www.samajalive.in
Monday, December 8, 2025
24.1 C
Bhubaneswar

ଆଜି କାଳୀପୂଜା: ଝଲସୁଛି ସିଲଭର ସିଟି

କଟକ : ସତରେ ଝଲସିଉଠୁଛି ହେମନ୍ତର ଏ ସହର। ନଗରବାସୀ ଚଳଚଞ୍ଚଳ ହୋଇଉଠିଛନ୍ତି ମଙ୍ଗଳବାରର କାଳୀପୂଜା ଓ ବୁଧବାରର ବାଣଫୁଟା ପାଇଁ। ପୁଣି ସୋମବାରର ଧନତେରାସ ପର୍ବରେ ରାସ୍ତାରେ ଗହଳି କାହିଁରେ କ’ଣ। ହର୍ଷୋଲ୍ଲାସ ଭିତରେ ବଜାର ଫାଟି ପଡୁଛି। ଏବେ ଦୁଇଦିନ ହେଲାଣି ସହରର ବହୁ ଦୋକାନ ଓ ଅଟ୍ଟାଳିକାକୁ ସଂଜ ସମୟରେ ରଂଗିନ ଆଲୋକରେ ସଜାଇ ଦିଆଯାଉଛି। ଆଲୋକର ବନ୍ୟାରେ ବଜାର ଏଠି ଚମକିଉଠୁଛି। ସୋମବାର କଟକ ବଜାରରେ କିଣା ବିକାକୁ ଫୁରୁସତ ନାହିଁ। ଅବଶ୍ୟ ରାସ୍ତାକଡ ବାଣ ଦୋକାନରେ ଗରାଖଙ୍କ ଗହଳି ଦୀପାବଳି ପୂର୍ବ ଦୁଇଦିନରେ ଯାହା ବର୍ଷ ବର୍ଷ ଧରି ରହିଆସିଥାଏ; ସେ କ୍ଷେତ୍ରରେ ଯାହା ବ୍ୟତିକ୍ରମ। ଅଭ୍ୟସ୍ତ କଟକୀଆଖି ତାହା ଦେଖିବାକୁ ପାଉନାହିଁ। ତେବେ ଦୀପ, ଜଡାତେଲ,ମହମବତି ସାଙ୍ଗକୁ ଲୋକେ ପୁଣି ଖୋଜୁଛନ୍ତି ଆଖୁ, କାଉଁରିଆ, ବାଳୁଙ୍ଗା ଓ ସୁଆମ ଲଟି। ଏହା ସାଙ୍ଗକୁ ପୁଣି ପୟାଶ୍ରାଦ୍ଧ ପାଇଁ ସାଜସରଞ୍ଜାମ ଜୁଟାଇବାରେ ବ୍ୟସ୍ତ କଟକିଆ। ଏହିକଥା ଦେଖିବାକୁ ମିଳେ ଯେ ବହୁଘରେ ଓ ଦୋକାନରେ କାଳୀପୂଜାକୁ ଲକ୍ଷ୍ମୀ ଉପାସନା ହୁଏ। ଏହାକୁ ଗୁପ୍ତବିଦ୍ୟା କୁହାଯାଏ। କାର୍ତ୍ତିକ କୃଷ୍ଣପକ୍ଷ ଚତୁର୍ଦଶୀରେ କାଳୀମାତା ଧରାପୃଷ୍ଠରେ ଲକ୍ଷ୍ମୀରୂପେ ଅବିର୍ଭୂତା ହୁଅନ୍ତି। ତେଣୁ ତାଙ୍କୁ ଲକ୍ଷ୍ମୀରୂପେ ଆରାଧନା କାରାଯାଇଥାଏ। ଦୋକାନରେ ନୂଆଖାତା ପୂୂଜା ହେବ। ମାରୱାଡି ଭାଇମାନେ ପୂଜା କରିବେ ଲକ୍ଷ୍ମୀ ଗଣେଶଙ୍କୁ। କେବଳ ଚିନିପାଗରେ ଗଢା ଯାଇଥିବା ଛୋଟ ଛୋଟ କଣ୍ଢେଇ ଆକୃତିର ମିଠେଇ ଲୋକେ କିଣନ୍ତି; କିଏ ପୂଜାରେ ଲଗାଏ, କିଏ ପୁଣି ଖାଲି ଏମିତି କିଣିନିଏ ଘରକୁ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories