ମୋହନା: ଗଜପତି ଜିଲା ଆର.ଉଦୟଗିରି ପୁଲିସ ୨୨ ତାରିଖ ରାତ୍ରିରେ ପେଟ୍ରୋଲିଂ କରୁଥିବା ବେଳେ ଘଞ୍ଚ ଜଙ୍ଗଲ ମଧ୍ୟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଯାହାର ଆନୁମାନିକ ବଜାର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ।
ସୂଚନାଯୋଗ୍ୟ ଆର.ଉଦୟଗିରି ସବଇନିସ୍ପେକ୍ଟର ରାମକୃଷ୍ଣ ଦାସ ଓ କର୍ମଚାରୀ ମିଳିତଭାବେ ଏହି ଥାନା ଅନ୍ତର୍ଗତ ଅନୁଗୁରୁ ଗ୍ରାମାଞ୍ଚଳରେ ରାତ୍ରକାଳୀନ ପେଟ୍ରୋଲିଙ୍ଗ କରି ଫେରୁଥିବା ସମୟରେ ୱାମା ଗ୍ରାମ ନିକଟ ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ରଖାଯାଇଥିବା ଥାନା ଅଧିକାରୀଙ୍କଠାରୁ ଖବର ପାଇ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ।
ସେଠାରୁ ୨ କ୍ବିଣ୍ଟାଲ ୭୦ କିଲୋ ଗଂଜେଇ ଜବତ ହୋଇଥିଲା। ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଥାନା ଅଧିକାରୀ କହିଛନ୍ତି। କିନ୍ତୁ ଜବତ ଗଞ୍ଜେଇ ସ୍ଥାନରୁ ପୁଲିସ ଆସୁଥିବାର ଖବର ପାଇ ମାଫିଆମାନେ ସ୍ଥାନ ଛାଡି ଚମ୍ପଟ ମାରିଥିଲେ।



