www.samajalive.in
Monday, December 8, 2025
14.1 C
Bhubaneswar

ବୁଧବାର ରାଶିଫଳ ୧୦.୦୫.୨୦୨୩

ମେଷ: କର୍ମକ୍ଷେତ୍ରରେ ଶ୍ରେଷ୍ଠାସନ ଲାଭ କରିପାରନ୍ତି। ଉତ୍ତମ ଗୁଣ ସମ୍ପନ୍ନ ହେବେ। ନୀତିଯୁକ୍ତ ହୋଇପାରନ୍ତି। ବିନୀତ ସ୍ବଭାବସମ୍ପନ୍ନ ହେବେ। ସଂଗ୍ରାମୀ ହୋଇପାରନ୍ତି। ଚତୁର ଓ ଧନଯୁକ୍ତ ହେବେ।
ବୃଷ: ଧର୍ମକ୍ରିୟାରତ ହୋଇପାରନ୍ତି। ଯଶସ୍ବୀ ହେବେ। ବିପଦ ଯେତେ ଭୟଙ୍କର ହେଲେ ବି ଧୈର୍ଯ୍ୟହରା ହେବେ ନାହିଁ। ବାପ ମା’ଙ୍କର ବଡ଼ ପୁଅ ହୋଇଥିଲେ ପତ୍ନୀ ଗୃହ କର୍ମ ନିପୁଣା ହେବେ। ଦାର୍ଶନିକ ହୋଇପାରନ୍ତି।
ମିଥୁନ: ଧନବାନ୍‌ ହେବେ। ରାଜସେବକ ହୋଇପାରନ୍ତି। ରୋଗହୀନ ହେବେ। ବୁଦ୍ଧିମାନ୍‌ ନ ହୋଇ ପାରନ୍ତି। ରମଣୀମାନଙ୍କର ପ୍ରିୟ ହେବେ। କର୍ମଚଞ୍ଚଳ ରହିବେ। ସ୍ବାଭିମାନୀ ହୋଇପାରନ୍ତି। ମିଷ୍ଟଭାଷୀ ହେବେ।
କର୍କଟ: ପ୍ରତାପୀ ହେବେ। ଲବ୍ଧ ପ୍ରତିଷ୍ଠିତ ହୋଇପାରନ୍ତି। ସରକାରୀ ମାନ୍ୟତା ମିଳିବ। ବ୍ୟବସାୟ ସୁରୁଖୁରୁରେ ଚାଲିବ। ନୃତ୍ୟ, ସଙ୍ଗୀତ ପ୍ରତି ରୁଚି ରହିବ। ପିତୃଧନ ଭୋଗକାରୀ ହେବେ। ମନ୍ଦିର ନିର୍ମାଣ କରିବେ।
ସିଂହ: ସତ୍ୟବକ୍ତା ହେବେ। ନିଜ ପରିଜନକ ହିତଚିନ୍ତକ ହେବେ। ଉତ୍ତମ ବୁଝାମଣାରେ ଘଟିଥିବା ଗଣ୍ଡଗୋଳର ସମାଧାନ କରିବେ। ସଦାଚାରୀ ହେବେ। ସାହସୀ ହେବେ। ସ୍ବ-ଉପାର୍ଜିତ ଧନରେ ଧନୀ ହେବେ।
କନ୍ୟା: ସୁଶିକ୍ଷିତ ହେବେ। ଦେଖା ଦେଉଥିବା ଅଭାବ ନିର୍ଦ୍ଧାରିତ ସମୟରେ ପୂରଣ ହେବ। ଭାଇମାନଙ୍କ ଆୟପନ୍ଥା ଉତ୍ତମ ଧରଣର ହେବ। ବିଖ୍ୟାତ ଓ ଧନୀ ଘରେ ବନ୍ଧୁ ବାନ୍ଧି ପାରନ୍ତି। ଜ୍ୟୋତିଷ ଶାସ୍ତ୍ର ପ୍ରତି ରୁଚି ରହିବ।
ତୁଳା: ଦୟାଳୁ ସ୍ବଭାବର ହେବେ। ଶିକ୍ଷାବିତ୍‌ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ବେପରବାୟ ପ୍ରକୃତିର ହେବେ। ଦୂରଦର୍ଶୀ ଓ ବିବେକି ହେବେ। ସ୍ବାର୍ଥ ଓ ପରମାର୍ଥରୁ ଲାଭବାନ୍‌ ହୋଇପାରନ୍ତି।
ବିଛା: ବିବିଧ ଉପାୟରେ ଧନ ସଂଗ୍ରହ କରିବାରେ ପାରଙ୍ଗମ ହେବେ। ଚାକିରି ଓ ବ୍ୟବସାୟରୁ ଧନ ଲାଭ ହେବ। ଜ୍ଞାତିମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। ଶତ୍ରୁ ବିଜୟୀ ହେବେ। ସତ୍‌କର୍ମ ଦ୍ବାରା ଲୋକପୂଜ୍ୟ ହେବେ।
ଧନୁ: ଆତ୍ମଜ୍ଞାନ ଶକ୍ତିସମ୍ପନ୍ନ ହେବେ। ଉନ୍ନତି ନିମନ୍ତେ ସର୍ବଦା ପ୍ରଯତ୍ନଶୀଳ ହୋଇପାରନ୍ତି। ବିଦ୍ୟାରେ ଶ୍ରେଷ୍ଠତା ପ୍ରତିପାଦନ କରିପାରନ୍ତି। ଧନବାନ୍‌ ହେବେ। ଗୁଣଯୁକ୍ତ ଓ ଉପାର୍ଜନକାରୀ ହେବେ।
ମକର: ପତ୍ନୀଙ୍କ ଅସୁସ୍ଥତା ପାଇଁ ଯତ୍ନଶୀଳ ହେବେ। ଲୁହା, କାଠ, ପଥର ଇତ୍ୟାଦି ବ୍ୟବସାୟ ଲାଭଜନକ ହେବ। ବହୁ ମିତ୍ର, ବହୁ ଧନ ଓ ଭୋଗୀ ହୋଇପାରନ୍ତି। ନିରୋଗ ଶରୀର ସମ୍ପନ୍ନ ହେବେ। ଚତୁର ହେବେ।
କୁମ୍ଭ: ଧୈର୍ଯ୍ୟବାନ୍‌ ଓ କ୍ଷମାଶୀଳ ହେବେ। ତୀକ୍ଷ୍‌ଣ ବୁଦ୍ଧିସମ୍ପନ୍ନ ହେବେ। ମଧୁର ଭାଷୀ ହେବେ। ସାହସୀ ହେବେ। କୁଶଳତା ପୂର୍ବକ ନିଜର ଅଭିଳାଷ ପୂର୍ଣ୍ଣ କରିପାରନ୍ତି। ରାଜଦ୍ବାରେ ସମ୍ମାନିତ ହେବେ।
ମୀନ: ମନ ପ୍ରସନ୍ନ ରହିବ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଧର୍ମକାର୍ଯ୍ୟରେ ରୁଚି ରହିବ। ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହେବେ। ସତ୍ୟବାଦୀ ଓ ପିତୃଭକ୍ତ ହେବେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories