www.samajalive.in
Thursday, December 11, 2025
15.1 C
Bhubaneswar

ସନ୍‌ରାଇଜର୍ସକୁ ୫ ରନ୍‌ରେ ହରାଇଲା କଲକାତା

ହାଇଦରାବାଦ : ଆଇପିଏଲ୍‌ରେ ଗୁରୁବାର କର ବା ମର ମ୍ୟାଚ୍‌ରେ ବିଜୟୀ ହୋଇଛି କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)। ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦରାବାଦକୁ ମାତ୍ର ୫ ରନ୍‌ରେ କେକେଆର୍ ପରାସ୍ତ କରିଛି। ନୀତୀଶ ରାଣା ଓ ରିଙ୍କୁ ସିଂହଙ୍କ ଉପଯୋଗୀ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ​‌େ‌କକେଆର୍‌ ୯ ୱିକେଟରେ ୧୭୧ ରନ୍‌ କରିଥିଲା। ପରେ ଐଡେନ ମାର୍କରାମ ଓ ହେନ୍‌ରିକ୍‌ କ୍ଲାସେନ୍‌ଙ୍କ ଉପଯୋଗୀ ଇନିଂସ ସତ୍ତ୍ବେ ସନ୍‌ରାଇଜର୍ସ ୭ ୱିକେଟ ହରାଇ ୧୬୩ ରନ୍‌ କରି ପାରିଥିଲା। କଲକାତା ୧୦ମ ମ୍ୟାଚ୍‌ରେ ୪ର୍ଥ ବିଜୟ ହାସଲ କରିଛି। ସନ୍‌ରାଇଜର୍ସ ୯ମ ମ୍ୟାଚ୍‌ରେ ୬ଷ୍ଠ ପରାଜୟ ଭୋଗିଛି।
ପୂର୍ବତନ ଚମ୍ପିଆନ୍ ସନ୍‌ରାଇଜର୍ସ ହାଇଦରାବାଦ ୧୭୨ ରନ୍‌ର ପିଛା କରିଥିବା ବେଳେ ମୟଙ୍କ ଅଗ୍ରୱାଲ ଆକ୍ରମଣାତ୍ମକ ଶୈଳୀରେ ଇନିଂସ ଆରମ୍ଭ କରିଥିଲେ। ମୟଙ୍କ ୧୧ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୮ ରନ୍‌ କରିଥିଲେ। ଅଭିଷେକ ଶର୍ମା ୧୦ ବଲ୍‌ରୁ ୯ ରନ୍‌ କରିଥିଲେ। ୩୭ ରନ୍‌ରେ ସନ୍‌ରାଇଜର୍ସ ୨ଟି ୱିକେଟ ହରାଇଥିଲା। ଇମ୍ପାକ୍ଟ ଖେଳାଳି ଭାବେ ଆସିଥିବା ରାହୁଲ ତ୍ରିପାଠୀ ୯ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୦ ରନ୍‌କରି ଆଉଟ୍‌ ହୋଇଥିଲେ। ଚଳିତ ଆଇପିଏଲ୍‌ରେ ପ୍ରଥମ ଶତକ ହାସଲ କରିଥିବା ହ୍ୟାରି ବ୍ରୁକ୍‌ ବାକି ୮ଟି ଇନିଂସରେ ବିଫଳ ହୋଇ କ୍ରମାଗତ ୨ୟ ମ୍ୟାଚ୍‌ରେ ଶୂନ୍‌ରେ ଆଉଟ୍‌ ହୋଇଥିଲେ। ପରେ ଦକ୍ଷିଣ ଆଫ୍ରିକାର ଦୁଇ ବ୍ୟାଟ୍‌ସମ୍ୟାନ୍ ଐଡେନ ମାର୍କରାମ ଓ ହେନ୍‌ରିକ୍‌ କ୍ଲାସେନ୍‌ ୫ମ ୱିକେଟ ପାଇଁ ୪୭ ବଲ୍‌ରୁ ଦ୍ରୁତ ୭୦ ରନ୍‌ ଯୋଡ଼ିଥିଲେ। କ୍ଲାସେନ୍‌ ୨୦ ବଲ୍‌ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୩୬ ରନ୍‌ କରି ଆଉଟ୍‌ ହୋଇ ଯାଇଥିଲେ। ୫ ୱିକେଟ ଥାଇ ୪ ଓଭରରୁ ୩୪ ରନ୍‌ ସନ୍‌ରାଇଜର୍ସ ଆବଶ୍ୟକ କରୁଥିଲା। ମାର୍କରାମ ୪୦ ବଲ୍‌ରୁ ୪ଟି ଚୌକା ସହ ୪୧ ରନ୍‌କରି ଆଉଟ୍‌ ହୋଇଥିଲେ। ଶେଷ ୨ ଓଭରରୁ ୨୧ ଓ ଶେଷ ଓଭରରୁ ୯ ରନ୍ ଆବଶ୍ୟକ ଥିବା ବେଳେ ସନ୍‌ରାଇଜର୍ସ ହାତରୁ କଲକାତା ମ୍ୟାଚ୍‌ ଛଡ଼ାଇ ନେଇଥିଲା। ବରୁଣ ଚକ୍ରବର୍ତ୍ତୀ ବୋଲିଂ କରିଥିବା ଶେଷ ଓଭରରେ ମାତ୍ର ୩ ରନ୍‌ ହୋଇଥିଲା। ଅବ୍‌ଦୁଲ ସମାଦ୍‌ ୧୮ ବଲ୍‌ରୁ ୩ଟି ଚୌକା ସହ ୨୧ ରନ୍‌ କରିଥିଲେ। ବୈଭବ ଅରୋରା ଓ ସାର୍ଦୁଳ ଠାକୁର ୨ଟି ଲେଖାଏଁ ୱିକେଟ ନେଇଥିଲେ। ୪ ଓଭରରୁ ୨୦ ରନ୍‌ଦେଇ ଗୋଟିଏ ୱିକେଟ ନେଇଥିବା ସ୍ପିନର ବରୁଣ ଚକ୍ରବର୍ତ୍ତୀ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ଟସ୍ ଜିତି କଲକାତା ନାଇଟ୍‌ ରାଇଡର୍ସ ବ୍ୟାଟିଂ କରିଥିଲା। ଆରମ୍ଭରୁ କେକେଆର୍‌ ବିପର୍ଯ୍ୟୟ ଭୋଗିଥିଲା। ୫ମ ଓଭରରେ ମାତ୍ର ୩୫ ରନ୍‌ରେ କେକେଆର୍ ୩ଟି ୱିକେଟ ହରାଇଥିଲା। ରହମନୁଲ୍ଲା ଗୁର୍‌ବାଜ ବିନା ସ୍କୋର୍‌ରେ ଆଉଟ୍‌ ହୋଇଥିଲେ। ଭେଙ୍କଟେଶ ଆୟର ୭ ରନ୍‌ କରିଥିଲେ। ଜେସନ୍ ରୟ ୧୯ ବଲ୍‌ରୁ ୪ଟି ଚୌକା ସହ ୨୦ ରନ୍‌ କରିଥିଲେ। ପରେ ଅଧିନାୟକ ନୀତୀଶ ରାଣା ଓ ରିଙ୍କୁ ସିଂହ ୪ର୍ଥ ୱିକେଟ ପାଇଁ ୪୦ ବଲ୍‌ରୁ ୬୧ ରନ୍‌ ଯୋଡ଼ିଥିଲେ। ନୀତୀଶ ରାଣା ୩୧ ବଲ୍‌ରୁ ୩ଟି ଲେଖାଏଁ ଛକା ଓ ଚୌକା ସହ ୪୨ ରନ୍‌ କରିଥିଲେ। ପରେ ଆ‌େନ୍ଦ୍ର ରସେଲ ଓ ରିଙ୍କୁ ସିଂହ ୫ମ ୱିକେଟ୍‌ ପାଇଁ ୧୮ ବଲ୍‌ରୁ ୩୧ ରନ୍‌ ଯୋଡ଼ିଥିଲେ। ରସେଲ୍‌ ପୁଣି ଦଳକୁ ନିରାଶ କରି ୧୫ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୪ ରନ୍‌ କରିଥିଲେ। ସୁନୀଲ ନାରାୟଣ ୧ ଓ ସାର୍ଦୁଳ ଠାକୁର ୮ ରନ୍‌କରି ବିଦାୟ ନେଇଥିଲେ। ଶେଷ ଓଭରରେ ଆଉଟ୍‌ ହୋଇଥିବା ରିଙ୍କୁ ସିଂହ ୩୫ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୪୬ ରନ୍‌ କରିଥିଲେ। ଅନୁକୂଳ ରାୟ ୭ ବଲ୍‌ରୁ ୨ଟି ଚୌକା ସହ ୧୩ ରନ୍‌କରି ଅପରାଜିତ ଥିଲେ। ମାର୍କୋ ୟାନ୍‌ସେନ୍ ଓ ଟି. ନଟରାଜନ୍ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories