ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଅଞ୍ଚଳରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ଝଡ଼ତୋଫାନ ହୋଇଛି। ଫଳରେ ଲାଞ୍ଜିଗଡ଼ରୁ ମୁନିଗୁଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ବିରାଟ ନୀଳଗିରି ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଯାଇଥିଲା। ଏଥିଯୋଗୁଁ ଲାଞ୍ଜିଗଡ଼ରୁ ମୁନିଗୁଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଦୀର୍ଘ ସମୟ ଧରି ଯାତାୟତା ବନ୍ଦ ରହିଥିଲା ଏବଂ ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ସଂଖ୍ୟକ ଯାନବାହାନ ଅଟକି ରହିଥିଲା। ଏପରିକି ଗଛ ପଡ଼ି ବିଦ୍ୟୁତ ତାର ଛିଣ୍ଡିଯିବାରୁ ଲାଞ୍ଜିଗଡ଼ ସହରରେ ବିଦ୍ୟୁତସେବା ବାଧାପ୍ରାପ୍ତ ହୋଇଛି। ଏ ସଂପର୍କରେ ଖବର ପାଇ ଲାଞ୍ଜିଗଡ଼ ଅଗ୍ନିଶମ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ରାସ୍ତାରେ ପଡ଼ିଥିବା ଗଛଟିକୁ ହଟାଇ ଦିଆଯାଇଛି। ଫଳରେ ଏବେ ଲାଞ୍ଜିଗଡରୁ ମୁନିଗୁଡାକୁ ଯାତାୟତ ସ୍ୱାଭାବିକ ହୋଇପାରିଛି ।
Popular Categories



