www.samajalive.in
Monday, December 8, 2025
13.1 C
Bhubaneswar

ପୋଲ ତଳକୁ ଓଲଟିଲା ଗାଡି : ୧୫ରୁ ଉର୍ଦ୍ଧ୍ଵ ଆହତ,୩ ଗୁରୁତର

କାମାକ୍ଷାନଗର : କାମାକ୍ଷାନଗର ସହର ସନ୍ନିକଟ ମହୁଲପାଳଠାରେ ପୋଲ ତଳକୁ ଏକ  ଟାଟା ଏସି ଗାଡି ଓଲଟି ପଡିବାରୁ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ୩ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ତାନାନ୍ତର କରାଯାଇଛି। ଟାଟଏସି ଗାଡିରେ ଏକ କିର୍ତ୍ତନ ଦଳ ଗତ କାଲିଠାରୁ କୋଟଗରା ଗ୍ରାମକୁ ଏକୋଇସିଆ କାର୍ଯ୍ୟରେ ଯୋଗ ଦେବାପାଇଁ ଯାଇଥିଲେ। ଆଜି ସମସ୍ତ କିର୍ତ୍ତନ ଦଳ କୋଟଗରାରୁ ଆଳତୁମା ଫେରୁଥିଲେ । ଫେରିବା ବାଟରେ କାମାକ୍ଷାନଗର ଥାନ ମହୁଲପାଳ ଗ୍ରାମ ନିକଟରେ ଥିବା ରାମିଆଳ ବ୍ରିଜରୁ ଗାଡି ସାଇଟ ମାରିଦେବାରୁ ବ୍ରିଜ ତଳକୁ ଓଲଟି ପଡିଥିଲା। ଆହତ ମାନଙ୍କୁ ୧୦୮ ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ସମସ୍ତ ଯାତ୍ରୀ କାମାକ୍ଷାନଗରର ଆଳତୁମା ଗ୍ରାମର । ଗାଡିରେ ଡ୍ରାଇଭର ସମେତ ମୋଟ ୧୮ ଜଣ ଯାତ୍ରୀ ଥିବା ସୂଚନା ମିଳିଛି । ସେଥିରୁ ମହିଳା ୧୦ ଜଣ ବୋଲି ଜଣାପଡିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories