www.samajalive.in
Thursday, December 11, 2025
18.1 C
Bhubaneswar

ପାଚେରୀ ଡେଇଁ ଘରେ ପଶି କାର୍ ଜାଳିଦେଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ପଞ୍ଚାୟତର ଭଣ୍ଡୁବର ଅଞ୍ଚଳ ବିଡିଓ କଲୋନୀର ପାଚେରୀ ଡେଇଁ ଏକ କାର ଜାଳି ଦେଇଛନ୍ତି ଦୁର୍ବୃତ୍ତ।

ସୂଚନା ମୁତାବକ, ବିଡିଓ କଲୋନୀର ଲଳିତେନ୍ଦୁ ବେହେରାଙ୍କ ଘରେ ଅରୁଣ କୁମାର ଦାସ ଗତ ୪ ବର୍ଷ ହେଲା ଭଡ଼ାରେ ରହୁଛନ୍ତି। ସେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରନ୍ତି। ସେ ତାଙ୍କ ଭଡ଼ା ଘର ବାହାରେ କାର୍ ରଖି ଡ୍ୟୁଟି ଯାଇଥିଲେ। ଶନିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଆସି ତାଙ୍କ ମାରୁତି ସେଲେରିଓ କାରରେ ନିଆଁ ଲଗାଇ ଦେଇଥିଲେ। ଉପର ଘରେ ଭଡ଼ାରେ ରହୁଥିବା ଲୋକେ ଦେଖି ତଳକୁ ଆସି ପାଣି ପକାଇ ନିଆଁକୁ ଆୟତ୍ତ କରିଥିଲେ। ପରେ ଏନେଇ ଅରୁଣ ଦାସଙ୍କୁ ଫୋନ କରି ଜଣାଇଥିଲେ। ଅରୁଣ ପହଞ୍ଚି ଅନୁଗୁଳ ସଦର ଥାନାରେ ଏହି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories