www.samajalive.in
Friday, December 12, 2025
17.1 C
Bhubaneswar

ବିଜୁସେତୁ ଆପ୍ରୋଚ ରାସ୍ତାରେ ଫାଟ,ମରାମତି ଦାବି

ହରଭଙ୍ଗା : ହରଭଙ୍ଗା-କୁଶାସିଙ୍ଗା ଜଗନ୍ନାଥ ସଡକରେ ଶଗଡିଆ ନାଳ ଉପରେ ନିର୍ମାଣଧିନ ବିଜୁସେତୁ ଆପ୍ରୋଚ ରାସ୍ତାର ଉଭୟ ପଟରେ ଫାଟ ସୃଷ୍ଟି ହୋଇଛି । ସେତୁ ଛାତ ସହିତ ଆପ୍ରୋଚ ରାସ୍ତାର ତାଳମେଳ ନଥିବାରୁ ବହୁସମୟରେ ସାଧାରଣ ଯାତ୍ରୀ ଦୁର୍ଘଟଣାର ଶୀକାର ହେଉଥିବା ଦେଖିବାକୁ ମିଳିଛି । ପ୍ରକାଶ ଯେ ବହୁତଦିନର ଦାବିପରେ ହରଭଙ୍ଗା-କୁଶାସିଙ୍ଗା ଜଗନ୍ନାଥ ସଡକର ଶଗଡିଆ ନାଳ ଉପରେ ଏକ ବିଜୁସେତୁ ନିର୍ମାଣ କରାଯାଇଛି। ଫଳରେ ଦୁଇବର୍ଷ ହେଲା ହରଭଙ୍ଗା-କୁଶାସିଙ୍ଗା-କୁଶଙ୍ଗ-ତିରଡ-ଭାଗାମୁଣ୍ଡା-ଅଯୋଧ୍ୟା ଭଳି ଅନେକ ଗ୍ରାମବାସୀଙ୍କ ପାଇଁ ବର୍ଷାଦିନେ ଯାତାୟତ ସୁବିଧା ହୋଇପାରିଛି । ଏହି ସେତୁ ନିର୍ମାଣ ପରେ ଲୋକଙ୍କ ଗମନାଗମନ ପାଇଁ ବେଶ ସୁବିଧା ହୋଇପାରିଛି । ମାତ୍ର ସେତୁ ଦୁଇପାର୍ଶ୍ବର ଆପ୍ରୋଚ ରାସ୍ତା ନଷ୍ଟ ସାଙ୍ଗକୁ ଛାତ ସହିତ ରାସ୍ତାର ତାଳମେଳ ରହୁନାହିଁ। ଯାହାଫଳରେ ଏବେ ଏହା ପଥଚାରୀଙ୍କ ପାଇଁ ମରଣଯନ୍ତା ପାଲଟିଛି। ତୁରନ୍ତ ଏ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories