସକାଳେ ଚରଦିଆ ବଜାରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖେଳ, ନାଚ, ଗୀତ ଆଦିରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚରଦିଆ ପଂଚାୟତର ସରପଂଚଙ୍କ ପ୍ରତିନିଧି ପ୍ରଶାନ୍ତ ମାଝୀ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ସରପଂଚ ତଥା ସମାଜସେବୀ କିଣୁରାମ ଜେନା,ସମ୍ମାନୀତ ଅତିଥି ଭାବେ ଚରଦିଆ ପଂଚାୟତର ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ମାନଙ୍କ ସହ ଅଂଚଳର ବୁଦ୍ଧିଜିବୀ ମାନେ ଉପସ୍ଥିତ ଥିଲେ।

ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଳଧର ପୁର ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଦ୍ୟାଧର ମଲିକ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ସରପଂଚ ପ୍ରଫୁଲ ନାୟକ, ସମ୍ମାନୀତ ଅତିଥି ଭାବେ ଅଖିଳ ଭାରତ ଛାତ୍ର ସଂଘର ରାଜ୍ୟ ସଂପାଦକ  କାହ୍ନୁଚରଣ ପରିଡା, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କୁଳମଣି ଜେନା, ପ୍ରତାପ କିଶୋର ମହାନ୍ତି, ବେଣୁଧର ନାୟକ, ଶରଥ ଚନ୍ଦ୍ର ଧଳ ପ୍ରମୁଖ ଉପସ୍ଥିତ ଥିଲେ। ଉପସ୍ଥିତ ସମସ୍ତ ଅତିଥି ନିଜ ଅଂଚଳରେ ଗଢି ଉଠିଥିବା ଏହି ଶିକ୍ଷା କେନ୍ଦ୍ର ଆଜି ଭଳି ଦିନରେ ଅଂଚଳ ପାଇଁ ଗର୍ବ ଏବଂ ଗୌରବର ବିଷୟ ବୋଲି ବକ୍ତବ୍ୟ ରଖିଥିଲେ। ସଭା ଶେଷରେ ଖେଳ, ନାଚ ଓ ଗୀତରେ ବିଭିନ୍ନ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଆଜିର ଏହି ଉତ୍ସବରେ ଆଶିଷ କୁମାର ଜେନା ସଭାପତିତ୍ୱ କରିଥିବା ବେଳେ ଶିକ୍ଷା କେନ୍ଦ୍ରର ପ୍ରତିଷ୍ଠାତା ଅଞ୍ଜନ କୁମାର ପାତ୍ର ଅତିଥି ପରିଚୟ ପ୍ରଦାନ ଏବଂ ଶରତ ଚନ୍ଦ୍ର ଧଳ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories