www.samajalive.in
Friday, December 12, 2025
17.1 C
Bhubaneswar

ବିଏସକେୱାଇରେ ଉଲ୍ଲେଖନୀୟ ଅଗ୍ରଗତି, ସାମିଲ ହେଲେ ୬୮୧ ଘରୋଇ ସୁପର ସ୍ପେସାଲିଟି ହସ୍ପିଟାଲ

ଭୁବନେଶ୍ୱର: ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ନିମନ୍ତେ ଓଡିଶା ସରକାରଙ୍କ ଅନନ୍ୟ ପ୍ରଚେଷ୍ଟା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଇତି ମଧ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ଯୋଜନାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡ଼ି.ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆନ୍ତରୀଣ ସମୀକ୍ଷାରୁ ଏହା ଜଣାପଡିଛି। ଯୋଜନାର କାର୍ଯ୍ୟାୟନ ଅଗ୍ରଗତି ସମୀକ୍ଷା କରି ହସ୍ପିଟାଲ ସ୍ତରରେ ରୋଗୀମାନଙ୍କ ସହାୟତା ନିମନ୍ତେ ସର୍ବଦା ଉତ୍ସଗୀକୃତ ଭାବେ କାର୍ଯ୍ୟ କରିବା ପାଇଁ ଡ଼ଃ ବୃନ୍ଦା ଜିଲା ସଂଯୋଜକ ଓ ସ୍ୱାସ୍ଥ୍ୟ ମିତ୍ର ଆଦି ଛାମୁଆ କର୍ମଚାରୀମାନଙ୍କୁ ନିର୍ଦେଶ ଦେଇଥିଲେ।

ଦାୟୀତ୍ୱ ଦିଆାଯାଇଥିବା ହସ୍ପିଟାଲର ବିଭିନ୍ନ ବିଭାଗ, ନିଦାନ କେନ୍ଦ୍ର, ୱାର୍ଡ, ଆଇସିୟୁ. ରୋଗୀ ଓ ସହାୟକମାନଙ୍କ ପାଇଁ ଥିବା ସୁବିଧା କେନ୍ଦ୍ର, ଆନୁସଂଗିକ ସେବା ସୁବିଧା ଆଦି ବିଷୟରେ ସଂପୂର୍ଣ୍ଣ ଅବଗତ ରହି ଲୋକମାନଙ୍କୁ ନିର୍ଭରଯୋଗ୍ୟ ସୂଚନା ଦେବା ସହ ବି.ଏସ୍.କେ.ୱାଇ କାର୍ଡଧାରୀ ରୋଗୀମାନଙ୍କର ପଞୀକରଣ, ଆଡମିଶନ୍, ନିଦାନ ପରୀକ୍ଷା ନିରୀକ୍ଷା ଓ ଚିକିତ୍ସାପରେ ହସ୍ପିଟାଲରୁ ଡ଼ିସଚାର୍ଯ୍ ଆଦି କାମରେ ସିଧାସଳଖ ସହଯୋଗ କରିବା ପାଇଁ ନିର୍ଦେଶ ଦେଇଥିଲେ । ବିଶେଷତଃ ଦୂରଦୁରାନ୍ତ ଗ୍ରାମରୁ ଆସିଥିବା ମହିଳା, ବୃଦ୍ଧ, ଦିବ୍ୟାଙ୍ଗ ଓ ନିଃସହାୟ ବ୍ୟକ୍ତିମାନଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ଡ଼ଃ ବୃନ୍ଦା ନିର୍ଦେଶ ଦେଇଥିଲେ। ନୋଡାଲ୍ ଅଫିସରମାନେ ନିୟମିତଭାବେ ତାଲିକାଭୁକ୍ତ ହସ୍ପିଟାଲମାନଙ୍କ ସହ ହ୍ୱାଟସ୍ ଆପ୍ ଗ୍ରୁପ୍ ଓ ଭିଡିଓ କନଫେରନସିଂ ଆଦି ମାଧ୍ୟମରେ ସଂଯୋଜିତ ରହି ବି.ଏସ୍.କେ.ୱାଇ. ର ପ୍ରକ୍ରିୟାଗତ ବୈଷୟିକ ବିଷୟର ଆଶୁ ସମାଧାନ ପାଇଁ ପରାମର୍ଶ ଦେଇଥିଲେ।

- Advertisement -

ପ୍ରାପ୍ତ ସୂଚନାରୁ ଜଣାପଡିଛି, ଚଳିତ ମାସ ସୁଦ୍ଧା ଏହି ଯୋଜନାରେ ୬୮୧ ଟି ଘରୋଇ ସୁପର ସ୍ପେସାଲିଟି ହସ୍ପିଟାଲ ସାମିଲ୍ ହୋଇଛନ୍ତି। ତାଲିକାଭୁକ୍ତ ହସ୍ପିଟାଲ୍ ମଧ୍ୟରୁ ୫୫୫ ଟି ଓଡ଼ିଶାରେ ବିଭିନ୍ନ ଜିଲାରେ ଅବସ୍ଥିତ ଏବଂ ୧୨୬ ଟି ଓଡ଼ିଶା ବାହାର ରାଜ୍ୟମାନଙ୍କରେ ଅବସ୍ଥିତ। ବିଶେଷତଃ ଆସାମ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ପଶ୍ଚିମ ବଙ୍ଗଳା, ମହାରାଷ୍ଟ୍ର, ଦିଲ୍ଲୀ, ଗୁଜୁରାଟ, ପଂଜାବ, ତାମିଲନାଡୁ, ହରିୟାଣା, ଉତ୍ତର ପ୍ରଦେଶ, ଝାଡଖଣ୍ଡ, ରାଜସ୍ଥାନ, ତେଲେଙ୍ଗାନା ଏବଂ ଉତ୍ତରାଖଣ୍ଡ ଆଦି ରାଜ୍ୟର ପ୍ରସିଦ୍ଧ ସୁପର ସ୍ପେସାଲିଟି ହସ୍ପିଟାଲମାନେ ବି.ଏସ୍.କେ.ୱାଇ. ଯୋଜନାରେ ଯୋଗ ଦେଇଛନ୍ତି । ଶ୍ରୀ ଶଙ୍କର କ୍ୟାନସର୍ ପ୍ରତିଷ୍ଠାନ, ଟାଟା ମେଡ଼ିକାଲ ସେଣ୍ଟର୍, ଟାଟା ମେମୋରିଆଲ୍ ହସ୍ପିଟାଲ ଗ୍ରୁପ୍, ଫୋର୍ଟିସ୍ ହେଲଥ୍ କେୟାର ଗ୍ରୁପ୍, ଖ୍ରୀଷ୍ଟିୟାନ୍ ମେଡ଼ିକାଲ କଲେଜ ଓ ନାରାୟଣ ହୃଦାଳୟ ପରି ବିଶ୍ୱସ୍ତରୀୟ ହସ୍ପିଟାଲମାନେ ମଧ୍ୟ ବିଏସକେୱାଇ ଅନ୍ତର୍ଭୁକ୍ତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ରୋଗୀମାନଙ୍କୁ ସହାୟତା ପାଇଁ ତାଲିକାଭୁକ୍ତ ହସ୍ପିଟାଲ ସ୍ତରରେ ୬୬୮ ଛାମୁଆ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୧୪ ଜଣ ସ୍ୱାସ୍ଥ୍ୟମିତ୍ର ଏବଂ ୬୫ ଜଣ ଜିଲ୍ଲା ସଂଯୋଜକ ଭାବେ କାର୍ଯ୍ୟରତ। ଏହାଛଡା ହସ୍ପିଟାଲରେ ନିର୍ବିଘ୍ନ ରୋଗୀ ସେବାର ପରିଚାଳନା ନିମନ୍ତେ ୧୧୬ ଜଣ ଅଭିଜ୍ଞ ଓ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ କର୍ତ୍ତବ୍ୟରତ ଅଛନ୍ତି । ସମୁଦାୟ ବ୍ୟବସ୍ଥାକୁ ଏକ ଅତ୍ୟାଧୁନିକ ଅନଲାଇନ ୱେବ୍ ପୋର୍ଟାଲ୍ ମାଧ୍ୟମରେ ପ୍ରକୃତ ସମୟ (ରିୟଲ୍ ଟାଇମ୍) ଭିତ୍ତିରେ ତଦାରଖ ଓ ପରିଚାଳନା କରାଯାଉଛି। ତାଲିକାଭୁକ୍ତ ହସ୍ପିଟାଲମାନଙ୍କର ସୂଚନା www.bsky.gov.in ରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସନ୍ନିବଶିତ କରାଯାଇଛି । ବାହାର ରାଜ୍ୟରେ ରହୁଥିବା ବିଏସକେୱାଇ. କାର୍ଡ଼ଧାରୀ ଓଡ଼ିଶା ଲୋକ ଚିକିତ୍ସା ଦରକାର ହେଲେ ଏହି ୱେବ୍ ସାଇଟରେ ବି.ଏସ୍.କେ.ୱାଇ. ତାଲିକାଭୁକ୍ତ ହସ୍ପିଟାଲ ନାମ ଦେଖି ଯିବା ପାଇଁ ପରାମର୍ଶ ଦିଆଯାଇଛି।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories