www.samajalive.in
Thursday, December 11, 2025
26.1 C
Bhubaneswar

ଜିଲାସ୍ତରୀୟ ପ୍ରାକୃତିକ ବିପର୍ୟ୍ୟୟ କମିଟି ପ୍ରସ୍ତୁତି ବୈଠକ

କେନ୍ଦୁଝରଗଡ଼଼: ରାଜ୍ୟ ବିପର୍ୟ୍ୟୟ ପରିଚାଳନା ପରିଚାଳନା କର୍ତ୍ତୃପକ୍ଷଙ୍କ ମାର୍ଗଦର୍ଶିକାନୁଯାୟୀ ବୁଧବାର ଦରବାରହଲ ଠାରେ ଜିଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ପ୍ରାକୃତିକ ବିପର୍ୟ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାରେ ବନ୍ୟା ବାତ୍ୟା ଆଦି ପ୍ରାକୃତିକ ବିପର୍ୟ୍ୟୟ ଘଟିଲେ ଯୁଦ୍ଧକାଳୀନଭିତ୍ତିରେ ଏହାର ଦୃଢ଼ ମୁକାବିଲା କରି ଉଦ୍ଧାର ସହ କିଭଳି ରିଲିଫ ଯୋଗାଣ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦେବାକୁ ବୈଠକରେ ମତ ପ୍ରକାଶ ପାଇଥିଲା। ବିଶେଷକରି ପ୍ରାକୃତିକ ବିପର୍ୟ୍ୟୟ ସମୟରେ ଗର୍ଭବତୀ, ପ୍ରସୂତୀ, ଶିଶୁ, ବୃଦ୍ଧ ବୃଦ୍ଧାଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇ ଉପଯୁକ୍ତ ଥଇଥାନ ବ୍ୟବସ୍ଥା କରାଯିବା, ପ୍ରାଣୀସମ୍ପଦର ସମ୍ପୂର୍ଣ୍ଣ ସୁରକ୍ଷା ସହ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌‌ ସମସ୍ତ ବ୍ଲକ ଓ ଉପଖଣ୍ଡସ୍ତରରେ କାର୍ୟ୍ୟକ୍ଷମ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦେବାକୁ ଜିଲାପାଳ ଶ୍ରୀ ଠାକରେ ବିଭାଗୀୟ ପଦାଧିକାରୀ ଓ ଲାଇନ ଡିପାର୍ଟମେଣ୍ଟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଳସମ୍ପଦ ଓ ପୂର୍ତ୍ତବିଭାଗ ମିଳିତ ଭାବେ ଆବଶ୍ୟକୀୟ ସ୍ଥାନ ଗୁଡିକର ରକ୍ଷଣାବେକ୍ଷଣ ଓ ମରାମତି ସହ ଯେକøଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟୁତ ଓ ଟେଲି ଯୋଗାଯୋଗ ବ୍ୟବସ୍ଥା କୌଣସି ପରିସ୍ଥିତିରେ ଯେଭଳି ବିପର୍ୟ୍ୟସ୍ତ ନହୁଏ ସେଥିପ୍ରତି ଗୁରୁତ୍ୱ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲାପାଳ ସତର୍କ କରାଇ ଦେଇଛନ୍ତି। ପୌରାଞ୍ଚଳ ଓ ବିଜ୍ଞାପିତ ପରିଷଦ ଅଞ୍ଚଳମାନଙ୍କରେ ଡ୍ରେନେଜ ବ୍ୟବସ୍ଥାର ପୁନଃରୁଦ୍ଧାର ସହିତ ସମସ୍ତ ଅଞ୍ଚଳରେ ଥିବା ନିରାପଦ ଆଶ୍ରୟସ୍ଥଳୀ ମାନଙ୍କର ଆବଶ୍ରକ ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶୁଖିଲା ଖାଦ୍ୟ, ଦିଆସିଲି, ମହମବତୀ, କିରାସିନି, ବିସ୍କୁଟ ଆଦି ପ୍ରଚୁର ପରିମାଣରେ ମହଜୁଦ ରଖିବାକୁ ଜିଲା ବେସାମରିକ ଯୋଗାଣ ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ପର୍ୟ୍ୟାପ୍ତ ପରିମାଣର ଜୀବନ ରକ୍ଷାକାରୀ ଓଷଧ ଓ ବିଶୋଧନ ସାମଗ୍ରୀ ଜିଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ମହଜୁଦ ରଖିବା ପାଇଁ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ବିପର୍ୟ୍ୟୟ ସମୟରେ ଗମନାଗମନ ସୁବ୍ୟସ୍ଥା, ରାସ୍ତା ଅବରୋଧକୁ ତୁରନ୍ତ ହଟାଇ ଯାତାୟାତ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ଆଦି କାର୍ୟ୍ୟରେ ପୁଲିସ, ଅଗ୍ନିଶମ ଓ ଓଡ୍ରାଫ ଟିମ୍‌‌କୁ ସୁବ୍ୟବସ୍ଥିତ ଭାବେ ନିୟୋଜିତ କରିବାକୁ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଆପାତକାଳୀନ ଅଧିକାରିଣୀ ସୁରଞ୍ଜିକା ବେହେରା ବୈଠକର କାର୍ୟ୍ୟକ୍ରମକୁ ପରିଚାଳନାକରିଥିବା ବେଳେ ଜିଲା ବିପର୍ୟ୍ୟୟ ପରିଚାଳନା ଆକ୍ସନ ପ୍ଲାନ ୨୦୨୩-୨୪ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ତେଲକୋଇ ବିଧାୟକ ଇଂ ପ୍ରେମାନନ୍ଦ ନାୟକ, ଅତିରିକ୍ତ ଜିଲାପାଳ ସୁଷମା ବିଲୁଙ୍ଗ, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ୟ୍ୟ, ଆନନ୍ଦପୁର ଡିଏଫଓ ଅଭୟ କୁମାର ଦଳେଇ, ଆଇଏଏସ୍‌‌ ପ୍ରୋବେସନର ଧିମାନ ଚକମା, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ପୃଷ୍ଟି, କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କୁ, ଆନନ୍ଦପୁର ଉପଜିଲାପାଳ ଅନୀଲ କୁମାର ସେଠୀ, ଡିଆଇବି ଡିଏସ୍‌‌ପି ଇନ୍ଦୁରେଖା ପଶ୍ଚିମକବାଟଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ, ସମସ୍ତ ବିଡିଓ, ତହସିଲଦାର, ପୌର ନିର୍ବାହୀ ଅଧିକାରୀ ଓ ଚମ୍ପୁଆ ବିଜ୍ଞାପିତ ପରିଷଦ ଅଞ୍ଚଳର ନିର୍ବାହୀ ଅଧିକାରୀ, ଲାଇନ ଡିପାର୍ଟମେଣ୍ଟ ଅଧିକାରୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories