www.samajalive.in
Saturday, December 13, 2025
26.1 C
Bhubaneswar

ଜାତୀୟ ଗୁରୁତ୍ୱ ଥିବା ମାର୍କେଟ ୟାର୍ଡ ଓଡ଼ିଶାରେ କାର୍ଯ୍ୟକାରୀ ହେବ

ବେଙ୍ଗାଲୁରୁ/ ଭୁବନେଶ୍ୱର : ଜାତୀୟସ୍ତରରେ ଗୁରୁତ୍ୱ ବହନ କରୁଥିବା ମାର୍କେଟ ୟାର୍ଡ ପରିକଳ୍ପନା ଓ କାର୍ଯ୍ୟକାରିତା ମାଧ୍ୟମରେ କୃଷିଜାତ ଦ୍ରବ୍ୟର ଅବାଧ ଆନ୍ତ-ମଣ୍ଡି ଓ ଆନ୍ତ-ରାଜ୍ୟ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ବିଶେଷଜ୍ଞ କମିଟିର ପ୍ରଥମ ବୈଠକ ଆଜି ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହୋଇଯାଇଛି।
ପ୍ରଥମ ପର୍ଯ୍ୟାୟରେ କର୍ଣ୍ଣାଟକ, ଉତ୍ତରପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ବିହାର ଓ ଓଡ଼ିଶା ରାଜ୍ୟରେ ଏହି ମାର୍କେଟ ୟାର୍ଡ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ପ୍ରସ୍ତାବର ସଫଳ କାର୍ଯ୍ୟାନ୍ୱୟନ ପାଇଁ କାର୍ଯ୍ୟ ଢାଞ୍ଚା ସୁପାରିଶ କରିବାର ଦାୟିତ୍ୱ ବିଶେଷଜ୍ଞ କମିଟି ଉପରେ ନ୍ୟସ୍ତ କରାଯାଇଛି। ଏ ବାବଦରେ ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ, ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡର ସଦସ୍ୟ ସଚିବ ତଥା ବିଶେଷଜ୍ଞ କମିଟିର ସଦସ୍ୟ ଶ୍ରୀ ସଂଜୀବ କୁମାର ଚଢ଼ା ସୂଚନା ଦେଇଛନ୍ତି।

କୃଷକ ସମ୍ପ୍ରଦାୟର ନିରନ୍ତର କଲ୍ୟାଣସାଧନ ନିମନ୍ତେ ଭାରତ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। କୃଷିକ୍ଷେତ୍ରର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାଗୁଡ଼ିକର ବିକେନ୍ଦ୍ରୀକରଣପୂର୍ବକ ରାଜ୍ୟ ସରକାରମାନଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି ଓ ସେମାନେ ନିର୍ଦ୍ଦିିଷ୍ଟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରକଳ୍ପ ପରିକଳ୍ପନା ସାଙ୍ଗକୁ ସେସବୁ କାର୍ଯ୍ୟକାରୀ କରୁଛନ୍ତି।

- Advertisement -

ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ କୃଷି ଓ କୃଷକ କଲ୍ୟାଣ ବିଭାଗ (କୃଷିଭିତ୍ତିକ ମାର୍କେଟିଂ ଡିଭିଜନ) ଦ୍ୱାରା ଏହି ବିଶେଷଜ୍ଞ କମିଟି ଗଠିତ ହୋଇଛି।

ଗୁଣବତ୍ତା, ପରିମାଣ ଏବଂ ପାରଦର୍ଶୀ ମୂଲ୍ୟ ନିରୁପଣ ବ୍ୟବସ୍ଥା ଉପରେ ଆଧାରିତ ଏକ ବରାଦ-ଚାଳିତ ବାଣିଜ୍ୟ ପ୍ରତିଷ୍ଠା ଦିଗରେ ଏହି ମାର୍କେଟ ୟାର୍ଡ ପ୍ଲାଟଫର୍ମ କାର୍ଯ୍ୟ କରିବ। ମୌଳିକ ଆପଦ ପରିଚାଳନା ଓ ସମନ୍ୱିତ ଲଜିଷ୍ଟିକ୍‌ ନୀତି ଏଥିରେ ଅନ୍ତର୍ଭୁକ୍ତ ହେବ। ଆନ୍ତ-ଜିଲ୍ଲା ଓ ଆନ୍ତ-ରାଜ୍ୟ କ୍ରେତାଙ୍କ ବିକାଶ ଉପରେ ଏହା ଗୁରୁତ୍ୱାରୋପ କରିବ । ଲଟ୍‌ ସାଇଜ, ଗୁଣବତ୍ତା ମାନକ ଏବଂ ବଜାର ନିୟମଗୁଡ଼ିକ ସ୍ଥାନ ଓ ଋତୁ ଅନୁଯାୟୀ ପରିବର୍ତ୍ତନ କରାଯିବ। ଏକ ସ୍ୱଚ୍ଛ ମୂଲ୍ୟ ନିରୁପଣ ବ୍ୟବସ୍ଥାକୁ ମଜବୁତ କରିବା ଏବଂ ଏକ ସମନ୍ୱିତ ବିତରଣ/ ଲଜିଷ୍ଟିକ୍‌ ମଡେଲ ସହାୟତାରେ କୃଷକମାନଙ୍କ ଉତ୍ପାଦଗୁଡ଼ିକ ଆନ୍ତ-ଜିଲ୍ଲା ଏବଂ ଆନ୍ତ-ରାଜ୍ୟ କ୍ରେତାଙ୍କ ନିକଟରେ ପହଞ୍ଚାଯାଇ ପାରିବ।

ଆନ୍ତ-ରାଜ୍ୟ ବାଣିଜ୍ୟକୁ ସୁଗମ କରିବା ପାଇଁ କୃଷିଜାତ ଦ୍ରବ୍ୟର ଗୁଣବତ୍ତା ନିର୍ଦ୍ଧାରଣ ଅତ୍ୟାବଶ୍ୟକ। ଏହାଦ୍ୱାରା ଦୂରରେ ଥିବା ବ୍ୟବସାୟୀମାନେ ପ୍ଲାଟଫର୍ମରେ ପ୍ରଦତ୍ତ ଗୁଣବତ୍ତା ମାନକଗୁଡ଼ିକୁ ଆଧାର କରି ସମୁଚିତ ନିଷ୍ପତ୍ତି ନେଇପାରିବେ ଏବଂ ସେମାନଙ୍କର ମୂଲ୍ୟ ପ୍ରଦାନ କରିପାରିବେ। ଏହି ପ୍ରକ୍ରିୟାକୁ ସ୍ୱୟଂଚାଳିତ କରିବା ଏବଂ ପ୍ରଦର୍ଶନ ପାଇଁ ଇଲେକ୍‌ଟ୍ରୋନିକ୍‌ ପ୍ଲାଟଫର୍ମରେ ଫଳାଫଳଗୁଡ଼ିକର ଅବାଧ ଓ ତୃଟିଶୂନ୍ୟ ଉପସ୍ଥାପନା ଏ ସମ୍ବନ୍ଧୀୟ ବିବିଧ ଆହ୍ୱାନର ସଫଳ ସମାଧାନ କରିପାରିବ।

ଆମ ରାଜ୍ୟରେ କପା, ମକା, ଅଦା ଓ ଲଙ୍କା କ୍ଷେତ୍ରରେ ଜାତୀୟ ଗୁରୁତ୍ୱ ବହନ କରୁଥିବା ମାର୍କେଟ ୟାର୍ଡ ପ୍ଲାଟଫର୍ମ ବ୍ୟବସ୍ଥା ପ୍ରଥମ ପର୍ଯ୍ୟାୟରେ ଲାଗୁ ହେବ ବୋଲି ବୈଠକ ଶେଷ ହେବା ପରେ ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଚଢ଼ା ସୂଚନା ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories