www.samajalive.in
Friday, December 12, 2025
19.1 C
Bhubaneswar

ଗଛରୁ ପଡି ଯୁବକଙ୍କ ଗୋଡ ଭାଙ୍ଗିଲା

କଲମପୁର : କାଳ ହେଲା ଗଛ ଚଢି ଜାମୁକୋଳି ତୋଳିବା । ଗଛ ଡାଳ ଭାଙ୍ଗି ଯିବା ଯୋଗୁଁ ୧୦ ଫୁଟ ତଳକୁ ଖସି ପଡିଥିଲା ଯୁବକ । ଯାହା ଫଳରେ ଯୁବକଙ୍କ ଗୋଡ ଭାଙ୍ଗି ଯାଇଛି । ରବିବାର ଇଛାପୁର ଠାରେ ଘଟିଛି ଏଭଳି ଏକ ଘଟଣା। ତାଙ୍କୁ ପରିବାର ଲୋକ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ପରେ ଚିକିତ୍ସା ପାଇଁ କଲମପୁର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ସମ୍ପୃକ୍ତ ଯୁବକଙ୍କ ଗୋଡ ଭାଙ୍ଗି ଯାଇଥିବା ଯୋଗୁଁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ।
ସୂଚନା ଅନୁସାରେ ଇଛିପୁର ଗ୍ରାମର ପ୍ରଭାସ ପାତ୍ର ନାମକ ଜନୈକ ଯୁବକ ଜାମୁକୋଳି ତୋଳିବା ପାଇଁ ରବିବାର ଅପରାହ୍ନରେ ଘର ନିକଟରେ ଥିବା ଏକ ଜାମୁକୋଲି ଗଛକୁ ଚଢିଥିଲେ। ସେ ଜାମୁକୋଳି ତୋଳୁଥିବା ବେଳେ ହଠାତ୍ ଗଛ ଡାଳ ଭାଙ୍ଗି ଯାଇଥିଲା। ଯାହା ଫଳରେ ୧୦ ଫୁଟ ତଳକୁ ଖସି ପଡି ଯୁବକଙ୍କ ଗୋଡ ଭାଙ୍ଗି ଯିବାରୁ  ଗୁରୁତର ହେଇ ପଡିଥିଲେ। ତୁରନ୍ତ ପରିବାର ଲୋକ କଲମପୁର ଗୋଷ୍ଟୀ ସ୍ୱାସ୍ତ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ଗୋଡ ଭାଙ୍ଗି ଯାଇ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସଂଧ୍ୟା ସାଢେ ୫ଟା ବେଳେ ଏକ ଆମ୍ବୁଲାନ୍ସ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories