www.samajalive.in
Thursday, December 11, 2025
13.1 C
Bhubaneswar

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମେନକା ଗାନ୍ଧୀ ; ଜଙ୍ଗଲ ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ ଦାବି

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ବାଘୁଣୀ ଅବନୀଙ୍କ ମୃତ୍ୟୁକୁ ନେଇ କେନ୍ଦ୍ରର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍‍ଙ୍କୁ ଚିଠି ଲେଖିଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତି, ଅବନୀର ମୃତ୍ୟୁ ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ସୁଧୀର ମୁନଗଣ୍ଟିବାରଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଉ । ମନ୍ତ୍ରୀ ସୁଧୀର ମୁନଗଣ୍ଟିବାର ଯଦି ବାଘୁଣୀ ଅବନୀକୁ ନେଇ ସମ୍ବେଦନଶୀଳ ହୋଇଥାନ୍ତେ ତା ହେଲେ ଅବନୀର ମୃତ୍ୟୁ ହୋଇନଥାନ୍ତା ବୋଲି ସେ କହିଛନ୍ତି। ସେ ଆହୁରି ଚିଠିରେ ଲେଖିଛନ୍ତି ଏହାକୁ ନେଇ ଲଗାତାର ଦୁଇ ମାସ ଧରି ମୁଁ ତାଙ୍କ ସହ କଥାବାର୍ତ୍ତା କରିଆସୁଛି। ଯଦି କୌଣସି ଜଙ୍ଗଲ ମନ୍ତ୍ରୀ ବନ୍ୟଜନ୍ତୁଙ୍କ ଜୀବନ ରଖିବାରେ ବିଫଳ ହେଉଛନ୍ତି, ସେ ନିଜର କର୍ତ୍ତବ୍ୟ ପ୍ରତି ସଚେତନ ନଥିବା କହିଛନ୍ତି।
ଏହି ଘଟଣାକୁ ନେଇ ଜନଆକ୍ରୋଶ ଦେଖାଦେଇଛି। ତେଣୁ ସରକାର ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ପଦରୁ ବହିଷ୍କାର କରିବା ଦରକାର ବୋଲି ମେନକା ଗାନ୍ଧୀ କହିଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ମେନକା ଗାନ୍ଧୀ ମହାରାଷ୍ଟ୍ର ସରକାରଙ୍କ କଡା ସମାଲୋଚନା କରି କହିଥିଲେ ବାଘୁଣୀକୁ ଧରିବା ପାଇଁ ବନ ବିଭାଗ ଅଧିକାରୀ ସକ୍ଷମ ହୋଇଥିଲେ। କିନ୍ତୁ ଜଙ୍ଗଲ ମନ୍ତ୍ରୀଙ୍କ ଆଦେଶରେ ସାପ୍‍ ସୁଟର ଶାଫତ ଅଲ୍ଲି ଖାନ ଅବନୀକୁ ଗୁଳି ମାରିଥିଲା ବୋଲି ମେନକା ଗାନ୍ଧୀ ଅଭିଯୋଗ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories