www.samajalive.in
Monday, December 8, 2025
27.1 C
Bhubaneswar

ବର୍ଷର ପ୍ରଥମ ଉପଛାୟା ଚନ୍ଦ୍ରଗ୍ରହଣ ମେ’ ୫ରେ

ଭୁବନେଶ୍ବର: ଆସନ୍ତା ୫ ତାରିଖରେ ସଙ୍ଗଠିତ ହେବ ବର୍ଷର ପ୍ରଥମ ‘ଉପଛାୟା’ ଚନ୍ଦ୍ରଗ୍ରହଣ। ଏହା ଭାରତୀୟ ସମୟ ରାତି ୮.୪୪ରେ ଆରମ୍ଭ ହେବ। ରାତି ୧୦.୫୨ ସମୟରେ ଚନ୍ଦ୍ର ଉପଛାୟାରେ ସଂପୂର୍ଣ୍ଣ ପ୍ରବେଶ କରିବ ଏବଂ ୬ ତାରିଖ ଭୋର ୦୧.୦୧ ସମୟରେ ଚନ୍ଦ୍ର ଉପଛାୟାରୁ ପୁରା ବାହାରିଯିବ। ଏହି ଚନ୍ଦ୍ରଗ୍ରହଣ ଏସିଆ, ଅଷ୍ଟ୍ରେଲିଆ, ଆଫ୍ରିକା, ପ୍ରଶାନ୍ତ ମହାସାଗର, ଭାରତ ମହାସାଗର ଏବଂ ଆଣ୍ଟାର୍କଟିକାର କିଛି ଅଞ୍ଚଳରେ ସଙ୍ଗଠିତ ହେବ। ଭାରତରେ ତଥା ଓଡ଼ିଶାରେ ଏହି ‘ଉପଛାୟା’ ଚନ୍ଦ୍ରଗ୍ରହଣ ଆରମ୍ଭରୁ ଶେଷ ଯାଏଁ ଘଟୁଥିଲେ ମଧ୍ୟ ଏହା ଖାଲି ଆଖିରେ ଦୃଶ୍ୟମାନ ହେବ ନାହିଁ। ଯେହେତୁ ଚନ୍ଦ୍ର ଉପଛାୟାରେ ଥିବା ସମୟରେ ଖାଲି ଆଖିରେ ଦେଖିହୁଏ ନାହିଁ ବୋଧହୁଏ ସେଥିପାଇଁ ଆମ ଶାସ୍ତ୍ରରେ ଏହାକୁ ଗ୍ରହଣ ରୂପେ ଗଣନା କରାଯାଏ ନାହିଁ।

Hot this week

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

Related Articles

Popular Categories