www.samajalive.in
Sunday, December 7, 2025
15.1 C
Bhubaneswar

ଭାଇ ଦୂଜ ପାଳନର ଶୁଭ ମୂହୁର୍ତ୍ତ

ପାଞ୍ଚ ଦିନ ପର୍ଯ୍ୟନ୍ତ ପାଳନ କରାଯାଉଥିବା ଦୀପାବଳି ପର୍ବର ଶେଷ ଦିନରେ ଭାଇ ଦୂଜ ପର୍ବ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ପର୍ବ ନଭେମ୍ବର ମାସ ୯ ତାରିଖରେ ପାଳନ କରାଯିବ।
ଭାଇ ଦୂଜ ପର୍ବ ଭାଇ-ଭଉଣୀଙ୍କ ଭଲ ପାଇବାର ପ୍ରତୀକ ଅଟେ। ଏହିପର୍ବ ରାକ୍ଷୀ ପୂର୍ଣ୍ଣିମା ପରି ହୋଇଥାଏ। କିନ୍ତୁ ଏହି ଦିନ ରାକ୍ଷୀ ନ ବାନ୍ଧି କେବଳ ଭାଇମାନଙ୍କର ତିଲକ/ ଟିକା ଲଗାଇଥାନ୍ତି। ତାପରେ ଭାଇମାନଙ୍କର ଶୁଭ ମନାସି ପୂଜା କରିଥାନ୍ତି।
ଭାଇ ଦୂଜର ଶୁଭ ମୂହୁର୍ତ୍ତ :
ଆରମ୍ଭ : ଅପରାହ୍ନ ୧.୧୦ମିନିଟ
ସମାପ୍ତ : ଅପରାହ୍ନ ୩.୨୭ ମିନିଟ
ପୂଜା କରିବାର ବିଧି :
ପ୍ରଥମେ ଭଉଣୀମାନେ ଅଟାରେ ମୁରୁଜ ପକାନ୍ତୁ।
ସେହି ମୁରୁଜରେ ଭାଇଙ୍କୁ ବସାନ୍ତୁ।
ପୂଜା କରିବା ପାଇଁ ଭାଇଙ୍କ ହାତରେ ଚାଉଳର ଆଣ ଲଗାନ୍ତୁ।
ଏହାପରେ ସେହି ଆଣରେ ସିନ୍ଦୁର ଲଗାଇ ପାନ, ସୁପାରୀ ଓ ଟଙ୍କା ହାତ ଉପରେ ରଖନ୍ତୁ। ସେଥିରେ ଅଳ୍ପ ପାଣି ଛିଞ୍ଚି ମନ୍ତ୍ର ବୋଲନ୍ତୁ।
କିଛି ସ୍ଥାନରେ ଏହିଦିନ ଭଉଣୀମାନେ ଭାଇମାନଙ୍କର ପୂଜା କରି ହାତରେ ରକ୍ଷା ସୂତା ବାନ୍ଧିଥାନ୍ତି।
ଭାଇମାନଙ୍କୁ ମିଶ୍ରି ଖାଇବାକୁ ଦିଅନ୍ତୁ।
ସନ୍ଧ୍ୟା ସମୟରେ ଭଉଣୀ ଯମରାଜଙ୍କ ନାମରେ ଚର୍ତୁମୁଖୀ ଦୀପ ଘରର ବାହାରେ ଜଳାନ୍ତୁ। ଘରର ମୁଖ୍ୟଦ୍ୱାରର ଦକ୍ଷିଣ ଦିଗରେ ଦୀପ ଜଳାଇ ରଖନ୍ତୁ।

ଆଲେଖ୍ୟ : ପ୍ରଜ୍ଞାସିନୀ ମଲ୍ଲିକ୍

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories