ଆଠଗଡ଼: ଆଠଗଡ଼ ବିଚାର ବିଭାଗୀୟ ଅଦାଲତରେ ନୂତନ ସବ୍ଜଜ୍ (ବରିଷ୍ଠ ଦେୱାନୀ ବିଚାରପତି) ଭାବେ ମାହେଶ୍ୱତା ପରିଜା ମଙ୍ଗଳବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଏଠାରେ ପୂର୍ବରୁ କାର୍ଯ୍ୟରତ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମୟୀ ଆଚାର୍ଯ୍ୟଙ୍କର ଅନୁଗୁଳ ବଦଳି ହୋଇଥିବାବେଳେ ତାଙ୍କ ସ୍ଥାନରେ ଆନନ୍ଦପୁରରୁ ବଦଳି ହୋଇ ଆସି ଶ୍ରୀମତୀ ପରିଜା ଏଠାରେ ଯୋଗଦାନ କରିଛନ୍ତି। ଆଠଗଡ଼ ଓକିଲ ସଂଘ ପକ୍ଷରୁ ସଭାପତି ଜଗଦାନନ୍ଦ ତ୍ରିପାଠୀଙ୍କ ସଂଯୋଜନାରେ ନୂତନ ବରିଷ୍ଠ ଦେୱାନୀ ବିଚାରପତିଙ୍କୁ ସ୍ୱାଗତ କରାଯାଇଥିଲା। ଏହି ଉପଲକ୍ଷେ ଓକିଲ ସଂଘ ବୈଠକ ଗୃହରେ ଆୟୋଜିତ ସଭାରେ ଆଇନଜୀବୀ ପ୍ରାଣକୃଷ ଦାଶ, ଫଣିଭୂଷଣ ରଥ ଓ ଅଦ୍ୱୈତ ଚରଣ ପଣ୍ଡାଙ୍କ ସମେତ ଅନ୍ୟ ଆଇନଜୀବୀମାନେ ଉଦ୍ବୋଧନ ଦେଇ ନୂତନ ସବ୍ଜଜ୍ଙ୍କୁ ସ୍ୱାଗତ କରିବା ସହ ଓକିଲସଂଘ ପକ୍ଷରୁ ସବୁବେଳେ ସହଯୋଗ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଗତ ଗୁରୁବାର ଓକିଲ ସଂଘ ପକ୍ଷରୁ ବିଦାୟୀ ସବ୍ଜଜ୍ ଶ୍ରୀମୟୀ ଆଚାର୍ଯ୍ୟଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସଂପାଦକ ବନବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



