www.samajalive.in
Friday, December 12, 2025
27.1 C
Bhubaneswar

ଭାରତୀୟ ମଜଦୁର ସଂଘ ଜିଲା ସମ୍ମିଳନୀ ଓ କର୍ମକର୍ତ୍ତା ଚୟନ

କେନ୍ଦୁଝରଗଡ : ମଣ୍ଡୁଆସ୍ଥିତ ଜିଲା ସଂସ୍କୃତି ଭବନ ଠାରେ ଶୁକ୍ରବାର ଭାରତୀୟ ମଜଦୁର ସଂଘର ଜିଲା ସମ୍ମିଳନୀ ଜିଲା ଉପସଭାନେତ୍ରୀ ବିଣାପାଣୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ମଜଦୁର ସଂଘର ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ବିରଜା ମିଶ୍ର ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସଂଘକୁ କିଭଳି ଅଧିକ କ୍ରିୟାଶୀଳ କରାଯାଇ ପାରିବ ସେ ସମ୍ପର୍କରେ ଉପସ୍ଥିତ କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟାଙ୍କୁ ମାର୍ଗଦର୍ଶନ କରିଥିଲେ। ଭାରତୀୟ ମଜଦୁର ସଂଘ ରାଜ୍ୟ ସଦସ୍ୟ ବସନ୍ତ କୁମାର ସାହୁ ମୁଖ୍ୟବକ୍ତା, ରାଜ୍ୟ ସମ୍ପାଦକ ଡାକ୍ତର ମହାନ୍ତ, ଆଇନଜୀବୀ ନିହାର ରଞ୍ଜନ ମିଶ୍ର, ଜିଲା ସମ୍ପାଦକ ବାବୁଲାଲ ମହାନ୍ତ, ଓଡିଶା ରାଜ୍ୟ ଆଶା ସଙ୍ଗଠନ ସମ୍ପାଦିକା ଧରିତ୍ରୀ ବାରିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଙ୍ଗଠନ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଆଗାମୀ ୩ବର୍ଷ ପାଇଁ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇ ବରିଷ୍ଠ ଆଇନଜୀବୀ ନିହାର ରଞ୍ଜନ ମିଶ୍ରଙ୍କୁ ସଭାପତି, ଗୌରୀବାଳା ପାତ୍ର କାର୍ଯ୍ୟକାରୀ ସଭାପତି, ଉପସଭାପତି ମନୋଜ ପଟେଲ, ବିଶ୍ୱଜିତ ପଣ୍ଡା, ଦିପୀକା ମହାରଣା ଓ ଧରିତ୍ରୀ ବାରିକ, ମହିଳା ପ୍ରମୁଖ ଗାୟତ୍ରୀ ଜେନା, ସମ୍ପାଦକ ବାବୁଲାଲ ମହାନ୍ତ, ସହସମ୍ପାଦକ ଚନ୍ଦନ ବୋଇପାଇ, ଲମ୍ବୋଦର ମହାନ୍ତ, ଗୌରୀ ପାତ୍ର, କନକ ମହାନ୍ତ, କୋଷାଧ୍ୟକ୍ଷ ଦମୟନ୍ତୀ ନାଏକ, ମିଡିଆ ପ୍ରମୁଖ ଅର୍ଜୁନ ବେହେରା ଏବଂ ଜିଲାର ସମସ୍ତ ବ୍ଲକ ସମ୍ପାଦକଙ୍କୁ ଜିଲା ସଂଘର କାର୍ଯ୍ୟକାରୀ ସଦସ୍ୟ ସଦସ୍ୟା ଭାବେ ସର୍ବସମ୍ମତକ୍ରମେ ଚୟନ କରାଯାଇଥିବା ରାଜ୍ୟ ସମ୍ପାଦକ ଶ୍ରୀ ମହାନ୍ତ ଜଣାଇଛନ୍ତି। ଜିଲାର ୨୭ଟି ଶ୍ରମିକ ଅନୁଷ୍ଠାନର ୮୦ହଜାରରୁ ଉଦ୍ଧ୍ୱର୍ ଏହି ସଂଘର ସଦସ୍ୟ ସଦସ୍ୟା ଥିବାବେଳେ ଠିକା ଶ୍ରମିକ ପ୍ରଥା ଉଛେଦ କରାଯାଇ ସେମାନଙ୍କ ଆର୍ଥୀକ ବିକାଶ ପାଇଁ ଜାତୀୟ ଶ୍ରମ ନୀତି ପ୍ରଣୟନ କରିବା ପାଇଁ ସରକାରଙ୍କ ନିକଟରେ ଚାପ ସୃଷ୍ଟି କରିବା ଏବଂ ସାମାଜିକ ସୁରକ୍ଷା ପ୍ରଦାନ ଦିଗରେ ସଂଘ ପକ୍ଷରୁ ସମସ୍ତ ଉଦ୍ୟମ ଜାରି ରଖିବାକୁ ନବନିର୍ବାଚିତ ସଭାପତି ନିହାର ମିଶ୍ର ତା୍‌‌କ ସଭାପତିତ୍ୱ ଅଭିଭାଷଣରେ ଉପସ୍ଥିତ କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟାଙ୍କୁ ଆହ୍ୱାନ ଦେଇଥିଲେ। ଏହି ସମ୍ମିଳନୀରେ ସଂଘ ସହ ଅନୁବନ୍ଧିତ ଜିଲାର ବିଭିନ୍ନ ଖଣି ଓ ଶିଳ୍ପାନୁଷ୍ଠାନରୁ ପ୍ରତିନିଧିତ୍ୱ କରୁଥିବା ପ୍ରତିନିଧି, ଅଙ୍ଗନବାଡି ଓ ଆଶାକର୍ମୀ, ଉଜ୍ୱଳା ଦିଦି ସମେତ ବିଭିନ୍ନ ସଙ୍ଗଠନର ପ୍ରତିନିଧି ଯୋଗ ଦେଇଥିଲେ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories