www.samajalive.in
Monday, December 8, 2025
13.1 C
Bhubaneswar

“ମୋ ବସ” ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ହକି ବିଶ୍ୱକପ ପୂର୍ବରୁ ଜନସାଧାରଣଙ୍କ ଯିବା ଆସିବା ସୁବିଧା ପାଇଁ ରାଜ୍ୟ ସରକାର “ମୋ ବସ” କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବାହ୍ନ ୧୧ଟା ସମୟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଛକରେ ଏହାକୁ ଶୁଭାରମ୍ଭ କରିଛନ୍ତି। “ମୋ ବସ” ସେବାରେ ୫୦% ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ମହିଳାମାନଙ୍କ ପାଇଁ କରାଯାଇଛି। ଏହି ନୂତନ ବସରେ ଲାଗିଥିବା ସିସି କ୍ୟାମେରା ଦ୍ୱାରା ମହିଳାମାନେ ଅଧିକ ଉପକୃତ ହେବେ ବୋଲି ଆଶା ରଖାଯାଇଛି।
ସୂଚନାଯୋଗ୍ୟ ଯେ, ନୂତନ ବୈଷୟିକ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ଏହି ବସ ଗୁଡିକ ଯାତ୍ରୀମାନଙ୍କୁ କଟକ, ଭୁବନେଶ୍ୱର ଓ ପୁରୀକୁ ସେବା ଯୋଗାଇ ଦେବ। ମୋଟ୍‍ ୨୦୦ଟି ବସ ଯାତ୍ରା କରିବା ନେଇ ଯୋଜନା କରାଯାଇଥିଲେ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ୮ଟି ରୁଟରେ ୧୦୦ଟି ବସ ଚଳାଚଳ କରିବ। ପ୍ରତି ୧୦ମିନିଟରେ ଏହି ବସ ଯାତ୍ରା କରିବ। ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବସ ଚଳାଚଳ କରିବ। ଏହି ବସଗୁଡିକରେ ଯାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ବସରେ ସିସି କ୍ୟାମେରା, ଅଟୋମେଟିକ ସେନସର, ୱାଇଫାଇ ସେବାର ବ୍ୟବସ୍ଥା ରହିଛି। ତେବେ ସିଟି ବସ ବଦଳରେ ଏହି ବସଗୁଡିକ ଚଳାଚଳ କରିବା ଫଳରେ ଯାତ୍ରୀମାନେ ଉପକୃତ ହେବେ ବୋଲି ଆଶା କରାଯାଇଛି।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories