www.samajalive.in
Friday, December 12, 2025
19.1 C
Bhubaneswar

ଅଗମ୍ୟ ହେଲାଣି ୫୫ ନମ୍ବର ଜାତୀୟ ରାଜପଥ, ପ୍ରତିକାର ଦାବି

ଚୌଦ୍ୱାର : ଆଜକୁ ୫ ବର୍ଷ ହେଲା ୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଜାରୀ ରହିଛି । ସମ୍ପ୍ରସାରଣ କାର୍ଯ୍ୟ କରୁଥିବା ଏମ୍ଏସସିଲ ନାମକ ଠିକା ସଂସ୍ଥା ମଙ୍ଗୁଳି ଛକ ଠାରୁ ଚୌଦ୍ୱାର ନିକଟ ଧୂମାବତୀ ଛକ ପର୍ଯ୍ୟନ୍ତ ଦୀର୍ଘ ୪ କିଲୋମିଟର ରାସ୍ତାକୁ ଖୋଳିତାଡ଼ି ଅଗମ୍ୟ କରି ପକାଇ ଦେଇ ଆଜକୁ ୩ ମାସ ହେଲା କାର୍ଯ୍ୟ ବନ୍ଦ କରିଦେଇଛି। ବ୍ୟସ୍ତ ବହୁଳ ଏହି ରାଜରାସ୍ତାରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଗାଡ଼ି ମଟର ଯାତାୟତ କରୁଥିବାବେଳେ ୫୦ ହଜାରରୁ ଉର୍ଦ୍ଧ ଜନସଂଖ୍ୟା ବିଶିଷ୍ଟ ଚୌଦ୍ୱାର ସହରର ଲୋକମାନେ ରାତି ପାହିଲେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ରାସ୍ତାଟି ଖାଲ ଖମାରେ ଭରି ଅଗମ୍ୟ ହୋଇଥିବାରୁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟି ଯାନବାହନ ଜଖମ ହେବା ଓ ପଥଚାରୀ ଆହତ ହେବା ନିତିଦିନିଆ ଘଟଣା ହେଲାଣି। ବିଗତ ୩ ବର୍ଷ ଭିତରେ ଏହି ରାସ୍ତା ଦୁର୍ଘଟଣାରେ ୧୫ରୁ ଉର୍ଦ୍ଧ୍ଵ ଲୋକଙ୍କ ଜୀବନ ହାନୀ ହେଲାଣି। ସ୍ଥାନୀୟ ବହୁ ସଂଗଠନ ଓ ଜନ ସାଧାରଣ ରାସ୍ତା କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଜାତୀୟ ରାଜପଥ ପ୍ରାଧିକରଣକୁ ବାରମ୍ବାର ଅନୁରୋଧ କରିବା ସହିତ ବହୁ ବାର ରାସ୍ତାରୋକୋ କରିଛନ୍ତି । ସ୍ଥାନୀୟ ବିଧାୟକ ଓ ବହୁ ରାଜନେତା ରାସ୍ତା କାର୍ଯ୍ୟ ତଦାରଖ କରି ତୁରନ୍ତ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟ ତାଗିଦ କରିଛନ୍ତି । ହେଲେ ଏହି ଠିକା ସଂସ୍ଥା କାହାରିକୁ ଖାତିର ନକରି କାର୍ଯ୍ୟକୁ ଅଧା ପନ୍ତରିଆ କରି ପକାଇ ଦେଇ ଚାଲି ଯାଇଛି । ଫଳରେ ସ୍ଥାନୀୟ ଜନ ସାଧାରଣ ଓ ରାସ୍ତାରେ ଯାଉଥିବା ଗାଡ଼ି ମଟର ସବୁ ଯାତନା ଭୋଗିବା ସାର ହୋଇଛି । ଓଟିଏମ୍ ବଜାର ଠାରୁ ଚୌଦ୍ୱାର କଲେଜ ପର୍ଯ୍ୟନ୍ତ ରାଜରାସ୍ତାର ଦୁଇ ପାଖରେ ସର୍ଭିସ୍ ରୋଡ଼ ନିର୍ମିତ ହୋଇଥିଲେହେଁ ତାହାମଧ୍ୟ ଅଧରାପନ୍ତରିଆ ହୋଇ ରହିଛି । ମୁଖ୍ୟରାସ୍ତାଟି ଅଗମ୍ୟ ହୋଇଥିବାରୁ ବଡ଼ ଗାଡ଼ି ଗୁଡ଼ିକ ଏହି ସର୍ଭିସ୍ ରୋଡ଼ରେ ଯାତାୟତ କରୁଥିବାରୁ ପଥଚାରୀ ଓ ଛୋଟଗାଡ଼ି ମାନଙ୍କ ପାଇଁ ସର୍ଭିସ୍ ରୋଡ଼ ଏବେ ମରଣ ଯନ୍ତା ପାଲଟିଲାଣି । ଲୋକଙ୍କ ଅଭିଯୋଗ ପରେ ଚୌଦ୍ୱାର ଥାନା ତରଫରୁ ରାସ୍ତା ଉପରେ ସ୍ଥାନେସ୍ଥାନେ ଷ୍ଟପ୍ ବୋଡ଼ ଲାଗାଯିବା ସହିତ କିଛିଦିନ ପାଇଁ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଥିଲେ ହେଁ ଏବେ ତାହା ମଧ୍ୟ ଠିକ୍ ଭାବରେ କରାଯାଉନଥିବା ଏବଂ ଅନେକ ସ୍ଥାନରେ ଷ୍ଟପ୍ ବୋର୍ଡ଼ ଗୁଡ଼ିକୁ ହଟାଇ ବଡ଼ ଗାଡ଼ି ଗୁଡ଼ିକ ସର୍ଭିସ୍ ରୋଡ଼ରେ ଯାତାୟତ କରୁଥିବା ଦେଖିବାକୁ ମିଳୁଛି । ଜନସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଜାତୀୟ ରଜପଥ ପ୍ରାଧିକରଣ, ରାଜ୍ୟ ସରକାର,ଚୌଦ୍ୱାର ପୌର ପାଳିକା ଓ ଚୌଦ୍ୱାର ଥାନା ତରଫରୁ ତୁରନ୍ତ ଦୃଢ଼ ପଦକ୍ଷେପ ନେବାପାଇଁ ଦାବି ହେଉଛି ।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories