www.samajalive.in
Saturday, December 13, 2025
17.1 C
Bhubaneswar

ଅଘୋଷିତ ଘନଘନ ବିଜୁଳି କାଟ,ଜନ ଜୀବନ ଅସ୍ତବ୍ୟସ୍ତ

ଚୌଦ୍ୱାର : ଚୌଦ୍ୱାରରେ ଗତ କିଛି ଦିନ ହେବ ଘନଘନ ବିଜୁଳି କାଟ ହେବା ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଲାଣି । ଗତ ୫ଦିନ ହେଲା ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ହେତୁ ଲୋକେ ହନ୍ତସନ୍ତ ହେଉଛନ୍ତି। ଏଭଳି ପରିସ୍ଥିତିରେ ଟାଟା ପାୱାରର ବାରମ୍ବାର ବିଦ୍ୟୁତ୍ କାଟ ଲୋକ ମାନଙ୍କୁ ଅସହ୍ୟ ଯନ୍ତ୍ରଣା ଦେଉଛି। ରବିବାର ଦିନସାରା ବାରମ୍ବାର ବିଦ୍ୟତ କାଟ ସହିତ ଲାଇନ୍ ସଜାଡ଼ିବା ନାମରେ ଅପରାହ୍ଣ ୩ଟାରୁ ରାତି ୮ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ କରାଗଲା। ପୁଣି ରାତିରେ ବାରମ୍ବାର ଲାଇନ୍ କଟିଲା । ସୋମବାର ସକାଳ ୯ଟାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଓ ଅପରାହ୍ଣରେ ଲଗାତାର ଲାଇନ୍ କାଟ କରାଗଲା। ଗ୍ରୀଷ୍ମ ଋତୁରେ ବିଦ୍ୟୁତ୍ କାଟ ହେବନାହିିଁ ବୋଲି ରାଜ୍ୟ ସରକାର ଘୋଷଣା କରିଥିବାବେଳେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି  ସମୟରେ ଏଭଳି ବିଦ୍ୟୁତ୍ କାଟ ଯୋଗୁଁ ଲୋକେ ନାହିଁ ନଥିବା ଯାତନା ଭୋଗୁଛନ୍ତି । ଗ୍ରୀଷ୍ମ କାଳରେ ଲାଇନ୍ ସଜଡ଼ା ନାମରେ ବିଜୁଳି କାଟ କରାଯିବା ଟାଟା ପାୱାରର ଏକ ଚାଲ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏଭଳି ବିଦ୍ୟୁତ୍ କାଟ ବନ୍ଦ ନକଲେ ସ୍ଥାନୀୟ ଲୋକେ ଟାଟା ପାୱାର ଅଫିସ୍ ଘେରାଓ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories